ଔଷଧ ବେପାରୀ ତିଆରି କଲେ ତିନି ଚକିଆ ବିଦୁ୍ୟତ ଯାନ, ଘଣ୍ଟା ପ୍ରତି ଗଡ଼ୁଛି ୪୦ କିଲୋମିଟର

ରାଉରକେଲା: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଏହାକୁ ସତ୍ୟତାରେ ପରିପ୍ରକାଶ କରିଛନ୍ତି, ରାଉଲକେଲା ସ୍ଥାନୀୟ ଛେଣ୍ଡ କଲୋନିରେ ରହୁଥିବା ଭିକାରୀ ଚରଣ ସାହୁ(୫୯) । ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଅଭିନବ ତିନି ଚକିଆ ବିଦୁ୍ୟତ ଯାନ । ଯାନର ବିଶେଷ ହେଲା, ଏହା ଉଭୟ ବିଦୁ୍ୟତ ଓ ସୌର ଶକ୍ତିରେ ପରିଚାଳିତ ହୋଇପାରିବ । ନିଜ ସମ୍ବଳରେ ମାତ୍ର ୨ ମାସ ଭିତରେ ଏହି ଯାନକୁ ସେ ତିଆରି କରିଛନ୍ତି […]

Samaya Live Picture
Published On

ରାଉରକେଲା: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଏହାକୁ ସତ୍ୟତାରେ ପରିପ୍ରକାଶ କରିଛନ୍ତି, ରାଉଲକେଲା ସ୍ଥାନୀୟ ଛେଣ୍ଡ କଲୋନିରେ ରହୁଥିବା ଭିକାରୀ ଚରଣ ସାହୁ(୫୯) । ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଅଭିନବ ତିନି ଚକିଆ ବିଦୁ୍ୟତ ଯାନ । ଯାନର ବିଶେଷ ହେଲା, ଏହା ଉଭୟ ବିଦୁ୍ୟତ ଓ ସୌର ଶକ୍ତିରେ ପରିଚାଳିତ ହୋଇପାରିବ । ନିଜ ସମ୍ବଳରେ ମାତ୍ର ୨ ମାସ ଭିତରେ ଏହି ଯାନକୁ ସେ ତିଆରି କରିଛନ୍ତି ।

ଛେଣ୍ଡ୍‌ ସ୍ଥିତି କ୍ୱାର୍ଟର ନଂ ଏଲ୍ସିଆର୍‌-୫୦୧ରେ ରହୁଥିବା ସାହୁ ପେଶାରେ ଜଣେ ଆୟୁର୍ବେଦିକ ଔଷଧ ବ୍ୟବସାୟୀ । ତାଙ୍କର ସୋଲାର୍‌ ପାୱାର୍‌ ଉପରେ ଅହେତୁକ ଦୁର୍ବଳତା ରହିଛି । ପ୍ରାୟ ୭ ବର୍ଷ ହେଲା ସେ ଘରେ ସୌରଶକ୍ତି ପରିଚାଳିତ ଫ୍ୟାନ୍‌, କୁଲର୍‌, ଲାଇଟ୍‌ ଆଦି ବ୍ୟବହାର କରୁଛନ୍ତି । ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇ ଚାଲିଥିବାରୁ ଏମିତି କିଛି ନୂଆ କରିବାର ସ୍ୱପ୍ନ ଦେଖିଥିଲେ ସାହୁ । ପ୍ରାୟ ୨ ମାସ ପୂର୍ବେ ବିଦୁ୍ୟତ ପରିଚାଳିତ ତିନି ଚକିଆ କାର୍‌ ତିଆରି କରିବାକୁ ପଦେକ୍ଷପ ଆରମ୍ଭ କରିଥିଲେ । ପରେ ନିଜସ୍ୱ ସମ୍ବଳରେ ଯନ୍ତ୍ରପାତି ନୂଆଦିଲ୍ଲୀ, କୋଲକାତାରୁ ଆଣି କାର୍‌ ତିଆରିରେ ଲାଗିପଡ଼ିଥିଲେ । ଏହି ଯାନ ନିମାଣ କାର୍ଯ୍ୟ ପ୍ରାୟ ୪୦ ପ୍ରତିଶତ ସମ୍ପନ୍ନ ହୋଇସାରିଲାଣି । ଏଥିରେ ୪୮ ଭୋଲଫ ଓ ୭୫୦ ରେଞ୍ଜର ମୋଟର ଖଞ୍ଜାଯାଇଛି । ଏହାସହ ୧୬୫ ଏମ୍ପାୟାର୍‌ ବ୍ୟାଟେରୀ ଲଗାଯାଇଛି ।

ବ୍ୟାଟେରୀକୁ ପ୍ରାୟ ୭ ଘଣ୍ଟା ଚାର୍ଜ୍‌ କଲେ ପାଖାପାଖି ୧୨୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ୁଛି । ଏହାର ସ୍ପିଡ୍‌ ଲିମିଟ୍‌ ଘଣ୍ଟାପ୍ରତି ୪୦ କିଲୋମିଟର ରହିଛି । ଯାନ ନିର୍ମାଣରେ ଏବେ ସୁଦ୍ଧା ୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ହୋଇସାରିଥିବାବେଳେ ଆହୁରି ୨ ଲକ୍ଷ ଟଙ୍କା ବ୍ୟୟ ହେବ । ଏହି ଯାନ ବର୍ତ୍ତମାନ ବିଦୁ୍ୟତ ଦ୍ୱାରା ଚାର୍ଜ୍‌ କରାଯାଉଥିବାବେଳେ ଭବିଷ୍ୟତରେ ଏହା ସୌରଶକ୍ତି ଦ୍ୱାରା ପରିଚାଳିତ ହେବ ।