ଫିଲ୍ମରେ ଏକାଥରେ ୧୦ ଜଣଙ୍କ ସହ ରୋମାନ୍ସ କରିବେ ସଲମାନ
ମୁମ୍ବାଇ: ଜୁନ ୧୭: ବଲିଉଡରେ ଦବଙ୍ଗ ଖାନ୍ ଭାବେ ବେଶ୍ ପରିଚିତ ସଲମାନ ଖାନ୍ । ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କି;ୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ ନୁହେଁ ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ । ତାହା ହେଉଛି ଫିଲ୍ମ ନୋ ଏଣ୍ଟ୍ରି । […]
ମୁମ୍ବାଇ: ଜୁନ ୧୭: ବଲିଉଡରେ ଦବଙ୍ଗ ଖାନ୍ ଭାବେ ବେଶ୍ ପରିଚିତ ସଲମାନ ଖାନ୍ । ଦର୍ଶକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଥାନ୍ତି । ସଲମାନଙ୍କର ଆଗକୁ ଅନେକ ଫିଲ୍ମ ଆସିବାକୁ ଯାଉଛି । କି;ୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ ନୁହେଁ ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ । ତାହା ହେଉଛି ଫିଲ୍ମ ନୋ ଏଣ୍ଟ୍ରି । ଏହି ସମୟରେ ସଲମାନ ଖାନଙ୍କ କାର୍ଯ୍ୟସୂଚୀ ସମ୍ପୂର୍ଣ୍ଣ ଭାବେ ଟାଇଟ୍ ରହିଛି । ଅଭିନେତା କ୍ରମାଗତ ଭାବରେ ଫିଲ୍ମ ପାଇଁ ସୁଟିଂ କରୁଛନ୍ତି । କଭି ଇଦ୍ କଭି ଦିୱାଲୀ ଫିଲ୍ମର ସୁଟିଂ ନେଇ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଥିଲେ ସଲମାନ । ଏବେ ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ବିଷୟରେ ସୂଚନା ମିଳୁଛି । ରିପୋର୍ଟରେ କୁହାଯାଇଛି କି ସଲମାନଙ୍କ ଫିଲ୍ମ ନୋ ଏଣ୍ଟ୍ରିର ସିକେ ୍ୱଲ୍ ହେବାକୁ ଯାଉଛି, ଯାହାର ନାମ ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି ରହିଛି । ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ । କୁହାଯାଉଛି କି ପୁରୁଣା ଚେହେରା ମଧ୍ୟ ଏଥିରେ ଦେଖିବାକୁ ମିଳିବ ।ତେବେ ଏଯାଏଁ ସେ ବିଷୟରେ କୌଣସି ସୂଚନା ମିଳିନାହିଁ । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।




