ପିକ୍‌ଅପ୍‌ ଭ୍ୟାନ୍‌ ରୁ ୨୨୮ବଣ୍ଡଲ କେନ୍ଦୁପତ୍ର ଜବତ୍‌

ରେଢ଼ାଖୋଲ : ସୋମବାର ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବଡମାଳ ରେn ମୋଚିବାହାଳ ଗ୍ରାମରୁ ରୁ ବନବିଭାଗ ୨୨୮ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍‌ଅପ୍‌ ଗାଡ଼ି ( ଡବ୍ଲୁବି ୩୫-୩୫୯୮)କୁ ଜବତ କରିଥିବା ବେଳେ ସହ ଗାଡ଼ିଚାଳକ ଫେରାର୍‌ ହେବାରେ ସକ୍ଷମ ହେଇଛି । ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ମୋଚିବାହାଳ ଅଞ୍ଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ଭୋରରୁ […]

Samaya Live Picture
Published On

ରେଢ଼ାଖୋଲ : ସୋମବାର ଭୋରରୁ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ ବଡମାଳ ରେn ମୋଚିବାହାଳ ଗ୍ରାମରୁ ରୁ ବନବିଭାଗ ୨୨୮ ବଣ୍ଡଲ କେନ୍ଦୁପତ୍ର ଜବତ କରିବା ସହ ଏକ ପିକ୍‌ଅପ୍‌ ଗାଡ଼ି ( ଡବ୍ଲୁବି ୩୫-୩୫୯୮)କୁ ଜବତ କରିଥିବା ବେଳେ ସହ ଗାଡ଼ିଚାଳକ ଫେରାର୍‌ ହେବାରେ ସକ୍ଷମ ହେଇଛି ।

ପିକ୍‌ଅପ୍‌ ଭ୍ୟାନ୍‌ ରୁ ୨୨୮ବଣ୍ଡଲ କେନ୍ଦୁପତ୍ର ଜବତ୍‌

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ମୋଚିବାହାଳ ଅଞ୍ଚଳରୁ କେନ୍ଦୁପତ୍ର ବାହାର ରାଜ୍ୟକୁ ଚାଲାଣ ହେଉଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ଭୋରରୁ ରେଢ଼ାଖୋଲ ବନଖଣ୍ଡ ଅଧିକାରୀ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ମୋଚିବାହାଳ ଠାରେ ଛକି ରହିଥିଲେ । ପିକ୍‌ ଅପ୍‌ ଭ୍ୟାନ୍‌ ରେ କେନ୍ଦୁପତ୍ର ବୋଝେଇ ହୋଇ ମୋଚିବାହାଳ ପହଞ୍ଚିବା କ୍ଷଣି ବନବିଭାଗ ଗାଡ଼ିଟିକୁ ଅଟକାଇଥିଲା । ପିକଅପ୍‌ ଗାଡିକୁ ଜବତ କରିବା ସହ ଗାଡିରୁ ୨୨୮ବଣ୍ଡଲ କେନ୍ଦୁପତ୍ର ଜବତ କରିବା ଗାଡିକୁ ଜବତ କରିଥିଲା । ଏଥିରେ ସଂପ୍ରୁକ୍ତ ଥିବା ଡ୍ରାଇଭର ଫେରାର୍‌ ଥିବା ବନବିଭାଗ ପ୍ରକାଶ କରିଛି ।

ରେଢ଼ାଖୋଲ ଡିଏଫ୍‌ଓ ରମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ରେnର ପ୍ରଦୀପ ସେଠୀ ,ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ମୋଚିବାହାଳ ଫରେଷ୍ଟର ସୁନୀଲ କୁମାର ମିର୍ଦ୍ଧା ,ଫରେଷ୍ଟଗାର୍ଡ କୈଳାସ ଚନ୍ଦ୍ର ମିଶ୍ର ,କିଶୋର ଚନ୍ଦ୍ର ପ୍ରଧାନ ତଥା ବନବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ୍‌ ହୋଇଥିଲେ । ଗାଡିସହ କେନ୍ଦୁପତ୍ର ସବୁକୁ ମୋଚିବାହାଳ କେନ୍ଦୁପତ୍ର ଫଡ଼ିରେ ଜିମା ଦେଇଥିବା ବନ ବିଭାଗ ପ୍ରକାଶ କରିଛି ।