ଝାରସୁଗୁଡ଼ା ଜିଲ୍ଲାର ୧୧ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର: ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା
ଝାରସୁଗୁଡ଼ା : ନିକଟରେ ବିଶେଷଜ୍ଞ ଟିମ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକ ପରିଦର୍ଶନ କରାଯାଇଛି । ଏଥିରେ ହସ୍ପିଟାଲରେ ସଫେଇ, ସ୍ୱାସ୍ଥ୍ୟ, ବାୟୋ-ମେଡିକାଲ୍ ଆବର୍ଜନାର ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଆଦିକୁ ବିଚାରକୁ ନେଇ କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି କମିଟି କାୟାକଳ୍ପ ପୁରସ୍କାର ୧ ଲକ୍ଷଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଜିଲ୍ଲାରେ ୧୧ଟି ସରକାରୀ ହସ୍ପିଟାଲକୁ ଏହି ପୁରସ୍କାର ମିଳିବ । ଏଥିରେ ଝାରସୁଗୁଡା […]
ଝାରସୁଗୁଡ଼ା : ନିକଟରେ ବିଶେଷଜ୍ଞ ଟିମ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକ ପରିଦର୍ଶନ କରାଯାଇଛି । ଏଥିରେ ହସ୍ପିଟାଲରେ ସଫେଇ, ସ୍ୱାସ୍ଥ୍ୟ, ବାୟୋ-ମେଡିକାଲ୍ ଆବର୍ଜନାର ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଆଦିକୁ ବିଚାରକୁ ନେଇ କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି କମିଟି କାୟାକଳ୍ପ ପୁରସ୍କାର ୧ ଲକ୍ଷଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଜିଲ୍ଲାରେ ୧୧ଟି ସରକାରୀ ହସ୍ପିଟାଲକୁ ଏହି ପୁରସ୍କାର ମିଳିବ । ଏଥିରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ୩ ଲକ୍ଷ ଟଙ୍କା, ପୋଖେଲପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ ଲକ୍ଷ ଟଙ୍କା, ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧ଲକ୍ଷ ଟଙ୍କା, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ୫୦ ହଜାର ଟଙ୍କା, ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧ଲକ୍ଷ ଟଙ୍କା ଲେଖାଏଁ, ପୋଖରାସାଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପଞ୍ଚପଡା, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବେଲପାହାଡ଼, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଝାରସୁଗୁଡ଼ାକୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା ହୋଇଛି ।




