ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁରେଇବାହଲ୍‌ ଗ୍ରାମରେ ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ହୋଇଛି । ନଭେମ୍ବର ୧୫ ବିର୍ସା ମୁଣ୍ଡା ଜୟନ୍ତୀରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଆଜିକୁ ଏକ ସପ୍ତାହ ହୋଇଗଲାଣି । ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡରୁ ବାହାରି ପ୍ରାୟ ୨୦ […]

Samaya Live Picture
Published On

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁରେଇବାହଲ୍‌ ଗ୍ରାମରେ ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ରାଜ୍ୟବ୍ୟାପୀ ୨୫ ଦିନିଆ ଶିକ୍ଷା ଅଭିଯାନ ଯାତ୍ରାର ଶୁଭାରମ୍ଭ ହୋଇଛି । ନଭେମ୍ବର ୧୫ ବିର୍ସା ମୁଣ୍ଡା ଜୟନ୍ତୀରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଆଜିକୁ ଏକ ସପ୍ତାହ ହୋଇଗଲାଣି । ଏହି ଅଭିଯାନ ଅନ୍ତର୍ଗତ ଦୁଇଟି ସଚେତନତା ରଥ ମାଲକାନଗିରି ଏବଂ ସୁନ୍ଦରଗଡରୁ ବାହାରି ପ୍ରାୟ ୨୦ ଦିନ ରାଜ୍ୟର ୨୫ ଟି ଜିଲ୍ଲାରେ ପ୍ରାୟ ୨୧୦୦ କିଲୋମିଟର ପରିଭ୍ରମଣ କଲାପରେ ଶେଷରେ ଭୁବନେଶ୍‌ରରେ ପହଞ୍ଚିବ ଏବଂ ଡିସେମ୍ବର ୧୦ ତାରିଖରେ ଏହି ଯାତ୍ରା ଉଦ୍‌ଯାପିତ ହେବ ।

ଅଭିଯାନର ପଞ୍ଚଦଶ ଦିନରେ କୁରେଇବାହାଲ ଗା୍ରମକୁ ‘ଗୁnରଣ ରଥ’ ପହଞ୍ଚିଥିଲା । ଗ୍ରାମବାସୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଗ୍ରାମରେ ସଭା କରି ଶିକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବାର୍ତା ଦିଆଯାଇଥିଲା । ପରେ ପଞ୍ଚାୟତ ସମିତି କାର୍ଯ୍ୟାଲୟକୁ ଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଟିକିଲିପାଡା ଗ୍ରାମ ପଞ୍ଚାୟତର ବର୍ହାମୁଣ୍ଡି ଗ୍ରାମରେ ରଥ ପହଞ୍ଚିଲା ପରେ ଗ୍ରାମବାସୀ ସ୍ୱାଗତ କରିଥିଲେ ଏବଂ ସଭା ଆଯୋଜନ କରିଥିଲେ ।ଏହି ଶିକ୍ଷା ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ବନ୍ଦ ଥିବା ଯୋଗୁଁ ପିଲା ମାନଙ୍କର ଶିକ୍ଷଣ ଓ ମାନସିକ ସ୍ଥିତି ସମ୍ପର୍କରେ ଅବଗତ ହେବା ।
ବିଦ୍ୟାଳୟ ଭିତ୍ତିଭୂମିର ସ୍ଥିତି ଏବଂ ଆବଶ୍ୟକତା ଉପରେ ଅଧ୍ୟୟନ କରିବା । ଶିକ୍ଷାର ମହତ୍‌ ଉଦ୍ଦେଶ୍ୟ ବିଷୟରେ ସଚେତନତା କରିବା । ବିଶେଷ କରି ପିଲାମାନେ ବିଦ୍ୟାଳୟ ଖୋଲିଲା ପରେ କେମିତି ପୁନଃ ବିଦ୍ୟାଳୟକୁ ଆସିବେ ଏବଂ ପାଠପଢା ଜାରି ରଖିବେ ସେ ଦିଗରେ ଅଭିଭାବକ ଏବଂ ଗ୍ରାମବାସୀମାନଙ୍କୁ ସଚେତନ କରିବା ।

ଏତଦ୍‌ ବ୍ୟତୀତ ପିଲାମାନଙ୍କର ମାନସିକ ସ୍ଥିତି, ଶିକ୍ଷକ ମାନଙ୍କର ଆହ୍ୱାନ , ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ /ସଦସ୍ୟା ମାନଙ୍କ ପ୍ରତି ଥିବା ଆହ୍ୱାନ ଉପରେ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହି ଶିକ୍ଷା ଯାତ୍ରା ର ପ୍ରମୁଖ ଉଦ୍ଦେଶ୍ୟ । ଏଥିରେ ମହିଳା ଜନ ସଂଘର୍ଷ ସମିତି ସଂଗଠନର କାର୍ଯ୍ୟକର୍ତ୍ତା ପରଦେଶୀ ମିର୍ଦ୍ଧା, ଦଶରଥ ସିଂ, ଉପେନ୍ଦ୍ର ମହାନନ୍ଦ, ଅନିରୁଧ ମରେଇ, କୁମୁଦିନି ଛଞ୍ଚାଣ ,ଜିଲ୍ଲା ସଂଗଠନ ସଭାପତି ସଞ୍ଜୁକ୍ତା ସାହୁ , ଭଲେଣ୍ଟିୟର ଶିକ୍ଷକ ଦାସିଏନ ମିn, ନୀତା ବାଘ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।