ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଓ କେନ୍ଦୁଝର ଆଇନ କଲେଜ ଏଲଏଲଏମ ଛାତ୍ରଙ୍କ ଦାବି
ବାରିପଦା : ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଏଲଏଲଏମ ଛାତ୍ରଛାତ୍ରୀମାନେ ସେମାନଙ୍କ ତୃତୀୟ ସେମିଷ୍ଟାରକୁ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଥିବାକୁ ନେଇ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରମାନେ ଦାବି କରିଛନ୍ତି ଯେ, ଭାରତ ବନ୍ଦକୁ ନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ପରୀକ୍ଷା ତାରିଖକୁ ଅଦଳ ବଦଳ କରିଛନ୍ତି । କର୍ତ୍ତୃପକ୍ଷ ଆସନ୍ତା ୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିବସରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି […]
ବାରିପଦା : ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଏଲଏଲଏମ ଛାତ୍ରଛାତ୍ରୀମାନେ ସେମାନଙ୍କ ତୃତୀୟ ସେମିଷ୍ଟାରକୁ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଥିବାକୁ ନେଇ ପ୍ରତିବାଦ କରିଛନ୍ତି । ଛାତ୍ରଛାତ୍ରମାନେ ଦାବି କରିଛନ୍ତି ଯେ, ଭାରତ ବନ୍ଦକୁ ନେଇ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ସାମୂହିକ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ପରୀକ୍ଷା ତାରିଖକୁ ଅଦଳ ବଦଳ କରିଛନ୍ତି ।
କର୍ତ୍ତୃପକ୍ଷ ଆସନ୍ତା ୪ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିବସରେ ପରୀକ୍ଷା କରିବାକୁ ନିଷ୍ପତି ନେଇଛନ୍ତି । ଏହାର ପୁର୍ନବିଚାର କରି ଆସନ୍ତା ୪ ତାରିଖରୁ କ୍ରମାଗତ ଭାବେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ କରନ୍ତୁ । ଏହା ହେଲେ ମୟୁରଭଞ୍ଜ ଜିଲ୍ଲା , ପଡ଼ୋଶୀ ଜିଲ୍ଲା ଓ ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ରହୁଥିବା ଏଲଏଲଏମ ଛାତ୍ରୀ ଛାତ୍ର ଉପକୃତ ହେବେ । କାରଣ ଲମ୍ବା ସମୟ ଧରି ପରୀକ୍ଷା ଆୟୋଜନ କଲେ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବେ ।
ଏନେଇ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର କିଶୋର ବସା କହିଛନ୍ତି ଯେ, କଲେଜ ଅଧ୍ୟକ୍ଷ ଯଦି ଆମକୁ ଲିଖିତ ଭାବେ କାରଣ ସହ ଜଣାଇଲେ ଏ ଦିଗରେ ଚିନ୍ତା କରିବୁ । ଏହି ଦାବିକୁ କେନ୍ଦୁଝର ଆଇନ କଲେଜ ଓ ମୟୁରଭଞ୍ଜ ଆଇନ କଲେଜର ଛାତ୍ର ଛାତ୍ର ମାନେ ମଧ୍ୟ ସମର୍ଥନ କରି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି ।




