ବରଗଡ ଜିଲ୍ଲା ଗ୍ରାମାଞ୍ଚଳରେ ମାଗଣା କ୍ୟାନସର ଚିକିତ୍ସା ଶିବିର

ବରଗଡ: ନଭେମ୍ବର ୧୫ : ବରଗଡ଼ ଜିଲ୍ଲା ଗ୍ରାମାଞ୍ଚଳମାନଙ୍କରେ ସଚେତନତା ଓ ଚିକିତ୍ସା ଅଭାବ କାରଣରୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ୁଛି । ରୋଗୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିକିତ୍ସା ନ ପାଇ ମୃତୁ୍ୟର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରଗଡ କଟାପାଲି ବରିଷ୍ଠ ନାଗରିକ ସେବା ସଂଘ ଓ ନାରାୟଣ ସେବା ସମିତିର ମିଳିତ ଆନୁକୁଲ୍ୟରେ ଆଜି କଟାପାଲିଠାରେ ମାଗଣା କ୍ୟାନସର ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏଭଳି […]

Samaya Live Picture
Published On

ବରଗଡ: ନଭେମ୍ବର ୧୫ : ବରଗଡ଼ ଜିଲ୍ଲା ଗ୍ରାମାଞ୍ଚଳମାନଙ୍କରେ ସଚେତନତା ଓ ଚିକିତ୍ସା ଅଭାବ କାରଣରୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ୁଛି । ରୋଗୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିକିତ୍ସା ନ ପାଇ ମୃତୁ୍ୟର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରଗଡ କଟାପାଲି ବରିଷ୍ଠ ନାଗରିକ ସେବା ସଂଘ ଓ ନାରାୟଣ ସେବା ସମିତିର ମିଳିତ ଆନୁକୁଲ୍ୟରେ ଆଜି କଟାପାଲିଠାରେ ମାଗଣା କ୍ୟାନସର ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏଭଳି ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରାଯାଇଥିଲା ।

ଏହି ଶିବିରରେ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲର କ୍ୟାନସର ବିଶେଷଜ୍ଞ ଡା. ଜ୍ୟୋତି ପୋଦାର ଉପସ୍ଥିତ ରୋଗୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହିତ ମାଗଣା ଚିକିତ୍ସା କରିଥିଲେ । ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଟାଟା ମେମୋରିଆଲ ହସ୍ପିଟାଲରୁ କ୍ୟାନସର ବିଶେଷଜ୍ଞ ଆସି ଚିକିତ୍ସା କରିଥିଲେ । ଏଣୁ ସୂଚନା ପାଇ ଏହି ଶିବିରରେ ଆଖପାଖ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ପୀଡ଼ିତ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କଟାପାଲି ଭଳି ଏକ ଗ୍ରାମାଞ୍ଚଳ ଓ ଆଖପାଖରେ ଏତେ ସଂଖ୍ୟକ କ୍ୟାନସର ରୋଗୀ ଆସିଥିବା ବେଳେ ଏଥିରୁ ଅନୁମାନ କରାଯାଉଛି ଏହି ଜିଲ୍ଲାରେ ରୋଗୀ କେତେ ମାତ୍ରାରେ ବୃଦ୍ଧି ପାଇଛି । ଏହି ଶିବିରରେ ଅମୂଲ୍ୟ କୁମାର ବରାଇ, ଦୁଲିଚାନ୍ଦ ଅଗ୍ରୱାଲ, ରବୀନ୍ଦ୍ର ପ୍ରଧାନ ଓ ପମି ଅଗ୍ରୱାଲ ସହଯୋଗ କରିଥିଲେ ।