ଅପେକ୍ଷାର ଅନ୍ତ
ମୁମ୍ବାଇ : ସେପ୍ଟେମ୍ବର ୨୩: ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶେ୍ୱତା ତିୱାରୀଙ୍କ ତନୟା ପଲକ ତିୱାରୀ ନିଜର ସୁନ୍ଦରତା ପାଇଁ ଜଣାଶୁଣା । ଫିଲ୍ମରେ ଡେବୁ୍ୟ ପୂର୍ବରୁ ହିଁ ପଲକ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି । ଏବେ ଖବର ମିଳିଛି ଯେ ଦୀର୍ଘ ଦିନ ଧରି ତାଙ୍କର ବଲିଉଡ୍ ଡେବୁ୍ୟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । କାରଣ ତାଙ୍କର ପ୍ରଥମ ଫିଲ୍ମ ଅକେଫାବରରେ ରିଲିଜ୍ […]
ମୁମ୍ବାଇ : ସେପ୍ଟେମ୍ବର ୨୩: ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶେ୍ୱତା ତିୱାରୀଙ୍କ ତନୟା ପଲକ ତିୱାରୀ ନିଜର ସୁନ୍ଦରତା ପାଇଁ ଜଣାଶୁଣା । ଫିଲ୍ମରେ ଡେବୁ୍ୟ ପୂର୍ବରୁ ହିଁ ପଲକ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି । ଏବେ ଖବର ମିଳିଛି ଯେ ଦୀର୍ଘ ଦିନ ଧରି ତାଙ୍କର ବଲିଉଡ୍ ଡେବୁ୍ୟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । କାରଣ ତାଙ୍କର ପ୍ରଥମ ଫିଲ୍ମ ଅକେଫାବରରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ନାମ ରହିଛି ‘ରୋଜୀ: ଦ ସ୍ୟାଫରନ୍ ଚାପଫର’ । ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ଫିଲ୍ମର ନିର୍ମାତା ପ୍ରେରଣା ବି ଅରୋରା । ପଲକଙ୍କର ଏହି ଡେବୁ୍ୟ ଫିଲ୍ମରେ ଅଭିନେତା ଅରବାଜ ଖାନ ମଧ୍ୟ ନଜର ଆସିବେ । ଏକ ବାସ୍ତବିକ ଜୀବନ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ହୋଇଥିବା ନିର୍ମାତା ପ୍ରେରଣା ସୂଚନା ଦେଇଛନ୍ତି । ଅକାଳ ମୃତୁ୍ୟ ଏବଂ ପରିବାର ଓ ସାଙ୍ଗସାଥୀଙ୍କ ଉପରେ ଏହାର ପ୍ରଭାବକୁ ନେଇ ଫିଲ୍ମ ଆଧାରିତ ହୋଇଛି । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜରରେ କାହାଣୀର ଏକ ଝଲକ ଦର୍ଶାଯାଇଛି । ଯାହାକୁ ନେଇ ଦର୍ଶକମାନେ ହୃଦୟ ଛୁଆଁ ପ୍ରତିକ୍ରିୟା ରଖିଥିବା ପ୍ରେରଣା କହିଛନ୍ତି । ଏହା ଏକ ହରର୍ ଲଭ୍ ଷ୍ଟୋରୀ ଯାହା ପୁଣେ, ଲକ୍ଷ୍ମୌ ଏବଂ ଭାରତର ବିଭିନ୍ନ ସ୍ଥାନରେ ସୁଟିଂ ହୋଇଛି । ପଲକ ଏବଂ ଅରବାଜଙ୍କ ବ୍ୟତୀତ ଏହି ଫିଲ୍ମରେ ତନୀଷା ମୂଖାର୍ଜୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିଶାଲ ରଞ୍ଜନ ମିଶ୍ରା । ସିନେ ଦୁନିଆରେ ପାଦ ଦେବା ପୂର୍ବରୁ ପଲକ ତିୱାରୀ ମିଡିଆ ସେନସେସନ ପାଲଟିଛନ୍ତି । ସେ ସର୍ବଦା ନିଜର ବୋଲï ଏବଂ ଗ୍ଲାମରସ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିଥାନ୍ତି ।




