ଦିପିକାଙ୍କୁ ଟାଇମ୍ସ ୧୦୦ ଇମ୍ପାକଟ ଓସ୍କାର ଆୱାର୍ଡ
ନୂଆଦିଲ୍ଲୀ: ମାର୍ଚ୍ଚ ୨୮: ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ମିଳିଥାଏ ଓସ୍କାର ଆୱାର୍ଡ । ଏହାର ନୋମିନେସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟକ କଳାକାରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । ତେବେ ଏହି ଶୋରେ ଅଭିନେଲା ୱିଲ୍ ସ୍ମିଥ୍ ଶୋର ହୋଷ୍ଟଙ୍କୁ ଚାପୁଡା ମାରିବା ଘଟଣା ପରେ ଏହି ଆୱାର୍ଡ ଶୋ ଏବେ ଚର୍ଚ୍ଚାରେ । କାଲିଫର୍ଣ୍ଣିଆ ଲସ୍-ଏଞ୍ଜେଲସ୍ର ଡଲ୍ବି ଥିଏଟରରେ ଓସ୍କାର ଅନୁଷ୍ଠିତ ହୋଇଛି । ତେବେ ବଲିଉଡ ସିଲେବ୍ରିଟିଙ୍କ ଭିତକୁ ଅଭିନେତ୍ରୀ ଦୀପିକା […]
ନୂଆଦିଲ୍ଲୀ: ମାର୍ଚ୍ଚ ୨୮: ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ମିଳିଥାଏ ଓସ୍କାର ଆୱାର୍ଡ । ଏହାର ନୋମିନେସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟକ କଳାକାରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । ତେବେ ଏହି ଶୋରେ ଅଭିନେଲା ୱିଲ୍ ସ୍ମିଥ୍ ଶୋର ହୋଷ୍ଟଙ୍କୁ ଚାପୁଡା ମାରିବା ଘଟଣା ପରେ ଏହି ଆୱାର୍ଡ ଶୋ ଏବେ ଚର୍ଚ୍ଚାରେ । କାଲିଫର୍ଣ୍ଣିଆ ଲସ୍-ଏଞ୍ଜେଲସ୍ର ଡଲ୍ବି ଥିଏଟରରେ ଓସ୍କାର ଅନୁଷ୍ଠିତ ହୋଇଛି । ତେବେ ବଲିଉଡ ସିଲେବ୍ରିଟିଙ୍କ ଭିତକୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଛି ଟାଇମ୍ ୧୦୦ ଇମ୍ପ୍ୟାକ୍ଟ ଆୱାର୍ଡ । ଏହି ସମ୍ୱନ୍ଧୀୟ ଏକ ପୋଷ୍ଟ କରି ଦୀପିକା ଲେଖିଛନ୍ତି ଯେ, ସୋମବାର ସକାଳ ମୋ ପାଇଁ ବହୁତ ଶୁଭ । ଦୀପିକା ପାଦୁକୋନଙ୍କ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ କାମ କରିଛନ୍ତି । ୨୦୧୫ରୁ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଛନ୍ତି ଦୀପିକା । କିଛି ବର୍ଷ ତଳେ ଦୀପିକା ନେଜେ ଡିପ୍ରେସନ୍ର ଶିକାର ହୋଇଥିଲେ । ଯାହାପରେ ସେ ମେଣ୍ଟାଲ୍ ହେଲ୍ଥ ଫାଉଣ୍ଡେସନର ଆରମ୍ଭ କଲେ । ତେବେ ତାଙ୍କର ଏହି ସଚେତନତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି ।




