ବସୁନ୍ଧରା ଯୋଜନା ଏକ ପ୍ରହସନ: ଡଇଁଚାରେ ଓଭର୍‌ ହେଡ୍‌ ପାଣି ଟାଙ୍କିରୁ ପାଣି ମିଳିବ କେବେ !

ରେଢ଼ାଖୋଲ: ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ବସୁନ୍ଧରା ଯୋଜନାରେ ଓଭର୍‌ ହେଡ୍‌ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକଙ୍କୁ ପାଣିଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସୀନତା ତଥା ମନମୁଖୀ କାର୍ଯ୍ୟଯୋଗୁଁ ଗ୍ରାମାଞ୍ଚଳରେ ଲୋକେ ପାଣି ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି । ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ବି ପାଣି ପାଇବାରୁ […]

Samaya Live Picture
Published On

ରେଢ଼ାଖୋଲ: ସରକାର ଗ୍ରାମାଞ୍ଚଳରେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇବା ପାଇଁ ବସୁନ୍ଧରା ଯୋଜନାରେ ଓଭର୍‌ ହେଡ୍‌ ପାଣି ଟାଙ୍କି ତିଆରି କରି ସେଥିରୁ ଲୋକଙ୍କୁ ପାଣିଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଗ୍ରାମ୍ୟଜଳଯୋଗାଣ ବିଭାଗର ଅଧିକାରୀ ମାନଙ୍କର ଉଦାସୀନତା ତଥା ମନମୁଖୀ କାର୍ଯ୍ୟଯୋଗୁଁ ଗ୍ରାମାଞ୍ଚଳରେ ଲୋକେ ପାଣି ମୁନ୍ଦାଏ ପାଇବାରୁ ବଞ୍ଚିତ ହେଉଛନ୍ତି । ସେମିତି ଏକ ଗାଁ ରହିଛି ଯାହାକି ପାଣି ଟାଙ୍କି ଥାଇବି ଲୋକମାନେ ମୁନ୍ଦାଏ ବି ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଡଇଁଚା ଗ୍ରାମରେ ସରକାରଙ୍କ ବସୁନ୍ଧରା ଯୋଜନାରେ ନିକଟସ୍ଥ ହାଟପଦା ଠାରେ ଏକ ଓଭର୍‌ ହେଡ଼୍‌ ଟାଙ୍କି ବିଗତ ୪ ବର୍ଷ ହେଲା ତିଆରି ହୋଇରହିଛି । ୪ ବର୍ଷ ହେଲା ଟାଙ୍କିକୁ ପାଣି ଉଠା ଯାଇ ଲୋକମାନଙ୍କ ପାଖରେ ପହଂଚି ପାରିଲା ନାହିଁ । ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି ଯେ ଓଭର ହେଡ଼୍‌ ଟାଙ୍କି କୁ ପାଣି ଉଠାଗଲେ ଟାଙ୍କିଟି ଭୁଶୁଡ଼ି ଯିବାର ସମ୍ଭାବନା ଥିବାରୁ ବିଭାଗର ସଂପ୍ରୁକ୍ତ ଜେ.ଇ ପାଣି ଚଢ଼ାଉ ନାହାନ୍ତି । ଲକ୍ଷ ଲକ୍ଷ ଟଙ୍କାରେ ର୍ନିମିତ ଏହି ଓଭର ହେଡ ଟାଙ୍କି ସରକାରଙ୍କ ବସୁନ୍ଧରା ଯୋଜନାରେ ତିଆରି ହୋଇଛି । ଡଇଁଚା ଗ୍ରାମର ତାଟକା ପଶି ,ଉପରସାହି ,ପଧାନସାହି ଆଦିରେ ଆବଶ୍ୟକ କୂପ ନ ଥିବାରୁ ଲୋକମାନେ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି ।

ବସୁନ୍ଧରା ଯୋଜନା ଏକ ପ୍ରହସନ: ଡଇଁଚାରେ ଓଭର୍‌ ହେଡ୍‌ ପାଣି ଟାଙ୍କିରୁ ପାଣି ମିଳିବ କେବେ !

ମୋଟର ସରୁ ପାଇପ୍‌ ସାହାଯ୍ୟରେ ଯାହା ବି ପାଣି ଆସୁଚି ଅଧ ବାଟରେ କେତେ ଜଣ ବ୍ୟକ୍ତି ଟୁଲୁ ମୋଟର ଲଗାଇ ପାଣି ଟାଣି ନେଉଥିବାର ଅଭିଯୋଗ ହେଉଛି । ମାତ୍ର ୪ରୁ ୫ ଘର ପାଣି ପାଉଛନ୍ତି । ବାକି ଲୋକ ପାଣି ଚୋରି ହେଉଥିବାରୁ ପାଇପାରୁ ନାହାନ୍ତି । କେତେଜଣ ଗ୍ରାହକ ମନଇଛା ବଡ ବଡ ହୋଲ୍‌ କରି ପାଇପ୍‌ ସଂଯୋଗ କରି ପାଣି ନେଉଥିବାରୁ ସବୁ ଆଡ଼େ ପାଣି ପହଂଚି ପାରୁନାହିଁ । ଏପରିକି କୂପରେ ପାଇପ୍‌ ଦ୍ୱାରା ପାଣି ପକାଯାଉଛି । ଏ ପାଣି ଚୋରୀ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ମୋଟା ଅଙ୍କର ଫାଇଦା ପାଇ ନିରବ ଦ୍ରଷ୍ଟା ସାଜିଛନ୍ତି । ଶିଘ୍ର ଏହାର ସମାଧାନ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।