ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣରେ ରାୟଗଡ଼ା ଶ୍ରେଷ୍ଠ

ରାୟଗଡ଼ା :ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସର୍ବାଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ନିମନ୍ତେ ରାୟଗଡ଼ା ଜିଲ୍ଲାକୁ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମରେ ଡା. ବରଦାକାନ୍ତ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେନଡେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିବାର ନିୟୋଜନ […]

Samaya Live Picture
Published On

ରାୟଗଡ଼ା :ରାଜ୍ୟରେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସର୍ବାଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ନିମନ୍ତେ ରାୟଗଡ଼ା ଜିଲ୍ଲାକୁ ଶ୍ରେଷ୍ଠ ପୁରସ୍କାର ପ୍ରାପ୍ତ ହୋଇଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ ପାଳନ ହୋଇଯାଇଛି ।

କାର୍ଯ୍ୟକ୍ରମରେ ଡା. ବରଦାକାନ୍ତ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେନଡେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିବାର ନିୟୋଜନ ସଚେତନତା ରଥର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ପ୍ରତି ବର୍ଷ ଜୁଲାଇ ୧୧ କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ପକ୍ଷ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା ୨୭ ଜୁନ -୧୦ ଜୁଲାଇ ସଚେତନତା ପକ୍ଷ ଏବଂ ୧୧ ଜୁଲାଇ ରୁ ୨୪ ଜୁଲାଇ ସ୍ଥିରତା ପକ୍ଷ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନ®ରେନ୍ସ ହଲରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆଶାକର୍ମୀ ଏବଂ ନର୍ସିଂ ଛାତ୍ରୀମାନଙ୍କୁ ସଚେତନତା ସଭାର ଆୟୋଜନ କରାଯାଇଥିଲା ।

ଡଃ ଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୂଳ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିଥିଲେଛ ସମସ୍ତ ଯୋଗ୍ୟ ଦମ୍ପତିଙ୍କୁ ପରିବାର ନିୟୋଜନ ସେବା ପ୍ରଦାନ କରିବା ନିମନ୍ତେ ଗୁରତ୍ୱଦେବା ସହିତ ଗୋଷ୍ଠୀସ୍ତରରେ ନିରନ୍ତର ପରିବାର କଲ୍ୟାଣ ସେବା ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେବା ଓ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟର ଉପ ପରିଚାଳକ ଭଗବାନ ମେହେର ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ପରିବାର କଳ୍ୟାଣ ସେବା କ୍ଷେତ୍ରରେ ରାୟଗଡା ଜିଲ୍ଲାକୁ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସମ୍ମାନିତ କରାଯାଇଛି । ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସର୍ବାଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ନିମନ୍ତେ ଡା. ଶ୍ରବଣ କୁମାର ସାହୁକାରଙ୍କୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପୁରଷ୍କାର ପ୍ରଦାନ କରାଯାଇଛି । ପୁରୁଷ ବନ୍ଧ୍ର୍ୟାକରଣ ଅସ୍ତ୍ରୋପଚାର ପ୍ରବର୍ତ୍ତାଇବା ପାଇଁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ସୁରେଶ ମହାକୁଡ ଏବଂ ଜଗବନ୍ଧୁ ପାଳଙ୍କୁ ଯଥାକ୍ରମେ ରାଜ୍ୟ ସ୍ତରରେ ପ୍ରଥମ ଏବଂ ଦ୍ୱିତୀୟ ପୁରଷ୍କାର ପ୍ରଦାନ କରାଯାଇଛି ।