ନିରାଶ ହେବେ ପ୍ରଶଂସକ

ମୁମ୍ବାଇ: ଭାରତୀୟ ସିନେମା ଜଗତର ଦୁଇ ଭେଟେରାନ୍‌ ଫିଲ୍ମ ନିର୍ମାତା ଏସ୍‌ଏସ୍‌ ରାଜମୌଲୀ ଏବଂ ସଞ୍ଜୟ ଲୀଲା ଭଂସାଲୀ ନିଜ ନିଜର ଫିଲ୍ମ ପାଇଁ ବେଶ୍‌ ପ୍ରସିଦ୍ଧ । ଉଭୟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆରଆରଆର’ ଏବଂ ‘ଗଙ୍ଗୁବାଈ କାଠିୟାବୱାଡି’ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଖାସ୍‌ କଥା ହେଉଛି ଏହି ଦୁଇଟି ବଡ଼ ଫିଲ୍ମରେ ବଲିଉଡ୍‌ର ଆକ୍‌ସନ ଜ୍ୟାକସନ୍‌ ଅଜୟ ଦେବଗନ ନଜର ଆସିବେ । ଯେତେବେଳେ ଖବର ମିଳିଲା ଯେ, ଅଜୟ ଦେବଗନ […]

Samaya Live Picture
Published On

ମୁମ୍ବାଇ: ଭାରତୀୟ ସିନେମା ଜଗତର ଦୁଇ ଭେଟେରାନ୍‌ ଫିଲ୍ମ ନିର୍ମାତା ଏସ୍‌ଏସ୍‌ ରାଜମୌଲୀ ଏବଂ ସଞ୍ଜୟ ଲୀଲା ଭଂସାଲୀ ନିଜ ନିଜର ଫିଲ୍ମ ପାଇଁ ବେଶ୍‌ ପ୍ରସିଦ୍ଧ । ଉଭୟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆରଆରଆର’ ଏବଂ ‘ଗଙ୍ଗୁବାଈ କାଠିୟାବୱାଡି’ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ଖାସ୍‌ କଥା ହେଉଛି ଏହି ଦୁଇଟି ବଡ଼ ଫିଲ୍ମରେ ବଲିଉଡ୍‌ର ଆକ୍‌ସନ ଜ୍ୟାକସନ୍‌ ଅଜୟ ଦେବଗନ ନଜର ଆସିବେ ।
ନିରାଶ ହେବେ ପ୍ରଶଂସକ
ଯେତେବେଳେ ଖବର ମିଳିଲା ଯେ, ଅଜୟ ଦେବଗନ ଦୁଇଟିଯାକ ମେଗା ପ୍ରୋଜେକଫ ପାଇଁ ସାଇନ କରିଛନ୍ତି, ସେବେଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ଏବଂ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଛନ୍ତି । ହେଲେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି, ତାହା ନିଶ୍ଚିତ ଭାବେ ଅଜୟ ଦେବଗନଙ୍କ ପ୍ରଶଂସକଙ୍କୁ ନିରାଶ କରିବ ।

ସୂତ୍ର ଅନୁଯାୟୀ ଜଣାପଡ଼ିଛି ଯେ, ସିଂଘମ ଷ୍ଟାର ଅଜୟ ଦେବଗନଙ୍କୁ ଏହି ଦୁଇଟି ଫିଲ୍ମରେ ବହୁତ କମ୍‌ ସ୍କ୍ରିନ୍‌ ସ୍ପେସ୍‌ ମିଳିଛି । ଏସଏସ ରାଜମୌଲୀଙ୍କ ଫିଲ୍ମରେ ସେ ମାତ୍ର ୮ ମିନିଟ୍‌ ପରଦାରେ ଦେଖିବାକୁ ମିଳିବେ । ସେହିପରି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ୨୦ ମିନିଟ୍‌ର ରୋଲ୍‌ କରୁଥିବା ନଜର ଆସିବେ । ତେବେ ଶେଷ କିଛି ଫିଲ୍ମରେ ଅଜୟଙ୍କ ‘କେମିଓ’ ଅବତାର ବଡ଼ ଷ୍ଟାରଙ୍କ ଉପରେ ଭାରି ପଡ଼ିବାରେ ଲାଗିଛି ଏବଂ ଦର୍ଶକଙ୍କ ଏହି ଭଲ ପାଇବା ଦେଖିବାକୁ ମିଳିଥିଲା ରଣବୀର ସିଂହଙ୍କ ଫିଲ୍ମ ‘ସିମ୍ବା’ରେ, ଯେଉଁଥିରେ ଅଜୟ ଦେବଗନଙ୍କ କିଛି ମିନିଟର ଝଲକ ଦର୍ଶକଙ୍କ ହୃଦୟ ଜିତିପାରିଥିଲା ।
ନିରାଶ ହେବେ ପ୍ରଶଂସକ
ଫିଲ୍ମ ହିଟ୍‌ ହେବାର କ୍ରେଡିଟ୍‌ ମଧ୍ୟ ଏହି ସିନ୍‌କୁ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ଗଙ୍ଗୁବାଈ କାଠିୟାୱାଡିରେ ଅଜୟଙ୍କ ଦୃଶ୍ୟ ପାଇଁ ଏକ ବଡ଼ ସେଟ୍‌ ଲଗାଯାଇଛି । ଫିଲ୍ମରେ ଅଜୟଙ୍କ ଏହି ରୋଲ୍‌ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଚରିତ୍ର ମଧ୍ୟରେ ଅନ୍ୟତମ । ଏଥିସହ ଅଜୟ ଏବଂ ଆଲିୟାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ମଧ୍ୟ ଦେଖିବାକୁ ମିଳିବ । ସେହିପରି ପିରିୟଡ୍‌ ଡ୍ରାମା ଫିଲ୍ମ ଆରଆରଆର୍‌ରେ ଅଜୟଙ୍କ ‘କେମିଓ’ (କ୍ଷଣକ/ କିଛି ସମୟ ପାଇଁ ସିନେମା ଦୃଶ୍ୟରେ ନଜର ଆସିବା )ରୋଲ୍‌ ଖାସ୍‌ ପ୍ରଭାବ ପକାଇବ ।
ନିରାଶ ହେବେ ପ୍ରଶଂସକ

ଏଥିରେ ମୁଖ୍ୟ ଭୂମିକାରେ ରାମଚରଣ ଏବଂ ଜୁନିଅର ଏନଟିଆର ଅଭିନୟ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ ଉଭୟ ଫିଲ୍ମରେ ଅଜୟଙ୍କ ରୋଲ୍‌ ସମ୍ପର୍କରେ ବେଶି କିଛି ଜଣାପଡ଼ନାହିଁ । ଏହାରି ମଧ୍ୟରେ ଅଜୟ ବଲିଉଡ୍‌ରେ ୩୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’ ୨୨ ନଭେମ୍ବର ୧୯୯୧ରେ ରିଲିଜ୍‌ ହୋଇଥିଲା ।