ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ପରେ କାହା ପାଖରେ ରହିବେ ଦୁଇ ପୁଅ!
ଦିଲ୍ଲୀ: ଜାନୁଆରୀ ୧୮: ଦକ୍ଷିଣର ଲୋକପ୍ରିୟ ଅଭିନେତା ଧନୁଷ ଏବଂ ସୁପରଷ୍ଟାର ରଜନିକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନ ଉଠିଛି । ଏବେ ସେମାନଙ୍କର ଦୁଇ ପୁଅ ରହିବେ କେଉଁଠି? ଧନୁଷ-ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ୟାତ୍ରା ଏବଂ ଲିଙ୍ଗାଙ୍କୁ ବହୁତ ଭଲ ପାଆନ୍ତି । ଭଲ ପିତାମାତା ଭାବେ ସେମାନେ ଆଗକୁ ମିଶି ଦୁଇ ପୁଅଙ୍କ ସଠିକ୍ ଭବିଷ୍ୟ ପାଇଁ ଉଚିତ୍ ନିଷ୍ପତ୍ତି ନେବେ ବୋଲି କହିଥିବା […]
ଦିଲ୍ଲୀ: ଜାନୁଆରୀ ୧୮: ଦକ୍ଷିଣର ଲୋକପ୍ରିୟ ଅଭିନେତା ଧନୁଷ ଏବଂ ସୁପରଷ୍ଟାର ରଜନିକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନ ଉଠିଛି । ଏବେ ସେମାନଙ୍କର ଦୁଇ ପୁଅ ରହିବେ କେଉଁଠି?

ଧନୁଷ-ଐଶ୍ୱର୍ଯ୍ୟାଙ୍କ ଦୁଇ ପୁଅ ୟାତ୍ରା ଏବଂ ଲିଙ୍ଗାଙ୍କୁ ବହୁତ ଭଲ ପାଆନ୍ତି । ଭଲ ପିତାମାତା ଭାବେ ସେମାନେ ଆଗକୁ ମିଶି ଦୁଇ ପୁଅଙ୍କ ସଠିକ୍ ଭବିଷ୍ୟ ପାଇଁ ଉଚିତ୍ ନିଷ୍ପତ୍ତି ନେବେ ବୋଲି କହିଥିବା ଖବର ମିଳିଛି ।

ଏକ ସାକ୍ଷାତକାରରେ ଧନୁଷ କହିଥିଲେ, ସେ ସବୁଠାରୁ ନିଜ ଦୁଇ ପୁଅଙ୍କୁ ଭଲ ପାଆନ୍ତି । ତାଙ୍କୁ ଛାଡ଼ି ସେ ରହିପାରିବେ ନାହିଁ ।

ଅନ୍ୟପକ୍ଷରେ, ଧନୁଷ ଏବଂ ସୁପରଷ୍ଟାର ରଜନିକାନ୍ତଙ୍କ ସମ୍ପର୍କ ବେଶ୍ ଭଲ ରହିଥିବା ଜଣାଯାଇଛି । ଅନ୍ୟଏକ ସାକ୍ଷାତକାରରେ ଧନୁଷ କହିଥିଲେ, ରଜନିକାନ୍ତଙ୍କୁ ସେ ନିଜ ପିତା ଭଳି ସମ୍ମାନ କରନ୍ତି ।

ରଜନିକାନ୍ତ ମଧ୍ୟ ଧନୁଷଙ୍କ ଅଭିନୟର ପ୍ରଶଂସା ବହୁ ସାକ୍ଷାତକାରରେ କରିଛନ୍ତି ।

୨୦୦୪ରେ ବିବାହ କରିଥିଲେ ଧନୁଷ-ଐଶ୍ୱର୍ଯ୍ୟା ।

ଦୀର୍ଘ ୧୮ ବର୍ଷ ପରେ ସେମାନଙ୍କ ବିବାହ ବିଚ୍ଛେଦ ଖବର ପାଇବା ପରେ ପ୍ରଶଂସକଙ୍କୁ ଧMା ଲାଗିଥିଲା ।




