ଆଇପିଏଲ ବେଟିଂ ବେଳେ ପୋଲିସ ରେଡ୍‌, ୯ ଗିରଫ

ରାଉରକେଲା: ଆଇପିଏଲ ବେଟିଂ ଉପରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରମିତ୍ରପୁର ଥାନା ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ । ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପକ୍ଷରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍‌ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି […]

Samaya Live Picture
Published On

ରାଉରକେଲା: ଆଇପିଏଲ ବେଟିଂ ଉପରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରମିତ୍ରପୁର ଥାନା ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ । ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପକ୍ଷରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍‌ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି ଅଧିକ ପଚାରାଉଚରା କରୁଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ଭିଲାଇ ଦୁର୍ଗ ଅଞ୍ଚଳର । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ହେବ ବୋଲି ସୂଚନା ମିଳିଛି ।

ଗତ ସପ୍ତାହରେ ହାଇଦ୍ରାବାଦ ପୋଲିସ ଏକ ବଡ଼ ଧରଣରେ ଆଇପିଏଲ ବେଟିଂ ଗ୍ୟାଙ୍ଗ ଉପରେ ଚଢ଼ାଉ କରିଥିଲା । ଚଢ଼ାଉ କରି ସେମାନଙ୍କୁ ଗିରଫ କରିବା ସହ ୫୬ ଲକ୍ଷ ଟଙ୍କା ଜବତ କରିଥିଲା । ସୂଚନା ଅନୁସାରେ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇସାରିଛି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍‌ ଆଇପିଏଲ । ଚଳିତ ଥର ଆଇପିଏଲରେ ଆଉ ଦୁଇଟି ନୂଆ ଦଳ ସାମିଲ ହୋଇଛନ୍ତି । ଅର୍ଥାତ ୧୦ଟି ଟିମକୁ ନେଇ ଖେଳାଯାଉଛି ଚଳିତ ଆଇପିଏଲ । ଆଇପିଏଲ ଆରମ୍ଭ ହେବା ସହ ଆରମ୍ଭ ହୋଇସାରିଛି ଆଇପିଏଲ ବେଟିଂ । ବେଟିଂ କରୁଥିବା ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବୁକିମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି ।