ଡେଟିଂକୁ ନେଇ ଚର୍ଚ୍ଚାରେ ସଈ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରତିଦିନ କୌଣସି ନା କୌଣସି ଷ୍ଟାରଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଖବର ମିଛିଯି ଯେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମାଞ୍ଜରେକରଙ୍କ ତନୟା ସଈ ମାଞ୍ଜେରକର ମଧ୍ୟ ପ୍ରେମରେ ଉବୁଟୁବୁ, ତା ପୁଣି ପ୍ରସିଦ୍ଧ ପ୍ରଯୋଜକଙ୍କ ପୁଅ ପ୍ରେମର । ସୂଚନା ଅନୁଯାୟୀ ପ୍ରଯୋଜକ ସାଜିଦ ନାଡିୟାଡୱାଲାଙ୍କ ପୁଅ ସୁଭାନଙ୍କୁ ସଈ ଡେଟ୍ କରୁଛନ୍ତି । ୨୦୧୯ରେ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦବଙ୍ଗ ୩’ଜରିଆରେ […]
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରତିଦିନ କୌଣସି ନା କୌଣସି ଷ୍ଟାରଙ୍କ ଡେଟିଂ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଖବର ମିଛିଯି ଯେ ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମାଞ୍ଜରେକରଙ୍କ ତନୟା ସଈ ମାଞ୍ଜେରକର ମଧ୍ୟ ପ୍ରେମରେ ଉବୁଟୁବୁ, ତା ପୁଣି ପ୍ରସିଦ୍ଧ ପ୍ରଯୋଜକଙ୍କ ପୁଅ ପ୍ରେମର ।

ସୂଚନା ଅନୁଯାୟୀ ପ୍ରଯୋଜକ ସାଜିଦ ନାଡିୟାଡୱାଲାଙ୍କ ପୁଅ ସୁଭାନଙ୍କୁ ସଈ ଡେଟ୍ କରୁଛନ୍ତି ।

୨୦୧୯ରେ ସଲମାନ ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦବଙ୍ଗ ୩’ଜରିଆରେ ସଈ ଡେବୁ୍ୟ କରିଥିଲେ । ସେପଟେ ସୁଭାନ ମଧ୍ୟ ନିଜ ପିତାଙ୍କ ପଥକୁ ଅନୁସରଣ କରିବାରେ ଲାଗିଛନ୍ତି । ଚର୍ଚ୍ଚା ହେଉଛି ଯେ ସୁଭାନ ପିତା ସାଜିଦଙ୍କ ସହ ନିର୍ଦ୍ଦେଶକ ଭାବେ ନିଜ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି । ସେପଟେ କିଛି ସୂତ୍ରରୁ ଜଣାପଡ଼ିଛି ଯେ ସଈ-ସୁଭାନଙ୍କ ପ୍ରେମ କାହାଣୀ ସୁପରଷ୍ଟାର ସଲମାନ ଖାନ ଯୋଗୁଁ ଆରମ୍ଭ ହୋଇଛି ।

ସଲମାନ ଖାନଙ୍କର ମହେଶ ମାଞ୍ଜରେକର ଏବଂ ସାଜିଦ ନାଡିୟାଡୱାଲାଙ୍କ ସହ ଭଲ ସମ୍ପର୍କ ରହିଛି । ତେଣୁ ସର୍ବଦା ଫ୍ୟାମିଲି ଫଙ୍କସନ ଜରିଆରେ ସଈ ଏବଂ ସୁଭାନଙ୍କ ସାକ୍ଷାତ ହୋଇଥାଏ । ଆହୁରି ମଧ୍ୟ ଜଣାପଡ଼ିଛି ଯେ ଉଭୟ ନିଜ ସମ୍ପର୍କ ପାଇଁ ସିରିୟସ୍ ଅଛନ୍ତି ଏବଂ ୱିକେଣ୍ଡରେ ପରସ୍ପର ଏକତ୍ର ସମୟ ମଧ୍ୟ ଅତିବାହିତ କରୁଛନ୍ତି । ଅଭିନେତ୍ରୀ ସଈ ମାଞ୍ଜରେକର ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ମଡେଲିଂ କରୁଥିଲେ ।

‘ଦବଙ୍ଗ ୩’ ଫିଲ୍ମ ପରେ ଏକ ମୁ୍ୟଜିକ ଭିଡିଓରେ କାମ କରିଛନ୍ତି । ଏଥିରେ ତାଙ୍କ ସହ ଆୟୁଷ ଶର୍ମା ସ୍କ୍ରିନ ସେୟାର କରିଥିଲେ । ଏହା ବ୍ୟତୀତ ସଈ ବିଭିନ୍ନ ଫ୍ୟାଶନ ୱିକ୍ରେ ସାମିଲ ହୋଇ ନିଜ ସୌନ୍ଦର୍ଯ୍ୟର ଜଲୱାକୁ ଦେଖାଇଛନ୍ତି ।




