‘ପାୱରୀ ଗର୍ଲ’ଙ୍କ ଟିଭି ଡେବୁ୍ୟ
ମୁମ୍ବାଇ: ‘ପାୱରୀ ହୋ ରହି ହୈ…’ ଭିଡିଓରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପାକିସ୍ତାନୀ ଯୁବତୀ ଦାନାନୀର ମୋବୀନ ଆଜିକାଲି ଇଣ୍ଟରନେଟ୍ ଜଗତର ସେନସେସନ୍ ପାଲଟିଛନ୍ତି । ଦାନାନୀର ମୋବୀନଙ୍କ ପାୱରୀ ହୋ ରହି ହୈର ଭିଡିଓ ଏତେମାତ୍ରାରେ ଲୋକଙ୍କୁ ପ୍ରଭାବିତ କରିଥିଲା ଯେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ଏହି ଟ୍ରେଣ୍ଡରେ ପଡ଼ି ଭିଡିଓ କରିଥିଲେ । ସେହି ଗୋଟିଏ ମାତ୍ର ଭିଡିଓ ଦାନାନୀରଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି […]
ମୁମ୍ବାଇ: ‘ପାୱରୀ ହୋ ରହି ହୈ…’ ଭିଡିଓରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପାକିସ୍ତାନୀ ଯୁବତୀ ଦାନାନୀର ମୋବୀନ ଆଜିକାଲି ଇଣ୍ଟରନେଟ୍ ଜଗତର ସେନସେସନ୍ ପାଲଟିଛନ୍ତି ।

ଦାନାନୀର ମୋବୀନଙ୍କ ପାୱରୀ ହୋ ରହି ହୈର ଭିଡିଓ ଏତେମାତ୍ରାରେ ଲୋକଙ୍କୁ ପ୍ରଭାବିତ କରିଥିଲା ଯେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରେଟି ମଧ୍ୟ ଏହି ଟ୍ରେଣ୍ଡରେ ପଡ଼ି ଭିଡିଓ କରିଥିଲେ । ସେହି ଗୋଟିଏ ମାତ୍ର ଭିଡିଓ ଦାନାନୀରଙ୍କ ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଦେଖୁ ଦେଖୁ ସେ ସାଧାରଣ ଝିଅରୁ ଷ୍ଟାରରେ ପରିଣତ ହୋଇଛନ୍ତି ।

ଆଉ ଏବେ ସୋସିଆଲ ମିଡିଆ ସେନସେସନ୍ ଦାନାନୀର ଆକଫିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ପାକିସ୍ତାନର ପାୱରୀ ଗର୍ଲ ଛୋଟ ସ୍କ୍ରିନରୁ ନିଜର ଆକଫିଂ ଡେବୁ୍ୟ କରିବେ । ସେ ଆଗାମୀ ଡ୍ରାମା ସିରିଏଲ ସିନ®-ଇ-ଆହାନରେ ନଜର ଆସିବେ । ତେବେ ଦାନନୀରଙ୍କ ଏହି ଡେବୁ୍ୟ ଶୋରେ ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଏଥିରେ ସଜଲ ଅଲୀ, ୟୁମନା ଜୈଦୀ, କୁବରା ଖାନ, ସାୟରା ୟୁସୁଫ ଏବଂ ରମଶା ଖାନ ନଜର ଆସିବେ ।

ଏହି ଡ୍ରାମାକୁ ଉମେରା ଅହମଦ ଲେଖିଥିବା ବେଳେ ନଦୀବ ବୈଗ ନିର୍ଦ୍ଦେଶନା ଦେଉଛନ୍ତି । ତେବେ ପାୱରୀ ଗର୍ଲଙ୍କ ଆଗାମୀ ଶୋ ସିନ®-ଇ-ଆହାନର ଟ୍ରେଲର ସାମ୍ନାକୁ ଆସିବା ମାତ୍ରେ ଏହାକୁ ଭଲ ରେସପନ୍ସ ମିଳିବାରେ ଲାଗିଛି । ଏହି ଶୋରେ ଯୁବତୀମାନେ ନିଜର ଦମଦାର ଅନ୍ଦାଜ ଏବଂ ନୂଆ ଯୁଗର ନୂଆ ଭାବନାକୁ ଦର୍ଶାଇବେ । ତେବେ ଏହି ଡ୍ରାମା ସିରିଏଲର ଦାନାନୀରଙ୍କ ଫାଷ୍ଟ୍ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ତାଙ୍କର ଲୁକ୍କୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।




