ଶ୍ରଦ୍ଧାଙ୍କ ବ୍ରେକଅପ୍ ଗୁଜବ !
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଦୀର୍ଘ ଦିନରୁ ଲାଇମଲାଇଟ୍ରେ ନାହାନ୍ତି । ନିକଟରେ ରଣବୀର କପୁରଙ୍କ ସହ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ଅଭିନେତ୍ରୀକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଶ୍ରଦ୍ଧା କପୁରଙ୍କ କଥିତ ଫଟୋଗ୍ରାଫର ବୟଫ୍ରେଣ୍ଡ୍ ରୋହନ ଶ୍ରେଷ୍ଠଙ୍କ ସହ ବ୍ରେକଅପ୍ ହୋଇଛି । କିଛି ସମୟ ପୂର୍ବେ ଉଭୟଙ୍କ ବିବାହକୁ […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଦୀର୍ଘ ଦିନରୁ ଲାଇମଲାଇଟ୍ରେ ନାହାନ୍ତି । ନିକଟରେ ରଣବୀର କପୁରଙ୍କ ସହ ଏକ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏବେ ଅଭିନେତ୍ରୀକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଶ୍ରଦ୍ଧା କପୁରଙ୍କ କଥିତ ଫଟୋଗ୍ରାଫର ବୟଫ୍ରେଣ୍ଡ୍ ରୋହନ ଶ୍ରେଷ୍ଠଙ୍କ ସହ ବ୍ରେକଅପ୍ ହୋଇଛି ।

କିଛି ସମୟ ପୂର୍ବେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା କରାଯାଉଥିଲା । ‘ଆଶିକି’ ଫେମ୍ ଶ୍ରଦ୍ଧା ନିଜ ରିଲେସନସିପ୍ ଷ୍ଟାଟସ୍ ସମ୍ପର୍କରେ କେବେ ବି ବାହାରେ ପ୍ରକାଶ କରିନାହାନ୍ତି, କିନ୍ତୁ ବି-ଟାଉନରେ ସେମାନଙ୍କ ଡେଟିଂକୁ ନେଇ ସର୍ବଦା ଖୁବ ଚର୍ଚ୍ଚା କରାଯାଉଛି । ଉଭୟ ପରସ୍ପରକୁ କଲେଜ ଲାଇଫ୍ରୁ ଜାଣିଛନ୍ତି । ୪ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ ଏବଂ ଏବେ ବିଚ୍ଛେଦ ହେବାର ଖବର ଆସୁଛି ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ ଗୋଆରେ ହେଉଥିବା ଶ୍ରଦ୍ଧାଙ୍କ ଜନ୍ମଦିନ ସେଲିବ୍ରେସନ ପାର୍ଟିରେ ରୋହନ ଯୋଗଦେଇନଥିଲେ । ଏହାପରଠୁ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚା କରାଯାଉଛି ଯେ ଉଭୟ ଫେବୃଆରୀରୁ ଅଲଗା ହୋଇଯାଇଛନ୍ତି ।

ସେପଟେ ବ୍ରେକଅପ୍ର ଗୁଜବ ମଧ୍ୟରେ ଶ୍ରଦ୍ଧା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯାହାର କ୍ୟାପସନ୍ରେ ସେ ତାଙ୍କ ଫଲୋଅର୍ସକୁ ପଚାରିଛନ୍ତି, ‘ଆଉ ଶୁଣାଅ?’ ‘ଆଶିକି-୨’ ଏବଂ ‘ଏକ ଭିଲେନ୍’ ପରି ଫିଲ୍ମରେ ନିଜ ଆକଫିଂ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିବା ଶ୍ରଦ୍ଧା ବର୍ତ୍ତମାନ ନିଜ କାମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ତାଙ୍କର ଆଗାମୀ ପ୍ରୋଜେକଫ ମଧ୍ୟରେ ଲଭ୍ ରଞ୍ଜନଙ୍କ ଏକ ଫିଲ୍ମ ସାମିଲ ରହିଛି । ଏହାସହ ‘ଚାଲବାଜ ଇନ୍ ଲଣ୍ଡନ’ ଏବଂ ‘ନାଗିନ’ ପାଇପାଇନ୍ରେ ରହିଛି ।




