ସମ୍ବଲପୁର- ଝାରସୁଗୁଡା ରାଜପଥ କଡ଼ରେ ଭାରୀଯାନ ପାର୍କିଂ

ଝାରସୁଗୁଡ଼ା : ଝାରସୁଗୁଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ-େୱ ତଥା ରାଜ୍ୟ ରାଜପଥ-୧୦ ସମ୍ବଲପୁର ଜିଲ୍ଳା ଓ ଝାରସୁଗୁଡା ଜିଲ୍ଳାର ସୀମା ଲପଙ୍ଗା ଠେଲକୋଲିରୁ ଝାରସୁଗୁଡା ପ୍ରସ୍ନନ ପଣ୍ଡା ଛକ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ଭାରିଯାନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିଲେ ହେଁ ତାହା ଠିକ କାର୍ଯ୍ୟ କରୁ ନାହିଁ । ଠେଲକୋଲି ଓ ବଡମାଲ ପୋଲିସ ଷ୍ଟେସନର ଅତି ନିକଟରେ କୋଇଲା ବୋଝାଇ ଭାରିଯାନଗୁଡ଼ିକ ମନଇଚ୍ଛା ଯେଉଁଠି ପାରିଲେ […]

Samaya Live Picture
Published On

ଝାରସୁଗୁଡ଼ା : ଝାରସୁଗୁଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ-େୱ ତଥା ରାଜ୍ୟ ରାଜପଥ-୧୦ ସମ୍ବଲପୁର ଜିଲ୍ଳା ଓ ଝାରସୁଗୁଡା ଜିଲ୍ଳାର ସୀମା ଲପଙ୍ଗା ଠେଲକୋଲିରୁ ଝାରସୁଗୁଡା ପ୍ରସ୍ନନ ପଣ୍ଡା ଛକ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ-୪୯ ପାଶ୍ୱର୍ରେ ଭାରିଯାନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିଲେ ହେଁ ତାହା ଠିକ କାର୍ଯ୍ୟ କରୁ ନାହିଁ । ଠେଲକୋଲି ଓ ବଡମାଲ ପୋଲିସ ଷ୍ଟେସନର ଅତି ନିକଟରେ କୋଇଲା ବୋଝାଇ ଭାରିଯାନଗୁଡ଼ିକ ମନଇଚ୍ଛା ଯେଉଁଠି ପାରିଲେ ସେଇଠି ପାର୍କିଂ କରି ଡ୍ରାଇଭରମାନେ ବିଶ୍ରାମ ନେଉଛନ୍ତି ।

ଖୀଣ୍ଡା ଛକଠାରେ ଗତକିଛି ଦିନ ଆଗରୁ ଦୁର୍ଘଟଣା ଘଟି ରାସ୍ତାରୋକ ହୋଇଥିଲା । ଏନ୍‌.ଏଲ.ସି ଖଣିକୁ କୋଇଲା ନେବାକୁ ଆସୁଥିବା ବଡବଡ ଟ୍ରକଗୁଡିକ ଏକ କିଲୋମିଟରରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଠିଆ ହେଥିବା ଭୂଷଣ କମ୍ପାନି, ଯାହାକି ବର୍ତ୍ତମାନ ଜିନ୍ଦଳ ହୋଇଛି ସେହି ଗେଟ ଆଗରେ ବଡବଡ ଟ୍ରକ କମ୍ପାନି ରୁ ଲୁହା ଗୁଣ୍ଡ ଖାଲି କରି ରହୁଥିବା ବେଳେ ଖେରୁଆଲ ନଦୀବ୍ରିଜ ନିକଟରେ ଭୂଷଣ (ଜିନ୍ଦଲ) କୁ ଆସୁଥିବା ଲୁହା ପଥର ଓ କୋଇଲା ଶହଶହ ଟ୍ରକ ଦିନରାତି ରହୁଛି । ନିକଟରେ ବଡ଼ମାଲରୁ ତାଲପଟିଆ ପର୍ଯ୍ୟନ୍ତ ଏକ୍ସପ୍ରେସ-େୱ ପାଶ୍ୱର୍ରେ ଠିଆ ହୋଇଥିବା ଭାରିଯାନଗୁଡ଼ିକୁ ଆର୍‌ଟିଓ ଏବଂ ପୁଲିସର ମିଳିତ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଥିଲା । କି;ୁ ଦିନେ ଦୁଇଦିନ ପରେ ତାହା ବନ୍ଦ ହୋଇଗଲା ଏହା ଫଳରେ ଆଉ କଟକଣାକୁ ନ ମାନି ପୂର୍ବଭଳି ସ୍ଥିତି ରାଜପଥ ପାଶ୍ୱର୍ରେ ଦେଖିବାକୁ ମିଳୁଛି । ରାତ୍ରି ୭ଟା ପରେ ଅବସ୍ଥା ନକହିବା ଭଲ ।

ରାଜପଥ ପାଶ୍ୱର୍ରେ ବେଆଇନ ଭାବେ ପାର୍କିଂ କରାଯିବା ଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି । ଦୁଇ ଚକିଆ ଯାନ ଚାଳକ ମାନେ ରାତ୍ରୀରେ ପାର୍କିଂ ହୋଇଥିବା ଭାରିଯାନକୁ ଦେଖି ନ ପାରି ପିଟି ହୋଇ ମୃତୁ୍ୟ ମୁଖରେ ପଡ଼ୁଛନ୍ତି । ପ୍ରତ୍ୟେକ ବର୍ଷ ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଳାରେ ନିରାପର୍ତ୍ତା ସପ୍ତାହ ପାଳନ ସମୟରେ ପ୍ରଶାସନ ଜାଗ୍ରତ ହୋଇ ଉଠି ଥାଏ । ପରେ ସମସ୍ତେ ଭୁଳି ଯାଆନ୍ତି ।ଏଭଳି ଘଟଣା ନିରନ୍ତର ଘଟି ଚାଲିଛି । ଅନ୍ୟ ପକ୍ଷରେ କୋଇଲା ପରିବହନକାରୀ ଟ୍ରକ, ଟିପର ଏବଂ ଅନ୍ୟ ଭାରିଯାନ ଗୁଡ଼ିକର ବ୍ୟାକ୍‌ ଲାଇଟ୍‌ ନ ଥିବା, ରେଡିୟମ ଷ୍ଟିକର ଲାଗି ନ ଥିବା ଆଦି କାରଣରୁ ଉଭୟ ରାସ୍ତାରେ ଯାତାୟାତ କରୁଥିବା ସମୟରେ ଏବଂ ପାର୍କିଂ ସମୟରେ ଦୁର୍ଘଟଣାର କାରଣ ସାଜୁଛି । ଏଭଳି ଭାରିଯାନ ଗୁଡ଼ିକ ରାଜପଥ ପାଶ୍ୱର୍ରେ ପାର୍କିଂ କରିବା ଯୋଗୁଁ ଯେଭଳି ଦୁର୍ଘଟଣା ପ୍ରବଣତା ପୁଣିଥରେ ବୃଦ୍ଧି ପାଇବାକୁ ଲାଗିଛି ସେଥିରେ ସାଧାରଣ ଲୋକେ ଉଦ୍‌ବେଗ ପ୍ରକାଶ କରିବାକୁ ଲାଗିଛନ୍ତି ।

ଖୋଦ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ତଥା ଉଭୟ ଜିଲ୍ଳାର ଜିଲ୍ଲାପାଳ ମଧ୍ୟ ବହୁବାର ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକରେ ଏ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଦୁର୍ଘଟଣା ହ ୍ରାସ ପାଇଁ ରାଜପଥ କଡ଼ରେ ବେଆଇନ ପାର୍କିଂକୁ ରୋକିବାକୁ କଠୋର ପଦକ୍ଷେପ ନେବାକୁ ଆର୍‌ଟିଓ ଙ୍କୁ ନିର୍ଦ୍ଦେଶ ଦେଇ ଆସିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଉଭୟ ଜିଲ୍ଳାର ବଡମାଲ ଓ ଠେଲକୋଲି ଥାନା ରାଜ୍ୟ ରାଜପଥ-୧୦ ପାଶ୍ୱର୍ରେ ରହିଛି ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ରେ ଗାଡି ସବୁ ଠିଆ ରହୁଛି ।