ପୁଣି ବିବାଦରେ ‘ଆଶ୍ରମ’୩
ମୁମ୍ବାଇ: ଅକ୍ଟୋବର ୨୫: ଅଭିନେତା ବବି ଦେୱଲଙ୍କ ହିଟ୍ େୱବ୍ ସିରିଜ ‘ଆଶ୍ରମ’ର ଏପର୍ଯ୍ୟନ୍ତ ୨ଟି ସିଜିନ ମୁକ୍ତିଲାଭ କରିସାରିଛି । ଆଉ ଏବେ ସିରିଜର ତୃତୀୟ ସିଜିନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ‘ଆଶ୍ରମ’୩ ବିବାଦ ଘେରକୁ ଆସିଛି । ତୃତୀୟ ସିଜିନର ସୁଟିଂ ପାଇଁ ମଧ୍ୟପ୍ରଦେଶ ସ୍ଥିତ ଭୋପାଳରେ ସେଟ୍ ଲାଗିଥିଲା ଏବଂ ସମସ୍ତ କଳାକାର ସେଠି ପହଞ୍ଚିସାରିଥିଲେ । ହେଲେ ସେଟ୍ରେ ଭଙ୍ଗାରୁଜା […]
ମୁମ୍ବାଇ: ଅକ୍ଟୋବର ୨୫: ଅଭିନେତା ବବି ଦେୱଲଙ୍କ ହିଟ୍ େୱବ୍ ସିରିଜ ‘ଆଶ୍ରମ’ର ଏପର୍ଯ୍ୟନ୍ତ ୨ଟି ସିଜିନ ମୁକ୍ତିଲାଭ କରିସାରିଛି । ଆଉ ଏବେ ସିରିଜର ତୃତୀୟ ସିଜିନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ସୁଟିଂ ଆରମ୍ଭ ହେବା ପୂର୍ବରୁ ହିଁ ‘ଆଶ୍ରମ’୩ ବିବାଦ ଘେରକୁ ଆସିଛି । ତୃତୀୟ ସିଜିନର ସୁଟିଂ ପାଇଁ ମଧ୍ୟପ୍ରଦେଶ ସ୍ଥିତ ଭୋପାଳରେ ସେଟ୍ ଲାଗିଥିଲା ଏବଂ ସମସ୍ତ କଳାକାର ସେଠି ପହଞ୍ଚିସାରିଥିଲେ । ହେଲେ ସେଟ୍ରେ ଭଙ୍ଗାରୁଜା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବଜରଙ୍ଗ ଦଳର କର୍ମୀମାନେ ‘ଆଶ୍ରମ’୩ ସେଟ୍ରେ ଭଙ୍ଗାରୁଜା ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ବଜରଙ୍ଗ କର୍ମୀମାନେ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ମୁହଁ ଉପରେ କାଳି ଫୋପାଡ଼ିଛନ୍ତି । ବିକ୍ଷୋଭ ପ୍ରଦର୍ଶନକାରୀମାନେ ସିରିଜର ନାମ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି, ନଚେତ୍ ଭୋପାଳରେ ସୁଟିଂ ହେବାକୁ ଦେବେ ନାହିଁ ବୋଲି ଧମକ ଦେଇଛନ୍ତି ।

ଏହାସହ ସେଟ୍ରେ ପ୍ରକାଶ ଝା ଏବଂ ବବି ଦେୱଲଙ୍କ ବିରୋଧରେ ନାରାବାଜି କରିଛନ୍ତି । ତେବେ ‘ଆଶ୍ରମ’ର ପୂର୍ବ ସିଜିନରେ ଆଶ୍ରମର ମହିଳାଙ୍କୁ ନିର୍ଯ୍ୟାତିତ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବଜରଙ୍ଗୀ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରକାଶ ଝାଙ୍କ ନିର୍ଦ୍ଦେଶିତ ଏହି େୱବ୍ ସିରିଜ୍ର ଦୁଇଟି ଯାକ ସିଜିନକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ।

ଏଥିସହ ଏହି ସିରିଜ୍ ୨୦ତମ ଇଣ୍ଡିଆନ ଟେଲିଭିଜନ ଏକାଡେମୀ ଆୱାର୍ଡରେ ‘ଦ ଆଇଟିଏ ଲ୍ୟାଣ୍ଡ୍ମାର୍କ ଶୋ’ ଭାବେ ପୁରସ୍କୃତ ହୋଇଛି । ବବି ଦେୱଲଙ୍କ ବ୍ୟତୀତ ଦର୍ଶନ କୁମାର, ଚନ୍ଦନ ରାୟ ସାନ୍ୟାଲ, ପ୍ରୀତି ସୁଦ, ଅନୁରିତା ଝା ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।




