ଲାଇସେନ୍‌ସ ପ୍ରାପ୍ତ ମଦଭାଟିର ମାଲିକ ନକଲି ମଦ ତିଆରି କରି ଧରାପଡିଲେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅମଠାଗୁଡ଼ାଠାରେ ଥିବା ଦେଶି ମଦଭାଟି ମଧ୍ୟରେ ଉକ୍ତ ମଦଭାଟିର ମାଲିକ ଲାଇସେନ୍‌ସ ପ୍ରାପ୍ତ ଜିଲ୍ଲାର ବିଭିନ୍ନ ଦେଶି ମଦଭାଟିର ଲୋଗୋ ଲଗାଇ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳକୁ ମଦ ପାଉଚ୍‌ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ, ଏହି କାରବାରରେ ଅବକାରୀ ବିଭାଗର ଅନେକ କର୍ମଚାରୀ ସାମିଲ ଥିବାରୁ ଦୀର୍ଘ ଦିନ ଧରି ଟାଳଟୁଳ ନୀତି ଅବଲମ୍ବନ କରି ନକଲି […]

Samaya Live Picture
Published On

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅମଠାଗୁଡ଼ାଠାରେ ଥିବା ଦେଶି ମଦଭାଟି ମଧ୍ୟରେ ଉକ୍ତ ମଦଭାଟିର ମାଲିକ ଲାଇସେନ୍‌ସ ପ୍ରାପ୍ତ ଜିଲ୍ଲାର ବିଭିନ୍ନ ଦେଶି ମଦଭାଟିର ଲୋଗୋ ଲଗାଇ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳକୁ ମଦ ପାଉଚ୍‌ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ଏହି କାରବାରରେ ଅବକାରୀ ବିଭାଗର ଅନେକ କର୍ମଚାରୀ ସାମିଲ ଥିବାରୁ ଦୀର୍ଘ ଦିନ ଧରି ଟାଳଟୁଳ ନୀତି ଅବଲମ୍ବନ କରି ନକଲି ମଦ ତିଆରି କାରଖାନାକୁ ଚଢ଼ାଉ କରୁନଥିଲେ । ତେବେ ଜିଲ୍ଲାର ଚାରିଆଡ଼ି ଚାପ ପଡ଼ିବା ପରେ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଅମଠା ଦେଶି ମଦଭାଟି ଉପରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ମଦଭାଟି ମଧ୍ୟରୁ ବହୁ ପରିମାଣର ବିଦେଶି ମଦ, ବିୟର ୬୦ ଲିଟର, ନକଲି ଦେଶି ମଦ ୧୦୦ ପେକେଟ୍‌, ୨୧୬ ଗୋଟି ଇଏଲ, ମଦ ପୋଚ ଏବଂ କିଙ୍ଗ ଫିସର୍‌ ବିୟରର ଲୋଗ ସମେତ ଅନେକ ଗୁଡ଼ିଏ ସାମଗ୍ରୀ ଜବତ୍‌ କରାଯାଇଛି ।

ଏହି ଚଢ଼ାଉ ସମୟରେ ଭାଟି ମାଲିକ ଗୌରବ ପ୍ରସାଦ ଜେସୱାଲ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଅବକାରୀ ବିଭାଗର କର୍ମଚାରୀମାନେ ଛାଡିଦେଇ ଭାଟି ମ୍ୟାନେଜରଙ୍କୁ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ଅବକାରୀ ବିଭାଗର ସ୍ୱଚ୍ଛତାପ୍ରତି ଆଙ୍ଗଳି ନିର୍ଦ୍ଦେଶ ହେଉଛି । ଜିଲ୍ଲାପାଳ କଳାହାଣ୍ଡି ଏହି ନକଲି ମଦ ତିଆରି ଘଟଣାର ଯାଞ୍ଚ କରି ଭାଟି ମାଲିକକୁ ଗିରଫ କରି ତୁରନ୍ତ ଉକ୍ତ ଭାଟିର ଲାଇସେନ୍‌ସକୁ ରଦ୍ଧ କରିବା ପାଇଁ ସବୁ ମହଲରୁ ଦାବୀ ହେଉଛି ।