ବଲାଙ୍ଗିର ସଦର ବ୍ଲକ ସମୀକ୍ଷା କଲେ ନରସିଂହ

ବଲାଙ୍ଗିର: ନଭେମ୍ବର ୦୩ : ଗାଁ ଗଣ୍ଡାରେ ବିଧାୟକ ପାଣwି ହେଉ କି ଅନ୍ୟ ଅନୁଦାନ ହେଉ ସେଥିରେ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଶେଷ କରିବାରେ ବ୍ଲକ ସ୍ତରୀୟ ଅଧିକାରୀମାନେ ତପିରତା ପ୍ରକାଶ କରୁନାହାନ୍ତି । ଅନେକ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ କାମ ନ ହୋଇ ପଡିାହିଥିବା ଦେଖାଯାଉଛି । ଏପରିକି ୨୦୧୭-୧୮ ମସିହାରୁ ବିଧାୟକ ପାଣwିରୁ ଦିଆଯାଇଥିବା ଅନୁଦାନରୁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ତେଣୁ […]

Samaya Live Picture
Published On

ବଲାଙ୍ଗିର: ନଭେମ୍ବର ୦୩ : ଗାଁ ଗଣ୍ଡାରେ ବିଧାୟକ ପାଣwି ହେଉ କି ଅନ୍ୟ ଅନୁଦାନ ହେଉ ସେଥିରେ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ଶେଷ କରିବାରେ ବ୍ଲକ ସ୍ତରୀୟ ଅଧିକାରୀମାନେ ତପିରତା ପ୍ରକାଶ କରୁନାହାନ୍ତି । ଅନେକ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ କାମ ନ ହୋଇ ପଡିାହିଥିବା ଦେଖାଯାଉଛି । ଏପରିକି ୨୦୧୭-୧୮ ମସିହାରୁ ବିଧାୟକ ପାଣwିରୁ ଦିଆଯାଇଥିବା ଅନୁଦାନରୁ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ତେଣୁ ଏହାକୁ ବ୍ଲକ କର୍ତ୍ତୃପକ୍ଷଙ୍କ ଅପାରଗତା ବୋଲି ଧରିନିଆଯିବ । ଯଦି ଅଧିକାରୀମାନେ ଲୋକଙ୍କର ପ୍ରକୃତ ସେବା କରିବାକୁ ଚାହୁଁଛନ୍ତି ତେବେ ଯୋଜନା ଯାହାବି ହେଉ ଯେତେ ସବୁ ପ୍ରକଳ୍ପ ଅଧାପନ୍ତରିଆ ପଡିଛି କିମ୍ବା ନିର୍ମାଣଧିନ ଅବସ୍ଥାରେ ଅଛି ସେ ସବୁକୁ ସମ୍ପୂର୍ଣ୍ଣ କର;ୁ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ଶିବତଲା ପଞ୍ଚାୟତରେ ବଲାଙ୍ଗିର ସଦର ବ୍ଲକର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି ।
ସମୀକ୍ଷାବେଳେ ସେ ଚୁଡାପାଲି ଡାକ୍ତରଖାନାର ଏକ ନୂତନ ନିର୍ମାଣକୁ ନେଇ ବ୍ଲକ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରିଥିଲେ । ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କିପରି ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦ୍ଦେଶ ବିନା ଭଲ ଅବସ୍ଥାରେ ଥିବା ଏକ ଘରକୁ ଭାଙ୍ଗି ସେଠାରେ ନୂତନ ନିର୍ମାଣ କଲେ ସେ ଉପରେ ଉଭୟ ଯନ୍ତ୍ରୀଙ୍କୁ ମିଶ୍ର ପ୍ରଶ୍ନ କରିଥିଲେ । ଚୁଡାପାଲି ଅଞ୍ଚଳରେ ପୋଖରୀ ଖନନ ଏବଂ ଉନ୍ନତିକରଣ କାର୍ଯ୍ୟରେ ମଧ୍ୟ ଡବ୍ଲìଓଡିସିର ନିର୍ଦ୍ଦେଶାବଳୀକୁ ବେଖାତିର କରାଯାଇଛି । ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରକଳ୍ପରୁ ଅର୍ଥ ବାଟମାରଣା କରିବା ପାଇଁ ତରବରରେ କାମ ଶେଷ କରି ବିଲ ପଇଠ କରାଯାଇଛି । ଏହା ଉପରେ ବିଧିବଦ୍ଧ ତଦନ୍ତ ହେବ ବୋଲି ମିଶ୍ର କହିଥିଲେ ।
ସେହିପରି ବ୍ଲକ ସ୍ତରରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକର ସବିଶେଷ ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀଙ୍କୁ ବିଧାୟକ ମିଶ୍ର କହିଥିଲେ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରିଥିବା ଶ୍ରମିକ ତଥା ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନର ସ୍ଥିତି କ’ଣ ସେ ସବୁର ଏକ ସବିଶେଷ ରିପୋର୍ଟ ଆସନ୍ତା କାଲି ସୁଦ୍ଧା ପ୍ରଦାନ କରିବାକୁ ମନରେଗା ଅଧିକାରୀଙ୍କୁ କୁହାଯାଇଥିଲା ।

ସେହିପରି ଇନ୍ଦିରା ଆବାସଗୃହ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଏବଂ ମିଶନ ଶକ୍ତି ତଥା ଓଡିଶା ଜିବିକା ମିଶନ ଅଧିନରେ ଯାହା ସବୁ ପ୍ରକଳ୍ପ ଚାଲିଛି ସେ ସବୁକୁ ନେଇ କ’ଣ ସବୁ ଅସୁବିଧା ଅଛି, ଲୋକେ କାହିଁକି ଆବାସ ଗୃହ ଯୋଜନାରେ ମନରେଗା ପାଉଣା ପାଉ ନାହାନ୍ତି, ଅନୁସୂଚିତ ଜାତି ଜନଜାତି ସ୍କୁଲ କୋଠାଗୁଡିକର କାମ କାହିଁକି ଏତେ ନିମ୍ନ ମାନର ହୋଇଛି ସେ ସବୁ ଉପରେ ଏ ସମୀକ୍ଷା ବୈଠକରେ ଆଲୋଚନା ହେବା ସହ ଏହାର ଏକ ସବିଶେଷ ରିପୋର୍ଟ ଅତିଶୀଘ୍ର ପ୍ରଦାନ କରିବାକୁ ବିଧାୟକ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।
ଏହି ସମୀକ୍ଷା ବୈଠକରେ ବିଧାୟକଙ୍କ ବ୍ୟତିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶୁଶାନ୍ତ କୁମାର ସିଂହ, ବିଡିଓ ପ୍ରୀତମ କୁମାର ତନ୍ତି, ଏବିଡିଓ ରାମଦତ୍ତ ଭୋଇ, ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ସହକାରୀ ଯନ୍ତ୍ରୀ ଟଙ୍କଧର କାଲା, ଶିବତଲା ସରପଞ୍ଚ ବାଳକୃଷ୍ଣ ବେହେରା, ଗ୍ରାମ ପଞ୍ଚାୟତ ଅଫିସର ଦାମୋଦର ଦାଶ, ସମସ୍ତ କନିଷ୍ଠ ଯନ୍ତ୍ରୀ, ସମସ୍ତ ପଞ୍ଚାୟତ ସ୍ତରୀୟ ଅଧିକାରୀ, ଗ୍ରାମ୍ୟ ପାନୀୟ ଜଳ ବିଭାଗର ଯନ୍ତ୍ରୀଙ୍କ ସମେତ ବିଧାୟକଙ୍କ ପ୍ରତିନିଧି କିଶୋର ସିଂ ନିନା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ସରୋଜ ରଥ, ଗୋପ ମେହେର, ଜଗ ପ୍ରଧାନ, ଖୁଜେନପାଲି ସରପଞ୍ଚ ସତ୍ୟବାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।