ଠକାମିର ଶିକାର ହେଉଛନ୍ତି ନିୟମଗିରି ଅଞ୍ଚଳର ସପୁରୀ ଚାଷୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନ ଜାତି ଡଙ୍ଗରିଆ କନ୍ଧ ସପୁରୀ ଚାଷ କରି ଠକାମିରେ ପଡୁଥିବା ଦେଖିବାକୁ ମିଳିଛି । ଏମାନଙ୍କର ମୁଖ୍ୟ ଚାଷ କହିଲେ ହଳଦୀ, ଅଦା, ଲେମ୍ବୁ, କଦଳୀ, ଖମ୍ବଆଳୁ, ସପୁରୀ, ପଣସ ଚାଷ ସହିତ ବିଭିନ୍ନ ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି । ବର୍ତ୍ତମାନ ଋତୁ ଅନୁଯାୟୀ ଦିଲ୍ଲୀ ଏବଂ […]

Samaya Live Picture
Published On

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତ ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନ ଜାତି ଡଙ୍ଗରିଆ କନ୍ଧ ସପୁରୀ ଚାଷ କରି ଠକାମିରେ ପଡୁଥିବା ଦେଖିବାକୁ ମିଳିଛି । ଏମାନଙ୍କର ମୁଖ୍ୟ ଚାଷ କହିଲେ ହଳଦୀ, ଅଦା, ଲେମ୍ବୁ, କଦଳୀ, ଖମ୍ବଆଳୁ, ସପୁରୀ, ପଣସ ଚାଷ ସହିତ ବିଭିନ୍ନ ଜଙ୍ଗଲ ଜାତୀୟ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି । ବର୍ତ୍ତମାନ ଋତୁ ଅନୁଯାୟୀ ଦିଲ୍ଲୀ ଏବଂ ଭୁବନେଶ୍ୱର ବଜାରରେ ସପୁରୀର ଚାହିଦା ଥିବା ବେଳେ ଡଙ୍ଗରିଆ ପୁରୁଷ ଓ ମହିଳା ଲୋକମାନେ କାଉଡି, ଗୁଲି(ଡଲା) ସାହାଯ୍ୟରେ ଭାର କରି ପ୍ରାୟ ୧୦ ରୁ ୧୨ କିଲୋମିଟର ବଣ ଜଙ୍ଗଲ ପାହାଡ଼ ଘାଟି ରାସ୍ତା ଦେଇ ଚାଲି ଚାଲି ବୋହୁ କଷ୍ଟରେ ବୋହି ଆଣି ବଜାରରେ ଉଚିତ ମୂଲ୍ୟ ନପାଇ ବଜାରରେ ବିକ୍ରି କରିଥାନ୍ତି ।

ଠକାମିର ଶିକାର ହେଉଛନ୍ତି ନିୟମଗିରି ଅଞ୍ଚଳର ସପୁରୀ ଚାଷୀ

ବଜାରରେ ଜିଲ୍ଲା ତଥା ଆନ୍ଧ୍ର ଦଲାଲିଙ୍କ ପାଖରେ ଗୋଟାଏ ସପୁରୀ ୫ ରୁ ୧୦ ଟଙ୍କାରେ ବିକ୍ରି କରି ଠକାମୀରେ ଶିକାର ହେଉଛନ୍ତି । ଯାହା ବିକ୍ରି କରନ୍ତି ସେହି ଅର୍ଥରୁ ନିଜର ତେଲ ଲୁଣର ସଂସାର ଚଳାଇଥାନ୍ତି । ଉକ୍ତ ବ୍ଲକର ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ପ୍ରାୟ ୩୬ ଖଣ୍ଡ ଗାଁ ରହିଥିବା ବେଳେ ଏମାନଙ୍କର ଜୀବନ ଜୀବିକା ଉନ୍ନତିକରଣ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡ଼ି.କେ.ଡ଼ି.ଏ ) ଓ ଓପିଲିପି ସଂସ୍ଥା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବାବେଳେ, କେଉଁ ଯୋଜନାର ଅର୍ଥ କେଉଁ ଆଡ଼େ ଖର୍ଚ୍ଚ ହେଉଛି ନା ଡ଼ଙ୍ଗରିଆଙ୍କ ବିକାଶ ହେଇ ପାରୁଛି । ତାହା ବାସ୍ତବରେ କହିବାକୁ ପଡିବ ।

ଠକାମିର ଶିକାର ହେଉଛନ୍ତି ନିୟମଗିରି ଅଞ୍ଚଳର ସପୁରୀ ଚାଷୀ

ଏମାନଙ୍କର ଜୀବିକା ଉନ୍ନତି ସକାଶେ ଜଙ୍ଗଲ ଜାତୀୟ ଦ୍ରବ୍ୟ କ୍ରୟ କରିବା ପାଇଁ ଗତ କିଛି ବର୍ଷ ହେଲା ପାର୍ସାଲିଠାରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ୨୦୧୫ -୨୦୧୬ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ବିକ୍ରୟ କେନ୍ଦ୍ର ସ୍ଥଳୀ ନିର୍ମାଣ କରିଥିଲେ । ନର୍ମାଣ ହୋଇଥିବା ବଜାର ୨୦୧୭ ମସିହା ମେ’ ମାସ ତିନି ତାରିଖ ଉଦଘାଟନ କରାଯାଇଥିଲା । ସେଠାରୁ ଡଙ୍ଗରିଆ କନ୍ଧ ଆଣିଥିବା ଜଙ୍ଗଲ ଜାତ ଦ୍ରବ୍ୟ ବା ପଡୁ ଚାଷ କରି ଉତ୍ପାଦିତ କରିଥିବା ଜିନିଷକୁ ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା କିଣି ବଜରରେ ଉଚିତ ମୂଲ୍ୟରେ ବିକ୍ରକରିବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଏହାପରେ କଲ୍ୟାଣସିଂହପୁର ସଦରରେ ମଧ୍ୟ ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଜନଜାତି ଗ୍ରାମୀଣ ହାଟ ପାଇଁ ବଜାର ନିର୍ମାଣ କରାଯାଇଛି । ତାହା ଆଜି ପର୍ଯ୍ୟନ୍ତ ଉଦଘାଟନ ହୋଇପାରୁନାହିଁ । ତାହା ଖାଲି ହୋଇ ପୋଡି ରହିଛି, କୌଣସି କାର୍ଯ୍ୟରେ ଆସୁ ନାହିଁ । ବର୍ତମାନ ସମୟରେ ସପୁରୀ ଚାଷୀଙ୍କର ଚାହିଦା ରହିଥିବା ବେଳେ ସଂସ୍ଥା ତରଫରୁ ଚାଷୀଙ୍କ କହିବା ଅନୁଯାୟୀ ଗୋଟିଏ ଗାଡି ଆଣି ସପୁରି, ପଣସ, ଅଦା, ହଳଦୀ, କଦଳୀ, ଲେମ୍ବୁ, ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ଦ୍ରବ୍ୟ କ୍ରୟ କରି ନେଇ ଯିବା ପାଇଁ ପ୍ରତିଶୃତି ଦେଇଥିଲେ । ବର୍ତମାନ ସୁଦ୍ଧା କୌଣସି କାର୍ଯ୍ୟ ହୋଇ ପାରୁ ନାହିଁ ବୋଲି ନିୟମଗିରିବାସୀ ଅଭିଯୋଗ କହିଛନ୍ତି ।