ଦିଗ୍ଗଜ ଗାୟିକା ଲତା ମଙ୍ଗେସକରଙ୍କୁ କରୋନା
ମୁମ୍ବାଇ: ଜାନୁଆରୀ ୧୧: ଦେଶର ପ୍ରସିଦ୍ଧ ତଥା ଦିଗ୍ଗଜ ଗାୟିକା ଲତା ମଙ୍ଗେସକର୍ଙ୍କ କରୋନା ପଜିଟିଭ୍ ଆସିଛି । ତାଙ୍କୁ ଏବେ ୯୨ ବର୍ଷ ବୟସ ।ବୟସକୁ ନଜରରେ ରଖାଯାଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି । ଏନେଇ ତାଙ୍କ ଝିଆରୀ ରଚନା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ବଲିଉଡ଼ରେ ହଇଚଇ ସୃଷ୍ଟି ହୋଇଯାଇଛି । ଦେଶ […]
ମୁମ୍ବାଇ: ଜାନୁଆରୀ ୧୧: ଦେଶର ପ୍ରସିଦ୍ଧ ତଥା ଦିଗ୍ଗଜ ଗାୟିକା ଲତା ମଙ୍ଗେସକର୍ଙ୍କ କରୋନା ପଜିଟିଭ୍ ଆସିଛି । ତାଙ୍କୁ ଏବେ ୯୨ ବର୍ଷ ବୟସ ।ବୟସକୁ ନଜରରେ ରଖାଯାଇ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କଠାରେ କରୋନାର ଲକ୍ଷଣ ସାମାନ୍ୟ ରହିଛି ।
ଏନେଇ ତାଙ୍କ ଝିଆରୀ ରଚନା ଖବର ଦେଇଛନ୍ତି । ଏହି ଖବର ପାଇବା ପରେ ବଲିଉଡ଼ରେ ହଇଚଇ ସୃଷ୍ଟି ହୋଇଯାଇଛି । ଦେଶ ତଥା ଦେଶ ବାହାରରେ ଥିବା ତାଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଉନ୍ନତ ସ୍ୱାସ୍ଥ୍ୟବସ୍ଥା ପାଇଁ ପାର୍ଥନା କରିଛନ୍ତି ।
Legendary singer Lata Mangeshkar admitted to ICU after testing positive for Covid-19. She has mild symptoms: Her niece Rachna confirms to ANI
(file photo) pic.twitter.com/8DR3P0qbIR
— ANI (@ANI) January 11, 2022




