ନନ୍ଦିତା ଦାସଙ୍କ ଫିଲ୍ମରେ କପିଲ୍‌

ମୁମ୍ବାଇ: ନିଜର ଷ୍ଟାଣ୍ଡଅପ୍‌ କମେଡି ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା କପିଲ ଶର୍ମାଙ୍କ ହାତରେ ଲାଗିଛି ବଡ଼ ପ୍ରୋଜେକଫ । ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ବଲିଉଡ୍‌ର ମହାନ ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ସହ କାମ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ତଥା ନିର୍ଦ୍ଦେଶକ ନନ୍ଦିତା ଦାସ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁଥିରେ କପିଲ ଶର୍ମା ଭୁବନେଶ୍ୱରର ଜଣେ ଫୁଡ୍‌ ଡେଲିଭରି ଭୂମିକାରେ ନଜର ଆସିବେ । ସବୁଠୁ ବଡ଼ […]

Samaya Live Picture
Published On

ମୁମ୍ବାଇ: ନିଜର ଷ୍ଟାଣ୍ଡଅପ୍‌ କମେଡି ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିବା କପିଲ ଶର୍ମାଙ୍କ ହାତରେ ଲାଗିଛି ବଡ଼ ପ୍ରୋଜେକଫ । ପ୍ରସିଦ୍ଧ କମେଡିଆନ କପିଲ ଶର୍ମା ବଲିଉଡ୍‌ର ମହାନ ନିର୍ଦ୍ଦେଶକ ଏବଂ ଅଭିନେତ୍ରୀଙ୍କ ସହ କାମ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ତଥା ନିର୍ଦ୍ଦେଶକ ନନ୍ଦିତା ଦାସ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଯେଉଁଥିରେ କପିଲ ଶର୍ମା ଭୁବନେଶ୍ୱରର ଜଣେ ଫୁଡ୍‌ ଡେଲିଭରି ଭୂମିକାରେ ନଜର ଆସିବେ ।
ନନ୍ଦିତା ଦାସଙ୍କ ଫିଲ୍ମରେ କପିଲ୍‌

ସବୁଠୁ ବଡ଼ କଥା ହେଉଛନ୍ତି କପିଲଙ୍କ ପତ୍ନୀ ଭୂମିକାରେ ଅବତୀର୍ଣ୍ଣ ହେବେ ଅଭିନେତ୍ରୀ ଶହାଣା ଗୋସ୍ୱାମୀ । ଏହି ଫିଲ୍ମରେ ନନ୍ଦିତା ଦାସ ଶହାଣାଙ୍କ ସହ ‘ଫିରାକ’ ଫିଲ୍ମ ପରେ ପୁଣି ଥରେ କାମ କରିବେ । ସେପଟେ କପିଲ ମଧ୍ୟ ନନ୍ଦିତାଙ୍କ ସହ କାମ କରିବାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏହି ଅନଟାଇଟଲ ଫିଲ୍ମ ଜରିଆରେ କପିଲ ତୃତୀୟ ଥର ବଡ଼ ପରଦାରେ ନଜର ଆସିବେ ।