କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

ମୁମ୍ବାଇ: ଅକ୍‌ଟୋବର ୦୪: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପରିଶେଷରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟ ଅଲଗା ହୋଇଛନ୍ତି । ଏସମ୍ପର୍କରେ ନିଜେ ସାମାନ୍ଥା ଇନଷ୍ଟାଗ୍ରାମ ପୋଷ୍ଟରେ ଜଣାଇଛନ୍ତି । ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ହିଁ ସମନ୍ଥା-ନାଗା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । […]

Samaya Live Picture
Published On

ମୁମ୍ବାଇ: ଅକ୍‌ଟୋବର ୦୪: ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପରିଶେଷରେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟ ଅଲଗା ହୋଇଛନ୍ତି । ଏସମ୍ପର୍କରେ ନିଜେ ସାମାନ୍ଥା ଇନଷ୍ଟାଗ୍ରାମ ପୋଷ୍ଟରେ ଜଣାଇଛନ୍ତି । ଚତୁର୍ଥ ବିବାହ ବାର୍ଷିକୀର ୪ ଦିନ ପୂର୍ବରୁ ହିଁ ସମନ୍ଥା-ନାଗା ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଅଭିନେତ୍ରୀ ସାମନ୍ଥାଙ୍କ ବୟାନ ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।

କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

ସେପଟେ ବିବାହ ବିଚ୍ଛେଦର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତେବେ ପ୍ରତିକ୍ରିୟା ଦେଇଥିବା ଲୋକଙ୍କ ତାଲିକାରେ ସର୍ବପ୍ରଥମେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁ ସାମ୍ନାକୁ ଆସିଛି । ସାମନ୍ଥା ଏବଂ ନାଗାଙ୍କ ବିବାହ ବିଚ୍ଛେଦ ପଛର କାରଣ କଣ, ସେ ସମ୍ପର୍କରେ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି ।

କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

କଙ୍ଗନା ଆମିର ଖାନଙ୍କ ନାମ ନନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ଆମିର ହିଁ ଏଥିପାଇଁ ଦାୟୀ ବୋଲି ସେ ପରୋକ୍ଷରେ କହିଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ କଙ୍ଗନା ଲେଖିଛନ୍ତି, ସାଉଥର ଆକଫର ଯିଏ ହଠାତ୍‌ ତାଙ୍କ ସ୍ତ୍ରୀକୁ ତଲାକ ଦେଇଛନ୍ତି । ୪ ବର୍ଷ ତଳେ ବିବାହ କରିଥିଲେ ଏବଂ ୧୦ ବର୍ଷ ଧରି ରିଲେସନସିପ୍‌ରେ ଥିଲେ । ନିକଟରେ ସେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ସମ୍ପର୍କରେ ଆସିଥିଲେ, ଯାହାଙ୍କୁ ବଲିଉଡ୍‌ ଡିଭୋର୍ସ ଏକ୍ସପର୍ଟ ନାମରେ ଜଣାଶୁଣା । ଯିଏ ଅନେକ ମହିଳା ଏବଂ ପିଲାଙ୍କ ଜୀବନକୁ ନଷ୍ଟ କରିଦେଇଛନ୍ତି । ସମସ୍ତେ ଜାଣନ୍ତି ଉକ୍ତ ଷ୍ଟାର ଜଣଙ୍କ କିଏ । କଙ୍ଗନାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଥାଉଯେ, ନାଗା ଚୈତନ୍ୟ ଏବେ ଆମିର ଖାନଙ୍କ ସହ ଫିଲ୍ମ ‘ଲାଲ ସିଂହ ଚzା’ରେ କାମ କରୁଛନ୍ତି । ନିକଟରେ ଆମିର ନାଗାଙ୍କ ଆଗାମୀ ଫିଲ୍ମ ‘ଲଭ୍‌ ଷ୍ଟୋରୀ’ ପ୍ରମୋଟ କରିବା ପାଇଁ ହାଇଦ୍ରାବାଦ ଗସ୍ତ କରିଥିଲେ ଏବଂ ନାଗାଙ୍କ ବାସଭବନରେ ଆୟୋଜିତ ରାତ୍ରି ଭୋଜନରେ ଯୋଗ ଦେଇଥିଲେ ।

କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

ସେପଟେ ଅଭିନେତ୍ରୀ ସାମନ୍ଥା ପ୍ରଭୁ ଭରଣ ପୋଷଣ ବାବଦକୁ ୨୦୦ କୋଟି ଟଙ୍କା ନେବାକୁ ମନା କରିଦେଇଥିବା ଖବର ଆସିଛି । କୁହାଯାଉଛି ଯେ, ସମ୍ପର୍କ ତୁଟିବା ପରେ ସାମନ୍ଥା ବହୁତ ଦୁଃଖୀ ଅଛନ୍ତି । ସେ ତାଙ୍କସମ୍ପର୍କ ପାଇଁ ପଇସା ନେବାକୁ ଚାହୁଁନାହାନ୍ତି । ସେ ନାଗା ଚୈତନ୍ୟଙ୍କଠାରୁ କେବଳ ବନ୍ଧୁତା ଚାହୁଁଛନ୍ତି । ଏହି କାରଣରୁ ସେ ୨୦୦ କୋଟି ଟଙ୍କା ନେବାକୁ ରାଜି ହୋଇନାହାନ୍ତି ବୋଲି ଜଣାପଡ଼ିଛି ।

କଙ୍ଗନା କହିଲେ ‘ସମନ୍ଥା-ନାଗା’ଙ୍କ ବିବାହ ବିଚ୍ଛେଦର କାରଣ

୨୦୧୦ରେ ନାଗା ଏବଂ ସାମନ୍ଥା ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ଏବଂ ୨୦୧୭ରେ ଉଭୟ ବଡ଼ ଧୁମ୍‌ଧାମ୍‌ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।