ମଣ୍ଡଳ-ପାଟଣାଗଡ଼ ରାସ୍ତା ପାଲଟିଛି ଗାଈ ଗୁହାଳ, ବଢ଼ୁଛି ଦୁର୍ଘଟଣା
ବେଲପଡା : ରାସ୍ତାରେ ବୁଲୁଛନ୍ତି ଗାଈ ପଲ । ବୁଲାଗୋରୁ ଗାଈଙ୍କ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା । ଏହା ସହ ବଢ଼ୁଛି ସଡ଼କ ଦୁର୍ଘଟଣା । କିଏ ତ ଅର୍କମଣ୍ୟ ତ କାହାର ଘଟଣାର ସ୍ଥଳରେ ହିଁ ମୃତ୍ୟୁ ଘଟୁଛି । କିଏ ପୁଣି ଦୁର୍ଘଟଣାରେ ଶିକାର ହୋଇ ଶଯ୍ୟାଶାୟୀ ହୋଇ ଦୂର୍ବିସହ ଜୀବନ ବିତାଉଥିବା ବେଳେ ଡାକ୍ତରଖାନାରେ ଭ ର୍ତ୍ତିହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ […]
ବେଲପଡା : ରାସ୍ତାରେ ବୁଲୁଛନ୍ତି ଗାଈ ପଲ । ବୁଲାଗୋରୁ ଗାଈଙ୍କ ଭିଡ଼ ନେଇ ବଢୁଛି ଲୋକଙ୍କ ସମସ୍ୟା । ଏହା ସହ ବଢ଼ୁଛି ସଡ଼କ ଦୁର୍ଘଟଣା । କିଏ ତ ଅର୍କମଣ୍ୟ ତ କାହାର ଘଟଣାର ସ୍ଥଳରେ ହିଁ ମୃତ୍ୟୁ ଘଟୁଛି । କିଏ ପୁଣି ଦୁର୍ଘଟଣାରେ ଶିକାର ହୋଇ ଶଯ୍ୟାଶାୟୀ ହୋଇ ଦୂର୍ବିସହ ଜୀବନ ବିତାଉଥିବା ବେଳେ ଡାକ୍ତରଖାନାରେ ଭ ର୍ତ୍ତିହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି ।
ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ମଣ୍ଡଳ ପଞ୍ଚାୟତ ମଣ୍ଡଳ ଗ୍ରାମର ମୂଖ୍ୟ ରାସ୍ତା ପାଲଟିଛି ଗାଈ ଗୁହାଳ । ମଣ୍ଡଳରୁ ପାଟଣାଗଡ ଯିବା ରାସ୍ତାରେ ଜମୁଛି ଗାଈପଲଙ୍କ ଭିଡ଼ । ଯୁଆଡ଼େ ଦେଖିଲେ ବୁଲୁଛନ୍ତି ପଲପଲ ଗାଈ । ଦିନ ତ ଦିନ ସନ୍ଧ୍ର୍ୟା ହେଲେ ଏହି ବୁଲା ଗୋରୁଗାଈଙ୍କ ଭିଡ଼ ବଢିଯାଉଛି । ରାସ୍ତାରେ ଶୋଇ ରହୁଛନ୍ତି ଗାଈ ଗୋରୁ ଫଳରେ ରାସ୍ତା ଜାମ ହେବା ସାଙ୍ଗକୁ ଯାତାୟତ ସମୟ ରେ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଏହି ରାସ୍ତାଟି ଏକ ଜନଗହଳି ପୂର୍ଣ୍ଣ ହେତୁ ମୂଖ୍ୟ ସହର ପାଟଣାଗଡ଼ – ବେଲପଡାକୁ ସଂଯୋଗ କରୁଛି ।
ତେଣୁ ଦୈନଦିନ ଏହି ବାଟଦେଇ ଶହଶହ ଲୋକ ବ୍ୟବସାୟୀ ,ସ୍କୁଲ କଜେଲ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ବହୁ ସଂଖ୍ୟାରେ ବସ ସମେତ ଗାଡିମଟର ଚଳାଚଳ ହେଉଛି । ତେବେ ଦିନ ରାତି ଏଠାରେ ଗାଈଗୋରୁ ରାସ୍ତା କବଜା କରି ରଖିଥିବାରୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛି । ପ୍ରତ୍ୟେକଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଛି । ସେଥିପାଇଁ ଉଭୟ ମଣିଷ ଓ ଗାଈଗୋରୁଙ୍କ ଜୀବନ ଯାଉଛି । ଗାଈଗୋରୁ ପାଳନ କରୁଥିବା ସହରାଞ୍ଚଳ ଲୋକେ ନିଜନିଜ ଗାଈଗୋରୁ ଗୁହାଳରେ ରଖିବା ବଦଳରେ ବାହାରକୁ ଛାଡି ଦେଉଛନ୍ତି । ସେମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇ ନାହିଁ ।
ଫଳରେ ଗାଈପଲ ରାସ୍ତା ଉପରେ ଶୋଇ ରହୁଛନ୍ତି । ଯାହା ଦ୍ୱାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟି କେତେବେଳେ ଗାଈ ଗୋରୁଙ୍କ ଜୀବନ ଯାଉଛି । ଆଉ କେତେବେଳେ ମଣିଷର ଜୀବନ ହାନୀ ହେଉଛି । ବୁଲା ଗାଈଗୋରୁ ନିୟନ୍ତ୍ରଣ କରିବାକୁ କୌଣସି ପ୍ରକାର ଉଦ୍ୟମ ହେଉନାହିଁ ।ପଞ୍ଚାୟତ କାର୍ଯ୍ୟାଳୟରେ କାଞ୍ଜିଆହୁଦା ନଥିବାରୁ ତାହା ସମ୍ଭବ ହୋଇପାରିନାହିଁ । ଯଦି ଯଥା ଶିଘ୍ର କାଞ୍ଜିଆ ହୁଦା ନିର୍ମାଣ ନ ହେବ ତାହା ହେଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।




