ବୌଦ୍ଧ ଜିଲ୍ଲାପାଳଙ୍କ ନକଲି ହ୍ୱାଟସଆପ୍‌ ଖୋଲି ଟଙ୍କା ଆଦାୟ ଉଦ୍ୟମ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬) ରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା । ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ ତିନିବର୍ଷ ଜିଲ୍ଲାରେ ଜିଲ୍ଲାପାଳ ଭାବରେ […]

Samaya Live Picture
Published On

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋକୁ ପ୍ରୋଫାଇଲ ଫଟୋ ଭାବରେ ବ୍ୟବହାର କରି ହ୍ୱାଟଆପ ନମ୍ବରରେ ବିଭିନ୍ନ ଅଧିକାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାପାଳଙ୍କ ଫଟୋ ଥାଇ ଏକ ନମ୍ବର (୭୨୨୩୮୭୦୧୯୬) ରୁ ଜିଲ୍ଲାର କିଛି ଅଧିକାରୀଙ୍କ ନିକଟକୁ ଟଙ୍କା ପଠାଇବାକୁ ମେସେଜ ଯାଇଥିଲା । ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବାବେଳେ ତିନିବର୍ଷ ଜିଲ୍ଲାରେ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିସାରିଥିବା ଶ୍ରୀ ମିଶ୍ରଙ୍କ ଠାରୁ କେବେ ଏହିଭଳି ମେସେଜ ଆଶା କରିନଥିବା କିଛି ଅଧିକାରୀ ସନ୍ଦେହରେ ଏନେଇ ସିଧା ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ଅଧିକାରୀଙ୍କ ନିକଟରୁ ଏହି ସୂଚନା ଜଣାପଡିବା ପରେ ଜିଲ୍ଲାପାଳ ଶ୍ରୀ ମିଶ୍ର ବ୍ୟକ୍ତିଗତ ଫେସବୁକ ଓ ସମସ୍ତ ସରକାରୀ ଗୃପରେ ସରକାରୀ ଅଧିକାରୀମାନଙ୍କୁ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଥଲେ ।

ତେବେ ଏନେଇ ସାଇବର ସେଲ ଜରିଆରେ ତଦନ୍ତ କରାଯାଇ ତାଙ୍କ ଫଟୋକୁ ବ୍ୟବହାର କରି ମିଥ୍ୟା ମେସେଜ ପଠାଇଥିବା ଅପରାଧୀଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତିି । ଜିଲ୍ଲାରେ ବାରମ୍ବାର ସାଇବର ଅପରାଧ ବୃଦ୍ଧି ପାଇଚାଲିଥିବାବେଳେ ଜିଲ୍ଲା ପୋଲିସ ପାଖରେ କୌଣସି ସୁବିଧା ନଥିବାରୁ ଅପରାଧୀମାନେ ତାହାର ଫାଇଦା ଉଠାଉଛନ୍ତିି । ମୋବାଇଲ ଚୋରୀ ଘଟଣା ହେଉକି ଟଙ୍କା ଉଠାଣ ମାମଲାଗୁଡିକ କେବଳ ଥାନାରେ ମୋକଦ୍ଦମା ପରେ ତଦନ୍ତ କରାନଯାଇ ପଡିରହୁଛି ଏବଂ ପୋଲିସ ପକ୍ଷରୁ ମଧ୍ୟ ଏହିଭଳି ମାମଲାରେ ନିଜର ଅକ୍ଷମତା ପ୍ରକାଶ କରାଯାଉଛି । ତେଣୁ ଜିଲ୍ଲାରେ ତୁରନ୍ତ ଏକ ସାଇବର ଥାନା ସ୍ଥାପନ ପାଇଁ ସାଧାରଣରେ ଦାବି ହେଉଛି ।