‘ଫାୟାର ଇନ୍ ଦ ମାଉଣ୍ଟେନସ୍’କୁ ବେଷ୍ଟ ଇଣ୍ଡିଆନ୍ ଫିଲ୍ମ ଆୱାର୍ଡ
ଭୁବନେଶ୍ୱର: ଅଗଷ୍ଟ ୨୧: ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୧(ଆଇଏଫ୍ଏଫ୍ଏମ୍)ରେ ‘ଫାୟାର୍ ଇନ୍ ଦ ମାଉଣ୍ଟେନସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ଅଜିତ୍ପାଲ ସିଂହଙ୍କ ଏହି ଫିଲ୍ମ ଦର୍ଶକ ହୃଦୟକୁ ସ୍ପର୍ଶ କରି ଏହି ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିଛି । ଅଜିତପାଲ ଏବେ ନିଜର ଆଗାମୀ ପଞ୍ଜାବୀ େୱବସିରିଜ ନିର୍ମାଣ କରିବାରେ ବ୍ୟସ୍ତ ରହିଛନ୍ତି । ‘ଫାୟାର ଇନ୍ ଦ ମାଉଣ୍ଟେନସ୍’ ହେଉଛି ୮୨ ମିନିଟ୍ର ଏକ ଡ୍ରାମା ମୁଭି […]
ଭୁବନେଶ୍ୱର: ଅଗଷ୍ଟ ୨୧: ମେଲବର୍ଣ୍ଣରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୨୧(ଆଇଏଫ୍ଏଫ୍ଏମ୍)ରେ ‘ଫାୟାର୍ ଇନ୍ ଦ ମାଉଣ୍ଟେନସ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛି । ଅଜିତ୍ପାଲ ସିଂହଙ୍କ ଏହି ଫିଲ୍ମ ଦର୍ଶକ ହୃଦୟକୁ ସ୍ପର୍ଶ କରି ଏହି ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ କରିଛି । ଅଜିତପାଲ ଏବେ ନିଜର ଆଗାମୀ ପଞ୍ଜାବୀ େୱବସିରିଜ ନିର୍ମାଣ କରିବାରେ ବ୍ୟସ୍ତ ରହିଛନ୍ତି । ‘ଫାୟାର ଇନ୍ ଦ ମାଉଣ୍ଟେନସ୍’ ହେଉଛି ୮୨ ମିନିଟ୍ର ଏକ ଡ୍ରାମା ମୁଭି ।
କାହାଣୀରେ ହିମାଳୟର ଏକ ଗ୍ରାମର ଜଣେ ମହିଳା କିଭଳି ଗ୍ରାମର ରାସ୍ତା ନିର୍ମାଣ ପାଇଁ ଅର୍ଥ ସଞ୍ଚୟ କରନ୍ତି । ୱିଲ୍ ଚେୟାରରେ ଥିବା ନିଜ ପୁଅକୁ ଫିଜିଓଥେରାପି ପାଇଁ ସହରକୁ ନେବାକୁ ଚାହୁଁଛନ୍ତି, ହେଲେ ଏଥିରେ ବାଧକ ସାଜିଛି ଗ୍ରାମର ରାସ୍ତା । ଏଣୁ ସେ ଦିନ ରାତି ବହୁ ପରିଶ୍ରମ କରି ଟଙ୍କା ସଞ୍ଚୟ କରୁଛନ୍ତି ଗ୍ରାମର ରାସ୍ତା ନିର୍ମାଣ କରିବା ପାଇଁ । ଅନ୍ୟପକ୍ଷେ ମହିଳାଙ୍କ ସ୍ୱାମୀ କୁହୁକ ଓ ଗୁଣିଗାରେଡ଼ିକୁ ବିଶ୍ୱାସ କରୁଛନ୍ତି । ମହିଳା ଜଣକ ସଞ୍ଚୟ କରିଥିବା ସମସ୍ତ ଟଙ୍କାକୁ ତାଙ୍କ ସ୍ୱାମୀ ଚୋରି କରୁଛନ୍ତି । ଏହି ଫିଲ୍ମରେ ଅଭିନେତ୍ରୀ ବିନମ୍ରତା ରାଏ, ଅଭିନେତା ଚନ୍ଦନ ବିସ୍ତ, ସୋନଲ ଝା ଏବଂ ବାଳ କଳାକାର ହର୍ଷିତା ତିୱାରୀ ପ୍ରମୁଖ ମୁଖ୍ୟ ଚରିତ୍ରରେ ରହିଛନ୍ତି ।




