ପୁଣି ଥରେ ‘ଦଙ୍ଗଲ୍’ ଗର୍ଲ ଏକାଠି
ମୁମ୍ବାଇ: ଅଭିନେତା ଭିକି କୌଶଲ ଏବେ େୱଡିଂ ମୋଡ୍ରୁ ବାହାରି ଆସିଯାଇଛନ୍ତି । ସେ ତାଙ୍କର ଆଗାମୀ ଫିଲ୍ମ ଉପରେ ଧ୍ୟାନ ଦେବା ଆରମ୍ଭ ମଧ୍ୟ କରିଦେଇଛନ୍ତି । ଭିକି ତାଙ୍କର ଏକ ଅପକମିଂ ବାୟୋପିକ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିରେ ସେ ସାମ୍ ମାନେକ୍ସାଙ୍କ ରୋଲ୍ରେ ନଜର ଆସିବେ ଏବଂ ଫିଲ୍ମର ନାମ ରହିଛି ‘ସାମ୍ ବାହାଦୂର’ । ନିକଟରେ ଭିକି ଏହି ଫିଲ୍ମ ଉପରେ ଅପଡେଟ୍ ଦେଇଛନ୍ତି । ଏହି ଫିଲ୍ମରେ ଦଙ୍ଗଲ ଗର୍ଲ […]
ମୁମ୍ବାଇ: ଅଭିନେତା ଭିକି କୌଶଲ ଏବେ େୱଡିଂ ମୋଡ୍ରୁ ବାହାରି ଆସିଯାଇଛନ୍ତି । ସେ ତାଙ୍କର ଆଗାମୀ ଫିଲ୍ମ ଉପରେ ଧ୍ୟାନ ଦେବା ଆରମ୍ଭ ମଧ୍ୟ କରିଦେଇଛନ୍ତି । ଭିକି ତାଙ୍କର ଏକ ଅପକମିଂ ବାୟୋପିକ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି, ଯେଉଁଥିରେ ସେ ସାମ୍ ମାନେକ୍ସାଙ୍କ ରୋଲ୍ରେ ନଜର ଆସିବେ ଏବଂ ଫିଲ୍ମର ନାମ ରହିଛି ‘ସାମ୍ ବାହାଦୂର’ । ନିକଟରେ ଭିକି ଏହି ଫିଲ୍ମ ଉପରେ ଅପଡେଟ୍ ଦେଇଛନ୍ତି । ଏହି ଫିଲ୍ମରେ ଦଙ୍ଗଲ ଗର୍ଲ ସାନ୍ୟା ମଲହୋତ୍ରା ଏବଂ ଫାତିମା ସନା ଶେଖ୍ଙ୍କ ଏଣ୍ଟ୍ରି ହୋଇଛି ।

ପୁଣି ଥରେ ଦର୍ଶକ ଏହି ଫିଲ୍ମରେ ଦଙ୍ଗଲ ଗାର୍ଲଙ୍କର ଏକାଠି ଅଭିନୟ ଦେଖିବାକୁ ପାଇବେ । ଏହି ଫିଲ୍ମକୁ ‘ଛପାକ୍’ ଫିଲ୍ମର ନିର୍ଦ୍ଦେଶକ ମେଘନ ଗୁଲଜାର ନିର୍ଦ୍ଦେଶନା ଦେବେ । ଭିକି ଅପଡେଟ୍ ଦେବା ପାଇଁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋରେ ସାନ୍ୟା ଏବଂ ଫାତିମାଙ୍କ ମଝିରେ ବସିଛନ୍ତି ଭିକି ।

ଏହାସହ ନିର୍ଦ୍ଦେଶିକା ମେଘନା ମଧ୍ୟ ଫଟୋରେ ନଜର ଆସୁଛନ୍ତି । ଭିକି ଏହି ଘୋଷଣା ମେଘନାଙ୍କ ଜନ୍ମଦିନ ଅବସରରେ କରିଛନ୍ତି । ଏଥିସହ ଉଭୟ ଅଭିନେତ୍ରୀଙ୍କ ରୋଲ୍ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି । ସାମ୍ ବାହାଦୂର ଫିଲ୍ମରେ ସାନ୍ୟା ମଲହୋତ୍ରା ସାମ୍ ମାନେକ୍ସାଙ୍କ ପତ୍ନୀ ତଥା ଭିକିଙ୍କ ପତ୍ନୀଙ୍କ ରୋଲ୍ରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ଫତିମା ଇନ୍ଦିରା ଗାନ୍ଧିଙ୍କ ରୋଲ୍ରେ ନଜର ଆସିବେ । ଫିଲ୍ମରେ ଏକ ଅଂଶ ହୋଇ ସାନ୍ୟା ଏବଂ ଫତିମା ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଉଭୟ ଅଭିନେତ୍ରୀ ମଧ୍ୟ ଫଟୋ ସେୟାର କରିଛନ୍ତି ।

ତେବେ ପ୍ରଥମ ଥର ପାଇଁ ଭିକି ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ନିର୍ଦ୍ଦେଶିକା ମେଘନା ଏହି ବାୟୋପିକ୍ର ଘୋଷଣା ୨୦୧୯ରେ ହିଁ କରିଥିଲେ । ଏହାର ନିର୍ମାଣ ରାନୀ ସ୍କ୍ରୁୱାଲା ଦ୍ୱାରା କରାଯାଉଛି । ସୂଚନା ଅନୁଯାୟୀ ସାମ୍ ବାହାଦୂରର ପୁରା ଟିମ୍ ଖୁବଶୀଘ୍ର ସୁଟିଂ ଆରମ୍ଭ କରିବେ ।




