‘ଧମାକା’ରେ କାର୍ତ୍ତିକ ଏବଂ ମୃଣାଳ ରୋମାନ୍ସ
କାର୍ତ୍ତିକ ଆୟନ ଏବଂ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ ‘ଧମାକା’ ନିକଟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଫିଲ୍ମଟି ନିଜର ୟୁନିକ୍ କଣ୍ଟେଟ୍ ଜରିଆରେ ବିଶ୍ୱ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି । ବିଶେଷ କରି କାର୍ତ୍ତିକ ଆୟନ ଏବଂ ମୃଣାଳଙ୍କ ମଧ୍ୟରେ ଥିବା ରୋମାନ୍ସକୁ ଦର୍ଶକ ବେଶୀ ପସନ୍ଦ କରିଛନ୍ତି । ରାମ ମାଧବାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ନିଆରା ଷ୍ଟୋରୀଲାଇନଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ଏବଂ ସେମାନଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ […]
କାର୍ତ୍ତିକ ଆୟନ ଏବଂ ମୃଣାଳ ଠାକୁରଙ୍କ ଅଭିନୀତ ଫିଲ୍ମ ‘ଧମାକା’ ନିକଟରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଛି । ଫିଲ୍ମଟି ନିଜର ୟୁନିକ୍ କଣ୍ଟେଟ୍ ଜରିଆରେ ବିଶ୍ୱ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି । ବିଶେଷ କରି କାର୍ତ୍ତିକ ଆୟନ ଏବଂ ମୃଣାଳଙ୍କ ମଧ୍ୟରେ ଥିବା ରୋମାନ୍ସକୁ ଦର୍ଶକ ବେଶୀ ପସନ୍ଦ କରିଛନ୍ତି । ରାମ ମାଧବାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ନିଆରା ଷ୍ଟୋରୀଲାଇନଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ଏବଂ ସେମାନଙ୍କର ଦମଦାର ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିପାରିଛି ।

ରିଲିଜ୍ ହେବା ପରେ ଧମାକା ନେଟ୍ଫ୍ଲିକ୍ସରେ ପୁରା ଦୁନିଆର ଶ୍ରେଷ୍ଠ ପାଞ୍ଚଟି ଅଣଇଂରାଜୀ ଫିଲ୍ମ ମଧ୍ୟରେ ଟ୍ରେଣ୍ଡ୍ କରୁଛି । ଫିଲ୍ମକୁ ନେଟଫ୍ଲିକ୍ସରେ ୨୨ ନଭେମ୍ବରରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ପ୍ରାୟ ୪.୮ ମିଲିୟନ ଘଣ୍ଟା ପର୍ଯ୍ୟନ୍ତ ଲୋକମାନେ ଦେଖିଛନ୍ତି । ଏଥିସହ ଏହାକୁ ଦେଶ ଏବଂ ବିଦେଶର ସମୀକ୍ଷକ, ଆଲୋଚକ ଏବଂ ସିନେପ୍ରେମୀଙ୍କଠାରୁ ଜବରଦସ୍ତ ଭଲ ପାଇବା ଏବଂ ପ୍ରଶଂସା ସାଉଁଟିଛି ।

କେବଳ ସେତିକି ନୁହେଁ ଭାରତ, ୟୁଏଇ, ଶ୍ରୀଲଙ୍କା ଏବଂ ବାଙ୍ଗଲାଦେଶ ସହିତ ନେଟ୍ଫ୍ଲିକ୍ସରେ ୧୦ଟି ଦେଶର ଶ୍ରେଷ୍ଠ ୧୦ଟି ଫିଲ୍ମ ମଧ୍ୟରେ ଟ୍ରେଣ୍ଡ୍ କରିଚାଲିଛି । ଧମାକାର ଏହି ସଫଳତା ଉପରେ ନିର୍ଦ୍ଦେଶକ ରାମ ମାଧବାନୀ କହିଛନ୍ତି ଯେ, ଏହା ଏପରି ଏକ ଫିଲ୍ମ ଯାହା ତାଙ୍କ ହୃଦୟକୁ ଛୁଇଁଛି । ଫିଲ୍ମର କଳାକାରମାନେ ନିଜ ଭୂମିକାକୁ ନ୍ୟାୟ ଦେବା ସହ କଠିନ ପରିଶ୍ରମ କରିଥିବାରୁ ସେ କୃତଜ୍ଞ ବୋଲି ରାମ ମାଧବାନୀ କହିଛନ୍ତି ।

ସେପଟେ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା କାର୍ତ୍ତିକ କହିଛନ୍ତି ଯେ ଧମାକାରେ ତାଙ୍କର ଅଭିନୟକୁ ସମସ୍ତେ ପସନ୍ଦ କରିଥିବାରୁ ସେ ଖୁସି ଅଛନ୍ତି । ଏହି ଫିଲ୍ମରେ କାର୍ତ୍ତିକ ଆୟନ ଜଣେ ନୁ୍ୟଜ୍ ଆଙ୍କର ଅର୍ଜୁନ ପାଠକ ରୋଲରେ ନଜର ଆସିଛନ୍ତି । ଏହାସହ ମୃଣାଳ ଠାକୁର କାର୍ତ୍ତିକଙ୍କ ସ୍ତ୍ରୀ ସହ ଜଣେ ନୁ୍ୟଜ୍ ରିପୋର୍ଟର ଭୂମିକାରେ ଅଭିନୟ କରିଛନ୍ତି । ଆଗକୁ କାର୍ତ୍ତିକ କମେଡି ଡ୍ରାମା ଫିଲ୍ମ ଭୁଲ୍ ଭୁଲେୟା-୨ରେ ନଜର ଆସିବେ ।




