ଅଭିନେତ୍ରୀ କିଆରାଙ୍କୁ ‘ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡ’
ମୁମ୍ବାଇ: ସେପ୍ଟେମ୍ବର ୧୮: ବଲିଉଡ୍ର ସୁନ୍ଦରୀ ନାୟିକା କିଆରା ଆଡଭାନୀ । ଆଜିକାଲି ବି-ଟାଉନରେ କେବଳ ତାଙ୍କର ହିଁ ଚର୍ଚ୍ଚା । କାରଣ ହେଉଛି ନିକଟରେ ରିଲିଜ୍ ହୋଇଥିîବା ତାଙ୍କର ଫିଲ୍ମ ‘ଶେରଶାହ’ । ଫିଲ୍ମର ସଫଳତା ଏବଂ କିଆରାଙ୍କ ଅଭିନୟକୁ ସିନେ ସମୀକ୍ଷକ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଅଭିନେତା ସିଦ୍ଧାର୍ଥ ମଲୋହତ୍ରାଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବା […]
ମୁମ୍ବାଇ: ସେପ୍ଟେମ୍ବର ୧୮: ବଲିଉଡ୍ର ସୁନ୍ଦରୀ ନାୟିକା କିଆରା ଆଡଭାନୀ । ଆଜିକାଲି ବି-ଟାଉନରେ କେବଳ ତାଙ୍କର ହିଁ ଚର୍ଚ୍ଚା । କାରଣ ହେଉଛି ନିକଟରେ ରିଲିଜ୍ ହୋଇଥିîବା ତାଙ୍କର ଫିଲ୍ମ ‘ଶେରଶାହ’ । ଫିଲ୍ମର ସଫଳତା ଏବଂ କିଆରାଙ୍କ ଅଭିନୟକୁ ସିନେ ସମୀକ୍ଷକ ମଧ୍ୟ ପ୍ରଶଂସା କରିବାକୁ ଭୁଲିନାହାନ୍ତି । ଅଭିନେତା ସିଦ୍ଧାର୍ଥ ମଲୋହତ୍ରାଙ୍କ ସହ ତାଙ୍କର କେମେଷ୍ଟ୍ରୀକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେବା ପରେ କିଆରା ଏବେ ବଲିଉଡ୍ର ଟପ୍ ହିରୋଇନଙ୍କ ଲିଷ୍ଟରେ ସାମିଲ ହୋଇଯାଇଛନ୍ତି । ଏହି ସଫଳତା ପାଇଁ କିଆରାଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ‘ସ୍ମିତା ପାଟିଲ ମେମୋରିଅଲ ଗ୍ଲୋବ ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ଏହି ବଡ଼ ଉପଲବ୍ଧିତା ସହ କିଆରା ଏବେ ଏହି ପୁରସ୍କାର ପାଇଥିବା ଅଭିନେତ୍ରୀ ଯଥା ବିଦ୍ୟା ବାଲନ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି । ଶେରଶାହାରେ କିଆରା ଆଡଭାନୀଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇପାରିଛି । ଏହି ଫିଲ୍ମର ସଫଳତା ପରେ କିଆରା ନିଜ ଲୁକ୍ ଏବଂ ଅଭିନୟକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଡ. ନିରଞ୍ଜନ ହିରାନନ୍ଦାନି ଏବଂ ଶ୍ରୀ ନାନିକ ରୁପାନିଙ୍କ ନେତୃତ୍ୱରେ ପ୍ରିୟଦର୍ଶନୀ ଏକାଡେମୀ କିଆରାଙ୍କୁ ୩୭ତମ ବାର୍ଷିକ ଗ୍ଲୋବାଲ ଆୱାର୍ଡରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ସ୍ମିତା ପାଟିଲ ମେମୋରିଆଲ ଗ୍ଲୋବାଲ ଆୱାର୍ଡ ସହ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରିୟଦର୍ଶିନୀ ଏକାଡେମୀର ସଭାପତି ଶ୍ରୀ ନାନିକ ରୁପାନି କିଆରାଙ୍କୁ ପ୍ରଶଂସା କରିବା ବେଳେ କହିଛନ୍ତି ଯେ ଏହି ପୁରସ୍କାର ପାଇଁ କିଆରା ହିଁ ଉପଯୁକ୍ତ କାରଣ ଅଳ୍ପ ସମୟ ମଧ୍ୟରେ ତାଙ୍କର ଅଦ୍ଭୁତ ପ୍ରତିଭା ଏବଂ ପ୍ରେରଣାଦାୟୀ ଯାତ୍ରା ପୁରସ୍କାର ପାଇବାକୁ ଯୋଗ୍ୟ । ସେପଟେ କିଆରା ଖୁବଶୀଘ୍ର ଭୁଲ ଭୁଲେୟା-୨, ଜଗ ଜୁଦ ଜିୟୋ ଫିଲ୍ମରେ ନଜର ଆସିବେ ।




