ଖଣ୍ଡୁଆଳ ମାଳି ପର୍ବତମାଳାର ଲିଜ୍ ନିଷ୍ପତ୍ତି ବାତିଲ ପାଇଁ ଦାବି
ଭବାନୀପାଟଣା : ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି ଜିଲ୍ଲାର ‘କର୍ଲାପାଟ ଅଭୟାରଣ୍ୟ’ ଅର୍ନ୍ତଗତ ଖଣ୍ଡୁଆଳ ମାଳି ପର୍ବତମାଳାକୁ ସରକାର କମ୍ପାନୀ ହାତରେ ଲିଜ୍ ଦେବା ନୀତିକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ରାଜ୍ୟ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଆଜି ପୁରୁଣାପଡ଼ାଠାରେ ଏକ ସାମ୍ବାଦିକ ସମ୍ମୀଳନି ଡକାଇଛନ୍ତି । ସେଥିରେ ସେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ଖଣ୍ଡୁଆଳ ମାଳିକୁ ବକ୍ଜସାାଇଟ୍ ଖଣି ଖନନ ପାଇଁ କମ୍ପାନୀ ହାତକୁ ଟେକି ଦିଆଯିବନାହିଁ । ସରକାର […]
ଭବାନୀପାଟଣା : ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି ଜିଲ୍ଲାର ‘କର୍ଲାପାଟ ଅଭୟାରଣ୍ୟ’ ଅର୍ନ୍ତଗତ ଖଣ୍ଡୁଆଳ ମାଳି ପର୍ବତମାଳାକୁ ସରକାର କମ୍ପାନୀ ହାତରେ ଲିଜ୍ ଦେବା ନୀତିକୁ ତୀବ୍ର ବିରୋଧ କରାଯାଇଛି । ଏନେଇ ରାଜ୍ୟ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଆଜି ପୁରୁଣାପଡ଼ାଠାରେ ଏକ ସାମ୍ବାଦିକ ସମ୍ମୀଳନି ଡକାଇଛନ୍ତି । ସେଥିରେ ସେ କହିଛନ୍ତି ଯେ, କଳାହାଣ୍ଡି ଜିଲ୍ଲାର ଖଣ୍ଡୁଆଳ ମାଳିକୁ ବକ୍ଜସାାଇଟ୍ ଖଣି ଖନନ ପାଇଁ କମ୍ପାନୀ ହାତକୁ ଟେକି ଦିଆଯିବନାହିଁ । ସରକାର ଅବିଚାରିତ ଢଙ୍ଗରେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରୁ ଓହରି ଯିବାକୁ ଦାବି କରାଯାଇଛି । ତେବେ ସେହି ପର୍ବତମାଳାରେ ବାସ କରୁଥିବା ହଜାର ହଜାର ଆଦିବାସୀ ଏହାକୁ ବିରୋଧ କରି ଅନେକ ସମୟ ଆନ୍ଦୋଳନ କରିଆସୁଛନ୍ତି ।

ସଭାପତି ପ୍ରଫୁଲ୍ଲ ଆହୁରୀ ମଧ୍ୟ ଦାବି କରିଛନ୍ତି ଯେ, ଜଙ୍ଗଲର ସୁରକ୍ଷା , ନଦୀ ଝରଣାଗୁଡ଼ିକର ସ୍ଥାୟିତ୍ୱ ଏବଂ ବନବାସୀ ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ପ୍ରତି ସରକାର ଯତିବାନ ହେବାର ସମୟ ଆସିଛି । କର୍ଲାପାଟ ଭଳି ଜାତୀୟ ବନ୍ୟପ୍ରାଣୀ ଅଭୟାରଣ୍ୟ ସୀମାରେ ବକ୍ସାଇଟ ଖଣି ଖନନ ପାଇଁ ନିଲାମ ହୋଇଥିବା ଖଣି ଲିଜ୍ ପ୍ରକ୍ରିୟାକୁ ତୁରନ୍ତ ବାତିଲ କରାଯାଉ ।
ସୂଚନା ଥାଉଯେ, ଖଣ୍ଡୁଆଳ ମାଳି ପର୍ବତମାଳା ଓ ଏହା ଆଖପାଖରେ ହଜାରରୁ ଅଧିକ ଆଦିବାସୀ ବାସ କରିବା ସହିତ ସେଠାରୁ ପ୍ରବାହିତ ହେଉଥିବା ଝରଣା ଉପରେ ସେମାନେ ନିର୍ଭରଶୀଳ । ଯଦି ଏହି ଲିଜ୍ କାର୍ଯ୍ୟ ଆରମ୍ଭ ହୋଇଯାଏ ତେବେ, ସେହି ଆଦିବାସୀ ତଥା ଦଳିତ ପରିବାରଙ୍କ ଜୀବିକା, ଇନ୍ଦ୍ରାବତୀ ଓ ନାଗାବଳୀ ନଦୀକୁ ଯୋଗାଉଥିବା ୩୫୦ଟି ଝରଣାଗୁଡିକର ସଙ୍କଟରେ ପଡ଼ିବ ।

ଏଣୁ ସରକାର ଖଣି ଲିଜ୍କୁ ବାତିଲ କରିବା ପାଇଁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ ନାଏକଙ୍କ ସହ ଅନ୍ୟାନ୍ୟମାନେ ନିବେଦନ କରିଛନ୍ତି । ସେହି ପର୍ବତମାଳା ଓ ତାହାର ଆଖପାଖ ୧୪ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଜନସାଧାରଣଙ୍କ ବିଭିନ୍ନ ଅସୁବିଧା ପ୍ରତି ଦୃଷ୍ଟି ଦେଇ ସରକାର ଖଣ୍ଡୁଆଳ ମାଳି ଲିଜ୍ ବ୍ୟବସ୍ଥାକୁ ତୁରନ୍ତ ବାତିଲ କରିବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଅନୁରୋଧ କରାଯାଇଛି ।




