ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ବିଗ୍ରହ
ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିରରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି । ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୂର୍ଣ୍ଣ […]
ନୂଆପଡ଼ା : ମନ୍ଦିରରେ ପଶିଲା ଡ୍ୟାମ ପାଣି । ଅନ୍ୟତ୍ର ସ୍ଥାନାନ୍ତର ହେଲେ ବିଗ୍ରହ । ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତିଖାଲି ଡ୍ୟାମରେ ପାଣି ଭର୍ତ୍ତି ହେଉଥିବା ବେଳେ ଏପଟେ ଉପର ମୁଣ୍ଡ ବିସ୍ଥାପିତ କୋନାବିରା ଗାଁର ଜଗନ୍ନାଥ ମନ୍ଦିରରେ ପାଣି ପଶିବା ପରେ ତିନି ଠାକୁରଙ୍କୁ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରି ପୂଜାର୍ଚ୍ଚନା କରାଯାଉଛି ।
ତିଖାଲି ଡ୍ୟାମରେ କୋନାବିରା ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ଘୋଷଣା ହେବାସହ ସମସ୍ତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏବେ ଲଗାଣ ବର୍ଷା ରେ ଡ୍ୟାମ ଭର୍ତ୍ତି ହେଉଥିବା ବେଳେ ବୁଡି ଅଞ୍ଚଳରେ ପାଣି ପଶୁଛି । ଯାହାପାଇଁ ଗାଁ ରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଣି ପଶି ଯାଇଥିଲା । ଶେଷରେ ବାଧ୍ୟ ହୋଇ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା ଦେବୀଙ୍କୁ ପୂଜାର୍ଚ୍ଚନା କରି ୨ କିଲୋମିଟର ଦୂରରେ ଅନ୍ୟ ଏକ ସ୍ଥାନରେ ସ୍ଥାପନା କରା ଯାଇଛି । ଏହି ସମୟରେ ହରିବୋଲ ହୁଳହୁଳି ସାଙ୍ଗକୁ ଶଙ୍ଖ,ଘଣ୍ଟ ଓ ମୃଦଙ୍ଗରେ ଗାଁ ରାସ୍ତା ପ୍ରକମ୍ପିତ ହୋଇଥିଲା ।




