ବରଗଡ଼ରେ ଖୋଲିଲା ପୂର୍ବଭାରତର ସର୍ବବୃହତ ଶୀତଳ ଭଣ୍ଡାର

ବରଗଡ଼ : ଚାଷୀଙ୍କ ପାଇଁ ଖୁସି ଖବର । ଭାରତର ସର୍ବବୃହତ ବିହନ କମ୍ପାନୀ ‘ନୁ୍ୟଜିଭେଡୁ ବିହନ ଲିମିଟେଡ୍‌’ ଭାରତୀୟ ଚାଷୀଙ୍କୁ ବିହନ ଠିକ୍‌ ସମୟରେ ଯୋଗାଇବା ପାଇଁ ଅଧିକ ପ୍ରକ୍ରିୟାକରଣ ସୁବିଧା ଯୋଗାଉଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରୀ ଅଧିକାରୀଙ୍କ ଦ୍ୱାରା ବରଗଡ଼ରେ ଓଡ଼ିଶାର ନୂତନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଖୋଲିଛି ନୁ୍ୟଜିଭେଡୁ କମ୍ପାନୀ । ବରଗଡ଼ରେ ନ୍ୟୁଜିଭେଡୁ ଦ୍ୱାରା ହୋଇଥିବା କମ୍ପାନୀକୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଏବଂ […]

Samaya Live Picture
Published On

ବରଗଡ଼ : ଚାଷୀଙ୍କ ପାଇଁ ଖୁସି ଖବର । ଭାରତର ସର୍ବବୃହତ ବିହନ କମ୍ପାନୀ ‘ନୁ୍ୟଜିଭେଡୁ ବିହନ ଲିମିଟେଡ୍‌’ ଭାରତୀୟ ଚାଷୀଙ୍କୁ ବିହନ ଠିକ୍‌ ସମୟରେ ଯୋଗାଇବା ପାଇଁ ଅଧିକ ପ୍ରକ୍ରିୟାକରଣ ସୁବିଧା ଯୋଗାଉଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରୀ ଅଧିକାରୀଙ୍କ ଦ୍ୱାରା ବରଗଡ଼ରେ ଓଡ଼ିଶାର ନୂତନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଖୋଲିଛି ନୁ୍ୟଜିଭେଡୁ କମ୍ପାନୀ ।

ବରଗଡ଼ରେ ନ୍ୟୁଜିଭେଡୁ ଦ୍ୱାରା ହୋଇଥିବା କମ୍ପାନୀକୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଏବଂ ବିହାରର ପ୍ରଗତିଶୀଳ କୃଷକ ଏବଂ ବିତରକମାନେ ପରିଦର୍ଶନ କରିଛନ୍ତି । ଏହି ପ୍ରକ୍ରିୟାକରଣ କାରଖାନା ଓଡିଶାର ଚାଷୀଙ୍କ ପାଇଁ ଭଲ ବିହନ ଉତ୍ପାଦନ ସୁଯୋଗ ସୃଷ୍ଟି କରିବ । ଏହା ସହ ଆମ ରାଜ୍ୟର ପଡ଼ୋଶୀ ରାଜ୍ୟର ଚାଷୀଙ୍କୁ ଠିକ୍‌ ସମୟରେ ବିହନ ଯୋଗାଣରେ ସାହାଯ୍ୟ କରିବ । ସର୍ବୋତ୍ତମ ଗୁଣବତ୍ତା ଧାନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ସୁବିଧା ସହିତ ଏହା ପୂର୍ବ ଭାରତରେ ସବୁଠାରୁ ବଡ ଶୀତଳ ଭଣ୍ଡାର ହୋଇଛି । ନ୍ୟୁଜେଭିଡୁ ସର୍ବଦା ଚାଷୀଙ୍କୁ ସର୍ବୋତ୍ତମ ଗୁଣାତ୍ମକ ବିହନ ଯୋଗାଇଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।