ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଉ ଜଣେ ଷ୍ଟାରକିଡ୍‌

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଗତ କିଛି ସମୟ ଧରି କେହି ନା କେହି ଷ୍ଟାର କିଡ୍‌ ଫିଲ୍ମରେ ପ୍ରବେଶ କରୁଥିବାର ଏକ ପରମ୍ପରା ଜାରି ରହିଛି । ଦର୍ଶକମାନେ ମଧ୍ୟ ସେମାନଙ୍କ ପ୍ରିୟ କଳାକାରଙ୍କ ସନ୍ତାନ ଏବଂ ତାଙ୍କ ଡେବୁ୍ୟ ପ୍ରୋଜେକଫ ସମ୍ପର୍କରେ ଜାଣିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାରି କ୍ରମରେ ପୁଣି ଜଣେ ଷ୍ଟାରକିଡ୍‌ଙ୍କ ଫିଲ୍ମ ଏଣ୍ଟ୍ରି ଖୁବଶୀଘ୍ର ହେବାକୁ ଯାଉଛି ବୋଲି ଖବର ମିଳିଛି । ସେ ଆଉ କେହି ନୁହନ୍ତି […]

Samaya Live Picture
Published On

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଗତ କିଛି ସମୟ ଧରି କେହି ନା କେହି ଷ୍ଟାର କିଡ୍‌ ଫିଲ୍ମରେ ପ୍ରବେଶ କରୁଥିବାର ଏକ ପରମ୍ପରା ଜାରି ରହିଛି । ଦର୍ଶକମାନେ ମଧ୍ୟ ସେମାନଙ୍କ ପ୍ରିୟ କଳାକାରଙ୍କ ସନ୍ତାନ ଏବଂ ତାଙ୍କ ଡେବୁ୍ୟ ପ୍ରୋଜେକଫ ସମ୍ପର୍କରେ ଜାଣିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାରି କ୍ରମରେ ପୁଣି ଜଣେ ଷ୍ଟାରକିଡ୍‌ଙ୍କ ଫିଲ୍ମ ଏଣ୍ଟ୍ରି ଖୁବଶୀଘ୍ର ହେବାକୁ ଯାଉଛି ବୋଲି ଖବର ମିଳିଛି । ସେ ଆଉ କେହି ନୁହନ୍ତି ବରଂ ସମସ୍ତଙ୍କ ପ୍ରିୟ ସୈଫ୍‌ ଅଲ୍ଲୀ ଖାନଙ୍କ ବଡ଼ ପୁଅ ଇବ୍ରାହିମ ଅଲ୍ଲୀ ଖାନ୍‌ ।

 ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଉ ଜଣେ ଷ୍ଟାରକିଡ୍‌

ରିପୋର୍ଟ ଅନୁଯାୟୀ ସାରା ଅଲ୍ଲୀ ଖାନଙ୍କ ଗେହ୍ଲା ଭାଇ ମଧ୍ୟ ବଲିଉଡ୍‌ରେ ପାଦ ରଖିବା ପାଇଁ ପୁରାପୁରି ପ୍ରସ୍ତୁତ । ଇବ୍ରାହିମଙ୍କ ଦମଦାର ଡେବୁ୍ୟ କରିବାର ଦାୟିତ୍ୱ ନିର୍ଦ୍ଦେଶକ କରଣ ଜୋହର ନେଇଛନ୍ତି । ଅନ୍ୟ ଷ୍ଟାରକିଡ୍‌ଙ୍କ ପରି କରଣ ସୈଫ୍‌-ଅମୃତାଙ୍କ ପୁଅକୁ ମଧ୍ୟ ହିନ୍ଦୀ ସିନେମାରେ ଲଞ୍ଚ୍‌ କରିବେ । ଇବ୍ରାହିମ ବର୍ତ୍ତମାନ କରଣ ଜୋହରଙ୍କୁ ତାଙ୍କ ଆଗାମୀ ଫିଲ୍ମ ରକି ଔର୍‌ ରାନୀ କି ପ୍ରେମ କାହାଣୀରେ କାମ କରୁଛନ୍ତି । ଏହାପରେ ସେ ତାଙ୍କର ଡେବୁ୍ୟ ଫିଲ୍ମର ପ୍ରସ୍ତୁତିରେ ଲାଗିପଡ଼ିବେ ।

 ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଉ ଜଣେ ଷ୍ଟାରକିଡ୍‌

ଏହି ଫିଲ୍ମ ଏକ ମଲୟାଲମ ଫିଲ୍ମର ରିମେକ୍‌ । ଫିଲ୍ମର ନାମ ହୃଦୟମ୍‌, ଯାହା ଚଳିତ ବର୍ଷ ମୁକ୍ତିଲାଭ କରିଛି ଏବଂ ଏହାକୁ ମଧ୍ୟ ବେଶ୍‌ ଦର୍ଶକୀୟ ସ୍ୱୀକୃତି ମିଳିଛି । କରଣଙ୍କ ଅନୁଯାୟୀ ଏହି ଫିଲ୍ମ ଇବ୍ରାହିମଙ୍କ ପାଇଁ ପରଫେକଫ ଡେବୁ୍ୟ ଫିଲ୍ମ, ଯେଉଁଥିରେ ଜଣେ ଛାତ୍ର ପୂର୍ଣ୍ଣ ବିକଶିତ ମନୁଷ୍ୟ ହେବାର ଯାତ୍ରାକୁ ଦେଖାଯାଇଛି । ଇବ୍ରାହିମଙ୍କ ଫିଲ୍ମ ପ୍ରବେଶକୁ ଏପରି ଖବର ଆସିଛି ଯେ ତାଙ୍କ ଅପୋଜିଟରେ ଶେ୍ୱତା ତିୱାରୀଙ୍କ ଝିଅ ପଲକ ତିୱାରୀ ନଜର ଆସିପାରନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲି ସୂଚନା ସାମ୍ନାକୁ ଆସିନାହିଁ । ସେପଟେ ଇବ୍ରାହିମ ଏବଂ ପଲକ ଉଭୟ ରିଲସେନସିପ୍‌ରେ ଥିବା ଚର୍ଚ୍ଚା ହେଉଛି ।