ପରଲୋକରେ ପଦ୍ମଶ୍ରୀ ବୀଣାପାଣି ମହାନ୍ତି
କଟକ: ଅପ୍ରେଲ ୨୫: ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ବେଶ୍ ପରିଚିତ । ସେ ୨୦୨୦ରେ ପଦ୍ମଶୀ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।ସାହିତ୍ୟିକା ବୀଣାପାଣ ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ […]
କଟକ: ଅପ୍ରେଲ ୨୫: ୮୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଭଳି ପୁସ୍ତକ ରଚନା ପାଇଁ ସେ ବେଶ୍ ପରିଚିତ । ସେ ୨୦୨୦ରେ ପଦ୍ମଶୀ ପୁରସ୍କାର ପାଇଥିଲେ। ପଦ୍ମଶ୍ରୀ ପୁରସ୍କାର ବ୍ୟତୀତ ସେ ସେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।ସାହିତ୍ୟିକା ବୀଣାପାଣ ମହାନ୍ତିଙ୍କ ପରଲୋକ ଖବର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଜାରି ହୋଇଛି । ବୀଣାପାଣିଙ୍କ ବିୟୋଗ ସାହିତ୍ୟ ଜଗତ ଲାଗି ଅପୁରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିବା ସହ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ସେହିପରି ପଦ୍ମଶୀ ବୀଣାପାଣି ମହାନ୍ତିଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ସାହିତ୍ୟ ଲାଗି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ଦ୍ୱାରା ଲିଖିତ ଅନେକ ଲେଖନୀ ଅନ୍ୟ ଭାଷାରେ ବହୁ ଆଦୃତ ହୋଇଛି । ତାଙ୍କ ଅମର ଆତ୍ମାର ସଦଗତି ସହ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିଜର ଟ୍ୱିଟରରେ ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମଧ୍ୟ ନିଜ ଟୁଇଟର ହ୍ୟାଣ୍ଡେସରେ ଶୋକ ବ୍ୟକ୍ତ କରିଛନ୍ତି ।




