୧୦୦ କୋଟି ରେସରେ ସାମିଲ ହେଲା ଫିଲ୍ମ ପୁଷ୍ପା

ମୁମ୍ବାଇ: ଡିସେମ୍ବର ୨୦: ୨୦୨୧ ବର୍ଷ ତେଲୁଗୁ ସିନେ ଜଗତ ପାଇଁ ବେଶ ଲାଭଦାୟକ ରହିଛି। ସାଉଥର ଅନେକ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବା ସହିତ ବିଦେଶ ଦର୍ଶକମାନଙ୍କୁ ମଧ୍ୟ ଆକାର୍ଷିତ କରିଛି। ଚଳିତ ଥର ବଡ ବଜେଟର ଫିଲ୍ମ ଆରଆରଆର ରିଲିଜ୍‌ ହେବା ପୂର୍ବରୁ ସାଉଥ ଷ୍ଟାର ଅଲ୍ଲì ଅର୍ଜୁନ ଓ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ ବକ୍ସ ଅଫିସରେ ବେଶ ଧମାଲ ମଚାଇଥିବା ନଜରକୁ ଆସିଛି। ଫିଲ୍ମ ରିଲିଜର କେବଳ ୨ […]

Samaya Live Picture
Published On

ମୁମ୍ବାଇ: ଡିସେମ୍ବର ୨୦: ୨୦୨୧ ବର୍ଷ ତେଲୁଗୁ ସିନେ ଜଗତ ପାଇଁ ବେଶ ଲାଭଦାୟକ ରହିଛି। ସାଉଥର ଅନେକ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବା ସହିତ ବିଦେଶ ଦର୍ଶକମାନଙ୍କୁ ମଧ୍ୟ ଆକାର୍ଷିତ କରିଛି। ଚଳିତ ଥର ବଡ ବଜେଟର ଫିଲ୍ମ ଆରଆରଆର ରିଲିଜ୍‌ ହେବା ପୂର୍ବରୁ ସାଉଥ ଷ୍ଟାର ଅଲ୍ଲì ଅର୍ଜୁନ ଓ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ ବକ୍ସ ଅଫିସରେ ବେଶ ଧମାଲ ମଚାଇଥିବା ନଜରକୁ ଆସିଛି। ଫିଲ୍ମ ରିଲିଜର କେବଳ ୨ ଦିନ ଭିତରେ ଏହି ମୁଭି ୧୦୦ କୋଟି ଟଙ୍କାର କମାଇ କରିସାରିଛି। ତେବେ ତାହା ସହିତ ରିଲିଜ ହୋଇଥିବା ହଲିଉଡ ମୁଭି ସ୍ପାଇଡର ମ୍ୟାନ୍‌ ର ରେକର୍ଡକୁ ମଧ୍ୟ କାଟିଛି ଫିଲ୍ମ ପୁଷ୍ପା। ଏହାର ଅତ୍ୟଧିକ ଭଲ ପ୍ରଦର୍ଶନ ପାଇଁ ଫିଲ୍ମ ନିର୍ମାତା ଓ ଏହାର ଷ୍ଟାରକାଷ୍ଟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି।