ଚର୍ଚ୍ଚାରେ ରିତେଶ, ଆଖୁ ବୁଜି କରିପାରୁଛନ୍ତି ସବୁ କାମ

କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ଗାଁର ଆଠ ବର୍ଷର ବିସ୍ମୟ ବାଳକ ରିତେଶ ସାହୁ । ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ । ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ । ସାନ ପୋଡାଗୁଡା ଗାଁର ବବୃବାହାନ ସାହୁ ଓ ସୁରଭି ସାହୁଙ୍କ ପୁଅ ରିତେଶ । ଗାଁ ସ୍କୁଲରେ ସେ ଦ୍ୱିତୀୟ […]

Samaya Live Picture
Published On

କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡାଗୁଡା ଗାଁର ଆଠ ବର୍ଷର ବିସ୍ମୟ ବାଳକ ରିତେଶ ସାହୁ । ସାଧାରଣତଃ ଆମ ଆଖିରେ ପଟି ବାନ୍ଧିଲେ ଆମକୁ କିଛି ଦେଖାଯାଏ ନାହିଁ । ହେଲେ ରିତେଶ ଆଖି ବନ୍ଦ କରି ସବୁ କାମ କରିପାରୁଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ।

ସାନ ପୋଡାଗୁଡା ଗାଁର ବବୃବାହାନ ସାହୁ ଓ ସୁରଭି ସାହୁଙ୍କ ପୁଅ ରିତେଶ । ଗାଁ ସ୍କୁଲରେ ସେ ଦ୍ୱିତୀୟ ଶ୍ରେଣୀର ଛାତ୍ର । ରିତେଶ ଆଖିରେ କଳା କପଡ଼ା ବାନ୍ଧି ଲେଖିବା, ପଢ଼ିବା, ଦୌଡ଼ିବା, ଲୋକଙ୍କୁ ଚିହ୍ନିବା, ସାଇକେଲ ଚଳାଇବା ଆଦି କାମ ସହଜରେ କରିପାରୁଛନ୍ତି । ଭବିଷ୍ୟତରେ ରିତେଶ ଜଣେ ଇଞ୍ଜିନିୟର ହେବା ଲକ୍ଷ୍ୟ ରଖିଛନ୍ତି । ତେବେ ରିତେଶ ଇଭେନ୍ସ ଏକାଡେମୀ ଜୟପୁରରୁ ଅନଲାଇନ୍‌ ମାଧ୍ୟମରେ ଦିବ୍ୟଶକ୍ତି କୋର୍ସ କରୁଛନ୍ତି । ଏହି ବିସ୍ମୟ ପ୍ରତିଭା ପାଇଁ ସ୍ଥାନୀୟ ଲୋକେ ତାଙ୍କୁ ବେଶ୍‌ ପ୍ରଶଂସା କରିବା ସହ ଉତ୍ସାହିତ କରୁଛନ୍ତି ।