ଦେବଗଡ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରବ : ସମଧାନର ସୂତ୍ର ପାଇଁ ଜିଲାପାଳ ଡାକିଲେ ସମନ୍ୱୟ ବୈଠକ

ଦେବଗଡ଼ : ଦେବଗଡ଼ ପୌରାଂଚଳରେ ସଂପ୍ରତି ମାଙ୍କଡ଼ ଉପଦ୍ରବ ଅନିୟନ୍ତ୍ରିତ ହୋଇପଡିଛି । ମାଙ୍କଡ ଆକ୍ରମଣରେ ପ୍ରତ୍ୟେହ ଏକାଧିକ ଲୋକ ଆହତ ହେବା ସହ ଭୟରେ ରାସ୍ତାରେ ଚାଲି ପାରୁନାହାନ୍ତି । ମାଙ୍କଡ ଉପଦ୍ରବରେ ଦେବଗଡ ପୌରାଞ୍ଚଳ ବାସୀ ଅଣନିଶ୍ୱାସୀ ହୋଇପଡିବା ସହ ତ୍ରାହି ତ୍ରାହି ଡାକୁଥିବା ଦେଖିବାକୁ ମିଳୁଛି । ସମସ୍ୟାର ସମାଧାନ ନିମନ୍ତେ ଜନସାଧାରଣ ଦେବଗଡ ପୌର କର୍ତ୍ତୃପକ୍ଷ ଏବଂ ବନ ବିଭାଗ ନିକଟରେ ଶତାଧିକ ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ […]

Samaya Live Picture
Published On

ଦେବଗଡ଼ : ଦେବଗଡ଼ ପୌରାଂଚଳରେ ସଂପ୍ରତି ମାଙ୍କଡ଼ ଉପଦ୍ରବ ଅନିୟନ୍ତ୍ରିତ ହୋଇପଡିଛି । ମାଙ୍କଡ ଆକ୍ରମଣରେ ପ୍ରତ୍ୟେହ ଏକାଧିକ ଲୋକ ଆହତ ହେବା ସହ ଭୟରେ ରାସ୍ତାରେ ଚାଲି ପାରୁନାହାନ୍ତି । ମାଙ୍କଡ ଉପଦ୍ରବରେ ଦେବଗଡ ପୌରାଞ୍ଚଳ ବାସୀ ଅଣନିଶ୍ୱାସୀ ହୋଇପଡିବା ସହ ତ୍ରାହି ତ୍ରାହି ଡାକୁଥିବା ଦେଖିବାକୁ ମିଳୁଛି । ସମସ୍ୟାର ସମାଧାନ ନିମନ୍ତେ ଜନସାଧାରଣ ଦେବଗଡ ପୌର କର୍ତ୍ତୃପକ୍ଷ ଏବଂ ବନ ବିଭାଗ ନିକଟରେ ଶତାଧିକ ବାର ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ବନ ବିଭାଗ କେବଳ କେତେକ ଅସ୍ଥାୟୀ କର୍ମଚାରୀଙ୍କୁ ଏୟାରଗନ ଧରାଇ ଚୁପ ହୋଇ ବସିଛି ।

ଦେବଗଡ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରବ : ସମଧାନର ସୂତ୍ର ପାଇଁ ଜିଲାପାଳ ଡାକିଲେ ସମନ୍ୱୟ ବୈଠକ

ତେବେ ଗୁଳି ଚାଳନା ପାଇଁ ସେମାନଙ୍କୁ ବାରଣ କରାଯାଇଥିବାରୁ ଏୟାରଗନ ଗୁଡିକ ଖେଳନାରେ ପରିଣତ ହୋଇଛି ।
ଅନ୍ୟପକ୍ଷରେ ଏଭଳି ଅଚଳ ଏୟାରଗନ ଦେଖି ମାଙ୍କଡ଼ମାନେ ଅଭ୍ୟସ୍ତ ହୋଇସାରିଥିବାରୁ ଆଉ ବନ୍ଧୁକଧାରୀ ମାନଙ୍କୁ ଭୟ ନକରି ଆକ୍ରମଣ ପାଇଁ ଗୋଡାଉ ଥିବା ଦେଖିବାକୁ ମିଳୁଛି । ଫଳରେ ବନ୍ଧୁକଧାରୀମାନେ ମଧ୍ୟ ଅସହାୟ ଏବଂ ଭୟଭୀତ ଅବସ୍ଥାରେ ସତର୍କତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ପଥଚାରୀ, ଛୋଟ ଶିଶୁ ଓ ଛାତ୍ରଛାତ୍ରୀଙ୍କ ଅବସ୍ଥା କିଭଳି ରହିଥିବ ତାହା ସହଜରେ ଅନୁମେୟ ।

ଦେବଗଡ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରବ : ସମଧାନର ସୂତ୍ର ପାଇଁ ଜିଲାପାଳ ଡାକିଲେ ସମନ୍ୱୟ ବୈଠକ

ତେବେ ବନ ବିଭାଗ ଏବଂ ପୌର କର୍ତ୍ତୃପକ୍ଷ ପୌରାଞ୍ଚବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାପରେ ଏହି ସମସ୍ୟାର ସମାଧାନ ପାଇଁ ଜିଲାପାଳ ସୁଧାଂଶୁ ମହନ ସାମଲ ନିଜଆଡୁ ଆଗ୍ରହ ପ୍ରକାଶ କରିଛନ୍ତି । ଜିଲାପାଳ ଶ୍ରୀ ସାମଲ ଗୁରୁବାର ବନ ବିଭାଗ, ଦେବଗଡ ପୌର ପରିଷଦ, ଜରୁରୀ କାଳୀନ ବିଭାଗ, ଜିଲା ସ୍‌୍ୱାସ୍ଥ୍ୟ ବିଭାଗ , ପୁଲିସ ବିଭାଗ ରାଜସ୍ୱ ବିଭାଗ ଓ ବିଭିନ୍ନ ସେ୍‌୍ୱଚ୍ଛାସେବୀ ଅନୁଷ୍ଠାନକୁ ନେଇ ଏକ ସମନ୍ୱୟ ବୈଠକ ଆହ୍ୱାନ କରିଥିଲେ । ବୈଠକରେ ଦେବଗଡ ଜିଲା ଏସପି ରାଜକିଶୋର ପାଇକରାୟ, ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଲୁକାସ ପ୍ରଧାନ, ଉପ ଜିଲାପାଳ ବ୍ରଜବନ୍ଧୁ ଭୋଇ, ଜିଲା ଜରୁରୀକାଳୀନ ଅଧିକାରୀ ସୁଶାନ୍ତ କୁମାର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସାଧନା ଦାଶ ଓ ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡା ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୌରାଞ୍ଚଳରେ ଅସମ୍ଭାଳ ହୋଇପଡିଥିବା ମାଙ୍କଡ ଉପଦ୍ରବକୁ ରୋକିବାପାଇଁ ବିଭିନ୍ନ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ ।

ଦେବଗଡ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରବ : ସମଧାନର ସୂତ୍ର ପାଇଁ ଜିଲାପାଳ ଡାକିଲେ ସମନ୍ୱୟ ବୈଠକ

ପୌରାଞ୍ଚଳରେ ଉଭୟ ମାଙ୍କଡ ଓ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏମାନଙ୍କ ଆକ୍ରମଣରେ କାହାରି ମୃତ୍ୟୁ ଘଟିବା ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନ କରିବାସହ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ଜରିଆରେ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଜନ ସଚେତନତା ସୃଷ୍ଟି ପାଇିଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ବନ ବିଭାଗ ପକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇ ମାଙ୍କଡ ଉପଦ୍ରବକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା । ଇତିମଧ୍ୟରେ ଡାକ୍ତରୀ ଚିକିତ୍ସା ପରିବର୍ତ୍ତେ ଝଡା ଫୁଙ୍କାର ଆଶ୍ରୟ ନେଇ କୁକୁର କାମୁଡାରେ ଆହତ ହୋଇଥିବା ରିଆମାଳ ବ୍ଲକର ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦାଶ ସୂଚନା । ଏହି ଅବସରରେ ଦେବାସହ ଦୁଃଖ ପ୍ରକାଶ କରିଥିଲେ ।

ଦେବଗଡ ପୌରାଞ୍ଚଳରେ ମାଙ୍କଡ଼ ଉପଦ୍ରବ : ସମଧାନର ସୂତ୍ର ପାଇଁ ଜିଲାପାଳ ଡାକିଲେ ସମନ୍ୱୟ ବୈଠକ

ସେହିପରି ଜିଲା ସଦର ମହକୁମା ସମେତ ଜିଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ପାଇଁ ଆଣ୍ଟି ଭେନମ ଇଞ୍ଜେକ୍ସନ ମହଜୁଦ ଥିବା ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଥିବା ବେଳେ ସର୍ପାଘାତ ପୀଡିତଙ୍କ ପାଇଁ ରହିଥିବା ଚିକିତ୍ସା ପଦ୍ଧତି ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କଲେ ଲୋକେ ଝଡା ଫୁଙ୍କା ଭଳି ଅନ୍ଧ ବିଶ୍ୱାସରୁ ଦୂରରେ ରହିବେ ଓ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ହ ୍ରାଶ ପାଇବ ବୋଲି ଜିଲାପାଳ ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲାପାଳ ଶ୍ରୀ ସାମଲ ପୌରାଂଚଳରେ ବୁଲା ଗୋରୁ ଗାଇଙ୍କୁ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୌର ପରିଷଦ ର୍ନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ପରିଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେ ଯାହା ହେଉନା କାହିଁକି ମାଙ୍କଡ ଉପଦ୍ରବ ରୋକିବା ପାଇଁ ଜିଲାପାଳ ନିଜଆଡୁ ଆଗ୍ରହ ପ୍ରକାଶ କରିଥିବାରୁ ପୌରାଂଚଳର ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯିବାସହ ମାଙ୍କଡ ଉପଦ୍ରବରୁ ମୁକ୍ତି ପାଇବା ନେଇ ପୌରାଂଚଳ ବାସୀଙ୍କ ମନରେ ନୂତନ ଅଶା ସଂଚାର ହୋଇଛି ।