ରିଅଲ ଲାଇଫ୍‌କୁ ନେଇ ନର୍ଗିସଙ୍କ ଖୁଲାସା

ମୁମ୍ବାଇ: ସେପ୍‌ଟେମ୍ବର ୧୭: ରକଷ୍ଟାର ଅଭିନେତ୍ରୀ ନର୍ଗିସ ଫକରୀ ଦୀର୍ଘ ଦିନ ଧରି ସିନେ ପରଦାରୁ ଦୂରେଇ ରହିଛନ୍ତି । କରୋନା ମହାମାରୀ ସମୟରେ ଭାରତ ଛାଡ଼ି ଆମେରିକା ଚାଲିଯାଇଥିଲେ ମଧ୍ୟ ସେ ସର୍ବଦା ସୋସିଆଲ ମିଡିଆରେ ଆକଫିଭ ରହିବା ସହ ମଝିରେ ମଝିରେ ତାଙ୍କର ବୋଲïନେସ୍‌ ଫଟୋ ଅପଲୋଡ୍‌ କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହୁଛନ୍ତି । କିନ୍ତୁ ଏବେ ପୁଣି ଥରେ ନର୍ଗିସ ତାଙ୍କର ଏକ ଖୁଲାସାକୁ ନେଇ ଚର୍ଚ୍ଚାକୁ ଆସିଯାଇଛନ୍ତି । ଅଭିନେତା […]

Samaya Live Picture
Published On

ମୁମ୍ବାଇ: ସେପ୍‌ଟେମ୍ବର ୧୭: ରକଷ୍ଟାର ଅଭିନେତ୍ରୀ ନର୍ଗିସ ଫକରୀ ଦୀର୍ଘ ଦିନ ଧରି ସିନେ ପରଦାରୁ ଦୂରେଇ ରହିଛନ୍ତି । କରୋନା ମହାମାରୀ ସମୟରେ ଭାରତ ଛାଡ଼ି ଆମେରିକା ଚାଲିଯାଇଥିଲେ ମଧ୍ୟ ସେ ସର୍ବଦା ସୋସିଆଲ ମିଡିଆରେ ଆକଫିଭ ରହିବା ସହ ମଝିରେ ମଝିରେ ତାଙ୍କର ବୋଲïନେସ୍‌ ଫଟୋ ଅପଲୋଡ୍‌ କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହୁଛନ୍ତି । କିନ୍ତୁ ଏବେ ପୁଣି ଥରେ ନର୍ଗିସ ତାଙ୍କର ଏକ ଖୁଲାସାକୁ ନେଇ ଚର୍ଚ୍ଚାକୁ ଆସିଯାଇଛନ୍ତି । ଅଭିନେତା ତଥା ନିର୍ମାତା ଉଦୟ ଚୋପ୍ରାଙ୍କୁ ଡେଟ୍‌ କରୁଥିବା ନର୍ଗିସ ନିଜେ ସ୍ୱୀକାର କରିଛନ୍ତି । ଏହାସହ ଉଦୟଙ୍କ ସହ ବ୍ରେକଅପ୍‌ ସମ୍ପର୍କରେ ଏକ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭୁ୍ୟରେ କହିଛନ୍ତି । ଅଭିନେତ୍ରୀ ନର୍ଗିସ ଫକରୀ କହିଛନ୍ତି ଯେ ଉଦୟ ଚୋପ୍ରା ଏବଂ ସେ ଦୀର୍ଘ ୫ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ । ଉଦୟ ତାଙ୍କ ପାଇଁ ଜଣେ ଭଲ ମଣିଷ ଥିଲେ । କିନ୍ତୁ ତାଙ୍କୁ ମନା କରାଯାଇଥିବାରୁ ସେ କେବେ ବି ଉଭୟଙ୍କ ରିଲେସନସିପକୁ ସର୍ବସମ୍ମୁଖରେ ଜଣାଇନଥିଲେ । ହେଲେ ଏଥିପାଇଁ ସେ ପଶ୍ଚାତାପ କରୁଛନ୍ତି ଏବଂ ବ୍ରେକଅପ୍‌ ପରେ ଭାରତ ଛାଡ଼ି ଆମେରିକା ଚାଲିଯାଇଛନ୍ତି ବୋଲି ନର୍ଗିସ କହିଛନ୍ତି । ସେପଟେ ରଣବୀର କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି । ତାଙ୍କ କ୍ୟାରିଅରର ପ୍ରଥମ ଫିଲ୍ମ ରକଷ୍ଟାରର ସୁଟିଂ ବେଳେ ସେ ରଣବୀରଙ୍କ ନିକଟତର ହୋଇଥିଲେ । ରଣବୀରଙ୍କ ମାଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ଥିଲା । ହେଲେ ରକଷ୍ଟାର ଶେଷ ହେବା ପରେ ରଣବୀର ଏବଂ ନର୍ଗିସ ଅଲଗା ହୋଇଯାଇଥିଲେ । ୨୦୧୧ରେ ନର୍ଗିସ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ମଦ୍ରାସ କେଫେ, ମେ ତେରା ହିରୋ, ଅଜହର, ହାଉସଫୁଲ୍‌ ୩ ପରି ଫିଲ୍ମରେ ଅଭିନୟ କରିଛନ୍ତି । ସେ ଶେଷଥର ପାଇଁ ଟୋରବାଜ ଫିଲ୍ମରେ ନଜର ଆସିଥିଲେ ।