ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ଼ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ବେଶ୍‌ ଭଲ ରହିଛି । ଏହି ସିନେମାର ପ୍ରଥମ ଦିନ କଲେକସନ ଭାରତରେ ୩୬ କୋଟି ଟଙ୍କା ହୋଇଥିବା ବେଳେ ମୋଟ ୭୫ କୋଟି ଟଙ୍କା କଲେକସନ ହୋଇଛି । ଏଭଳି ଭାବେ କରୋନା ପରେ ରିଲିଜ ହୋଇଥିବା ସମସ୍ତ ୮ ଟି ବଡ […]

Samaya Live Picture
Published On

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର କରୋନା ସମୟରେ ଆସିଥିବା ୮ ଟି ବଡ଼ ସିନେମାର ରେକର୍ଡ ଭାଙ୍ଗି ଦେଇଛି । ବ୍ରହ୍ମାସ୍ତ୍ରର ପ୍ରଥମ ଦିନ କଲେକସନ ବେଶ୍‌ ଭଲ ରହିଛି । ଏହି ସିନେମାର ପ୍ରଥମ ଦିନ କଲେକସନ ଭାରତରେ ୩୬ କୋଟି ଟଙ୍କା ହୋଇଥିବା ବେଳେ ମୋଟ ୭୫ କୋଟି ଟଙ୍କା କଲେକସନ ହୋଇଛି ।

 ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର

ଏଭଳି ଭାବେ କରୋନା ପରେ ରିଲିଜ ହୋଇଥିବା ସମସ୍ତ ୮ ଟି ବଡ ସିନେମାର ରେକର୍ଡ ଭାଙ୍ଗିଛି ବ୍ରହ୍ମାସ୍ତ୍ର । ଯଦି ଆମେ ସେହି ବଡ ଷ୍ଟାରକାଷ୍ଟର ୮ ଟି ସିନେମା କଥା କହିବା ତେବେ ୧୬୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ସୂର୍ଯ୍ୟବଂଶୀ ପ୍ରଥମ ଦିନ ୩୪ କୋଟି, ୧୭୫ କୋଟି ବଜେଟର ସମ୍ରାଟ ପୃଥୀରାଜ ୧୨.୭୦ କୋଟି, ୧୬୦ କୋଟି ବଜେଟର ଗଙ୍ଗୁବାଇ କାଠିଆବାଡି ୧୮.୪୭ କୋଟି,

 ରେକର୍ଡ ଭାଙ୍ଗିଲା ବ୍ରହ୍ମାସ୍ତ୍ର

୧୨ କୋଟି ବଜେଟର ଦ କାଶ୍ମୀର ଫାଇଲ ୭.୫୫ କୋଟି, ୧୫୦ କୋଟି ବଜେଟର ସମଶେର ୧୧.୫୦ କୋଟି, ୭୦ କୋଟି ବଜେଟର ଭୁଲ ଭୂଲେୟା ୨୦.୧୧ କୋଟି, ୧୮୦ କୋଟି ବଜେଟର ଲାଲ୍‌ ସିଂ ଚzା ୨୨ କୋଟି, ୭୦ କୋଟି ବଜେଟର ରକ୍ଷା ବନ୍ଧନ ପ୍ରଥମ ଦିନରେ ୧୦.୨୦ କୋଟି ଟଙ୍କା କଲେକସନ କରିବାରେ ସଫଳ ହୋଇଥିଲା ।