ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ଝାରବଏଲ ଯାତ୍ରା
ପାଟଣାଗଡ :ପାଟଣାଗଡର ଆରାଧ୍ୟ ଦେବୀ ମାଁ ପାଟଣେଶ୍ୱରୀଙ୍କ ଶହଶହ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଏହି ଯାତ୍ରା ମୁଲାଷ୍ଟମି ଠାରୁ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଏ । ଅମାବାସ୍ୟା ତିଥିରେ ପାଟଣା ମହାରାଜା ଙ୍କ ଶୈଲଶ୍ରୀ ପ୍ୟାଲେସ ରୁ ପାଟସିନ୍ଦୁର ଅଣାଯାଏ ଏବଂ ପାଟଣାଗଡ ରାଜ ଖମାର ସ୍ଥିତ ମାଁ ଦଶମତୀ ଙ୍କ ମନ୍ଦିରରେ ରଖାଯାଏ । ଅମାବାସ୍ୟା ଦିନ ସଂନ୍ଧ୍ୟାରେ ପୂଜକ ପାଇକମାନଙ୍କ ସହିତ ଦଶମତି ମନ୍ଦିର କୁ ଯାଇ ପାଟ ସିନ୍ଦୁର ଆଣିଥାନ୍ତିି । […]
ପାଟଣାଗଡ :ପାଟଣାଗଡର ଆରାଧ୍ୟ ଦେବୀ ମାଁ ପାଟଣେଶ୍ୱରୀଙ୍କ ଶହଶହ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଏହି ଯାତ୍ରା ମୁଲାଷ୍ଟମି ଠାରୁ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯାଏ । ଅମାବାସ୍ୟା ତିଥିରେ ପାଟଣା ମହାରାଜା ଙ୍କ ଶୈଲଶ୍ରୀ ପ୍ୟାଲେସ ରୁ ପାଟସିନ୍ଦୁର ଅଣାଯାଏ ଏବଂ ପାଟଣାଗଡ ରାଜ ଖମାର ସ୍ଥିତ ମାଁ ଦଶମତୀ ଙ୍କ ମନ୍ଦିରରେ ରଖାଯାଏ । ଅମାବାସ୍ୟା ଦିନ ସଂନ୍ଧ୍ୟାରେ ପୂଜକ ପାଇକମାନଙ୍କ ସହିତ ଦଶମତି ମନ୍ଦିର କୁ ଯାଇ ପାଟ ସିନ୍ଦୁର ଆଣିଥାନ୍ତିି । ଦେବୋତ୍ତର ବିଭାଗ ତରଫରୁ ଭାରପ୍ରାପ୍ତ ଉପଜିଲ୍ଲପାଲ ଡ.ପୁଷ୍ପାଳୀ ପଣ୍ଡା ମାଁ ଙ୍କ ମନ୍ଦିରକୁ ଯାଇ ସେଠାରେ ଉପସ୍ଥିତ ଥିବା ସେବାୟତ ଓ ପୂଜାରୀମାନଙ୍କୁ ପାଟବସ୍ତ୍ର ପ୍ରଦାନ କରିଥାନ୍ତି । ପରେ ଉକ୍ତ ସିନ୍ଦୁର କୁ ପ୍ରଥମେ ମାଁ ସମଲେଶ୍ୱରୀ ଙ୍କ ମନ୍ଦିରରେ ଓ ପରେ ପାଟଣେଶ୍ୱରୀ ଙ୍କ ମନ୍ଦିରରେ ଅର୍ପଣ କରିବା ପରେ ସମସ୍ତେ ବରୁଆ ଘରକୁ ଯାଇଥାନ୍ତି ।

ପୂର୍ବରୁ ନିଜ ଘରେ ଧ୍ୟାନରେ ବସିଥିବା ବରୁଆକୁ ସେବାୟତମାନେ ଗାଧୋଇ ସମଗ୍ର ଶରୀରରେ ଚନ୍ଦନ ଲଗାଇଥାନ୍ତି ଓ ମନ୍ଦିରକୁ ଆଣିଥାନ୍ତି । ପରେ ରାତ୍ରୀରେ ଜଙ୍ଗଳକୁ ଯାଇଥାନ୍ତିଜଙ୍ଗଲରେ ଥିବା ତିନୋଟି ସାହାଡା ବୃକ୍ଷ ମୁଲରେ ପୂଜା ଅର୍ଚ୍ଚନା ପରେ ଦେବୀ ଯନ୍ତ୍ର ଉପରେ ବରୁଆକୁ ବସାଇ ଦେବୀ ବାଦ୍ୟ ବଜାଯାଏ ପରେ ଦେବି ବରୁଆଙ୍କ ଦେହରେ ବିଜେ ହୋଇଥାନ୍ତି । ଉକ୍ତ ସମୟରେ ଢୋଲ, ନିସାନ, ଓ ସ୍ୱତନ୍ତ୍ର ଭାବରେ ନିର୍ମିତ ଏକ ତୁରି ଶବ୍ଦରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥାଏ । ଏହି ପରମ୍ପରା କୁ ହିଁ ‘ଝାର ବଏଲ’ କୁହାଯାଏ । ପରେ ନବମୀ ଦିନ ମାଁ ପାଟଣେଶ୍ୱରୀ ଦେବୀଙ୍କ ଐððତିହାସିକ ‘ବଏଲ ଯାତ୍ରା’ ଅନୁଷ୍ଠିତ ହୋଇଥାଏ ।
ଗତ ବର୍ଷ କରୋନା କଟକଣା ଯୋଗୁଁ ଦରବୋତ୍ତ ବିଭାଗ ଗଣମାଧ୍ୟମ ପ୍ରତିନିଧି,ସହରର ବୁଦ୍ଧିଜୀବୀଙ୍କୁ ଡାକି ଜନସମାଗମ ରୋକିବା ପାଇ ବୈଠକ କରିଥିଲା କିନ୍ତୁ ଚଳିତ ବର୍ଷ ଦେବୋତ୍ତର ବିଭାଗ ର ବୈଠକରେ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ, ସଚେତନ ନାଗରିକଙ୍କୁ ନ ଡାକି ବୈଠକ କରିଥିଲା ।
ଚଳିତ ବର୍ଷ ମାଁ ଙ୍କ ଝାର ବଏଲ ଯାତ୍ରାରେ ପ୍ରବଳ ଭିଡ ଲାଗିରହିଥିଲା । କୋଭିଡ କଟକଣାକୁ ଉଲ୍ଲଘଂନ କରି ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ କରିଥିଲେ । ଆଗାମୀ ନବମୀ ଦିନ ମାଁଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ପାଇ ପ୍ରଶାସନ ତରଫରୁ ବ୍ୟପକ ବ୍ୟବସ୍ଥା ସହ ସୁରୁଖୁରୁରେ ଯାତ୍ରା ସମାପନ ପାଇ ଜନସାଧାରଣ ଦାବୀ କରିଛନ୍ତି ।




