୨୭ ବର୍ଷ ପରେ ବି ଅବହେଳିତ ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ
ସୋନପୁର: ସ୍ୱାଧୀନତାର ଦୀର୍ଘ ୭ଦଶନ୍ଧି ଓ ଜିଲ୍ଲା ଗଠନର ୨୭ ବର୍ଷ ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ସାମଗ୍ରୀକ ଉନ୍ନତି ଦୃଷ୍ଟିରୁ ଅବହେଳିତ ହୋଇପଡ଼ିଛି । ଏନେଇ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିଛନ୍ତି । ନିକଟରେ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସଭ୍ୟମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଥମେ ପାତାଳୀ ରୋପ୍ – […]
ସୋନପୁର: ସ୍ୱାଧୀନତାର ଦୀର୍ଘ ୭ଦଶନ୍ଧି ଓ ଜିଲ୍ଲା ଗଠନର ୨୭ ବର୍ଷ ପରେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ସାମଗ୍ରୀକ ଉନ୍ନତି ଦୃଷ୍ଟିରୁ ଅବହେଳିତ ହୋଇପଡ଼ିଛି । ଏନେଇ ସାଧାରଣ ଜନତା କ୍ଷୋଭ ପ୍ରକାଶ କରିଛନ୍ତି । ନିକଟରେ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ସଭ୍ୟମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଥମେ ପାତାଳୀ ରୋପ୍ – େୱ ବିଷୟ ସାମ୍ବାଦିକମାନେ ଉଠାଇ ଥିଲେ ।

ଏହି ରୋପ୍ – େୱ ନିର୍ମାଣ କାର୍ଯ୍ୟ ପର୍ଯ୍ୟଟକମାନଙ୍କ ସଂଖ୍ୟା ଉପରେ ନିର୍ଭରଶୀଳ ବୋଲି ଜାଣିବାକୁ ପାଇବାରେ ସାମ୍ବାଦିକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । କାରଣ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନଙ୍କୁ ନେଇ ଶତାଧିକ ଗାଡ଼ି ଏଠାକୁ ଆସୁଥିବାର ଦେଖିବାକୁ ମିଳିଥାଏ । ରୋପ୍ – େୱ ହେଲେ ଏହି ସଂଖ୍ୟା ଶତଗୁଣ ବୃଦ୍ଧି ପାଇବ ବୋଲି ବକ୍ତାମାନେ ମତ ଦେଇଥିଲେ ।
ଠିକ୍ ସେହିପରି ବଲାଙ୍ଗୀର – ଖୋର୍ଦ୍ଧା ରେଳ ଲାଇନ୍ ଏବଂ ବଲାଙ୍ଗିର – ଖୋର୍ଦ୍ଧା ଜାତୀୟ ରାଜପଥ ନିର୍ମାଣ ଏହି ଜିଲ୍ଲାବାସୀଙ୍କ ସକାଶେ ଆକାଶ କୟାଁ ଚିଲିକା ମାଛ ସଦୃଶ । ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ସୋନପୁର ସୂତାକଳ ସମେତ ଅଙ୍ଗ ଜଳସେଚନ ଯୋଜନା ଓ ଠେଙ୍ଗୋ ଜଳସେଚନ ପ୍ରକଳ୍ପ ଆଜି ଉନ୍ନତି କ୍ଷେତ୍ରରେ ସୁଦୂର ପରାହତ ହୋଇଛି । ରାଜ୍ୟ ସରକାରରେ ଜିଲ୍ଲାରୁ ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ସେ‰ ଏ ପ୍ରକାର ସରକାରୀ ଅବହେଳାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ଅପର ପକ୍ଷରେ ମହାନଦୀରେ ରିଙ୍ଗ ରୋଡ, ବିନିକା ଓ ତରଭଠାରେ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ପଡ଼ିଛି । ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଇଛି ।

ଶୀଘ୍ର ଏକ ପ୍ରତିନିଧି ଦଳ ଯାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭାରେ ସଂଘ ସଭାପତି ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ବର୍ତ୍ତମାନ କମିଟିର କାର୍ଯ୍ୟ କାଳ ବୃଦ୍ଧି କରାଯିବା ସହିତ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ରଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘର ସଂଯୋଜକ ଭାବରେ ଭାବରେ ଚୟନ କରାଯାଇଛି । ସମ୍ପାଦକ ବ୍ୟୋମକେଶ ଦାଶ ବିବରଣୀ ପାଠ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ପାତାଳୀ ଶ୍ରୀକ୍ଷେତ୍ର କମିଟିର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଆଲୋକପାତ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ସାହୁ, ନନ୍ଦ କିଶୋର ମିଶ୍ର,ବାସୁଦେବ ପଣ୍ଡା, ବ୍ରଜ ମୋହନ ଦାନି, ଅକ୍ଷୟ କୁମାର ବାଘ,ଘନଶ୍ୟାମ ମେହେର, ରତ୍ନାକର ସେଠୀ,ଧୃବରାଜ ମିଶ୍ର, କମଳ ପରିଛା,ରବିନ୍ଦ୍ର କୁମାର ହୋତା, ସତ୍ୟବାନ ପୁରୋହିତ, ଶେଷଦେବ ବାରିକ, ରାମଶଙ୍କର ଭୋଇ,ସନ୍ତୋଷ ମିଶ୍ର, ମନରଞ୍ଜର ପାଣିଗ୍ରାହୀ,ସୁଧିର କୁମାର ବିଶ୍ୱାଳ, ନିରଞ୍ଜନ ଭୋଇ, ସର୍ଜନ ବାରିକ, କିଶୋର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।




