ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ
ସୋନପୁର: ଅକ୍ଟୋବର ୨୮: ସୁବର୍ଣ୍ଣପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି । ସହରର ମୁଖ୍ୟ ରାସ୍ତାରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣଙ୍କୁ ସଚେତନ କରାଉଛନ୍ତି ପ୍ରଶାସନିକ ଅଧିକାରୀ ଓ ସେ୍ୱଛାସେବୀ । ଏହାସହିତ ଦୁର୍ଘଟଣା ମୁକ୍ତ ସହର, ଜିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି । ରାସ୍ତାକୁ ଗାଈଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟଙ୍କୁ ସୁରକ୍ଷିତ ରଖିବାକୁ […]
ସୋନପୁର: ଅକ୍ଟୋବର ୨୮: ସୁବର୍ଣ୍ଣପୁର ସହରରେ ଗୋ ଶ୍ରଦ୍ଧା ଓ ସଡ଼କ ସୁରକ୍ଷା ଅଭିଯାନ ଜାରି ରହିଛି । ସହରର ମୁଖ୍ୟ ରାସ୍ତାରେ ଲାଠି ଧରି ନିଜେ ଗାଈ ଗୋରୁ ଘଉଡ଼ାଇ ଜନ ସାଧାରଣଙ୍କୁ ସଚେତନ କରାଉଛନ୍ତି ପ୍ରଶାସନିକ ଅଧିକାରୀ ଓ ସେ୍ୱଛାସେବୀ । ଏହାସହିତ ଦୁର୍ଘଟଣା ମୁକ୍ତ ସହର, ଜିଲ୍ଲା ଗଢିବା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି । ରାସ୍ତାକୁ ଗାଈଗୋରୁ ଆଦୌ ନ ଛାଡି ନିଜେ ସୁରକ୍ଷିତ ରହି ଅନ୍ୟଙ୍କୁ ସୁରକ୍ଷିତ ରଖିବାକୁ ମାଇକ ଯୋଗେ ପରାମର୍ଶ କରିଛନ୍ତି । ଏହି ଅଭିଯାନରେ ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଅତିରିକ୍ତ ଆରଟିଓ ଶିବାଶିଷ ସାହୁ, ଜୁନିଅର ଏମ ଭି ଆଇ ଲୋକନାଥ ନାଏକ, ପୌର ସୂଚନା ଅଧିକାରୀ ଶିବ ପ୍ରସାଦ ସାହୁ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଲଡ଼ୁକିଶୋର ମଲ୍ଲିକ, ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ, ରକ୍ତ ଡାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା, ଓ ପୋଲିସ ବିଭାଗ ଅଧିକାରୀ ପ୍ରମୁଖ ସକ୍ରିୟ ସାମିଲ ଥିଲେ ।
ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ତତ୍ୱାବଧାନ ଓ ପରାମର୍ଶ କ୍ରମେ ଦୀର୍ଘ ମାସରୁ ଏହି ଅଭିଯାନ ଚାଲୁ ରହିଛି । ଆଞ୍ଚଳିକ ପରିବହନ ବିଭାଗ ନେତୃତ୍ୱରେ ପୋଲିସ ଓ ପୌର ପ୍ରଶାସନ ଓ ସେ୍ୱଛାସେବୀ ସଂଗଠନର ସହଯୋଗରେ ସୁବର୍ଣ୍ଣପୁର ସହରର ନଳିନୀ ଛକରୁ ବସଷ୍ଟାଣ୍ଡ, ମଝି ପଡ଼ା , ମେଡିକାଲ ରାସ୍ତା, ଖଦାଳ ପଡ଼ା ଯାଏ ଦୁର୍ଘଟଣା ମୁକ୍ତ ସହର ଗଢିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାଈଗୋରୁଙ୍କୁ ରାସ୍ତାରେ ନ ଛାଡିବାକୁ , ଦୁର୍ଘଟଣା ରୋକିବା ସହିତ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ଗୋ ଶ୍ରଦ୍ଧା ସଡ଼କ ସୁରକ୍ଷା ଅଭିଯାନକୁ ସଫଳ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ।
ଆଞ୍ଚଳିକ ପରିବହନ ବିଭାଗର ରବୀନ୍ଦ୍ର ଦଳାଇ, ସରିତା ଲାକ୍ରା,ଲଷ୍ମୀ ମଲ୍ଲିକ,ରତ୍ନା କର ଭେସ୍ରା ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ଗଣ ମାଧ୍ୟମ ପ୍ରତିନିଧି ତଥା ସହରର ବୁଦ୍ଧିଜିବୀ ଯୋଗଦାନ କରିବା ସହ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମଝିପଡ଼ା ରଥ ଛକ ଠାରୁ ବସଷ୍ଟାଣ୍ଡ, ଗୁଣ୍ଡିଚା ମନ୍ଦିର, ଗଡଭିତର, ବାଳିକା ହାଇସ୍କୁଲ ଛକ ଯାଏ ସହର ରେ ଏକ ମେଗା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହେବାର ଯୋଜନା ପ୍ରସ୍ତୁତି ହେଉଛି ବୋଲି ଆରଟିଓ ପଟ୍ଟନାୟକ ସୂଚନା ଦେଇଛନ୍ତି ।




