ଦକ୍ଷିଣ ଅଭିନେତା ପୁନୀତଙ୍କ ପରଲୋକ
ବାଙ୍ଗାଲୋର: ଅକ୍ଟୋବର ୨୯: କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଟୁଇଟ୍ରେ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି କି […]
ବାଙ୍ଗାଲୋର: ଅକ୍ଟୋବର ୨୯: କନ୍ନଡ ସିନେମାର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ଆଜି ସକାଳ ପ୍ରାୟ ସାଢ଼େ ୧୧ଟାରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି । ଟୁଇଟ୍ରେ ଲେଖିଛନ୍ତି ଯେ, ଏହା କହିବାକୁ ଦୁଃଖ ଲାଗୁଛି କି ଅଭିନେତା ପୁନୀତ ରାଜକୁମାର ଆଉ ଦୁନିଆରେ ନାହାଁନ୍ତି । ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକମାନଙ୍କୁ ମୁଁ ସମବେଦନା ଜଣାଉଛି । ମୃତୁ୍ୟ ବେଳକୁ ପୁନୀତଙ୍କୁ ୪୬ ବର୍ଷ ବୟସରେ ହୋଇଥିଲା । ସେ ପ୍ରସିଦ୍ଧ ଅଭିନେତା ରାଜକୁମାର ଓ ପ୍ରଭାଥମ୍ମାଙ୍କ ପୁଅ ଥିଲେ ।
Extremely sad to know of the passing away of our dear #PuneethRajkumar . My heartfelt condolences to his family, friends and fans. I request his fans to maintain calm and pray for his Sadgati in this excruciating time for the family. Om Shanti ?? pic.twitter.com/T3WsUnBS7n
— Venkatesh Prasad (@venkateshprasad) October 29, 2021
ପୁନୀତ ୨୯ ଟି ରୁ ଅଧିକ କନ୍ନଡ ସିନେମାରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ସାରା ଦେଶର ଲୋକେ ଅªୁ ବୋଲି ଜାଣିଥିଲେ । ୨୦୦୨ ରେ ସେ ଅଭିନୟ କରିଥିବା ଏକ ସିନେମାରେ ସେ ଅªୁ ଚରିତ୍ରରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ତାଙ୍କ ଅଭିନୀତ ସିନେମା କନ୍ନଡ ସିନେମା ଜଗତରେ ବେଶ୍ ସଫଳ ହୋଇଥିଲା । ସେଥିମଧ୍ୟରୁ ଅଭି, ବୀରା କନ୍ନଡିଗର,ଅଜୟ, ଅରାଶୁ, ରାମ ଆଦି ଫିଲ୍ମ ।




