ଆର୍‌ଟିଓ ଅଫିସର କହି ରାଜପଥରେ ଅଟକାଉଥିଲା ଗାଡ଼ି, ଲୁଟୁଥିଲା ଟଙ୍କା

ବରଗଡ଼: ଅକ୍‌ଟୋବ ୨୬: ନିଜକୁ ଆର୍‌ଟିଓ ଅଫିସର ପରିଚୟ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଅଟକାଉଥିଲା । ଏହାପରେ ଗାଡ଼ି ମାଲିକଙ୍କୁ ଧମକାଇ ଓ ମିଛ କହି ଲୁଟୁଥିଲା ଟଙ୍କା । ଏହି ନକଲ ଆର୍‌ଟିଓ ପଅଫିସରକୁ ବରଗଡ଼ ପୋଲିସ ଯୋଜନା କରି ଧରିଛି । ତା’ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ । ଅଭିଯୋଗ ଅନୁସାରେ, ବିକ୍ରମ ବେହେରା ନିଜକୁ ଆର୍‌ଟିଓ ଅଫିସର କହି […]

Samaya Live Picture
Published On

ବରଗଡ଼: ଅକ୍‌ଟୋବ ୨୬: ନିଜକୁ ଆର୍‌ଟିଓ ଅଫିସର ପରିଚୟ ଦେଇ ଜାତୀୟ ରାଜପଥରେ ଯାଉଥିବା ଗାଡ଼ି ଅଟକାଉଥିଲା । ଏହାପରେ ଗାଡ଼ି ମାଲିକଙ୍କୁ ଧମକାଇ ଓ ମିଛ କହି ଲୁଟୁଥିଲା ଟଙ୍କା । ଏହି ନକଲ ଆର୍‌ଟିଓ ପଅଫିସରକୁ ବରଗଡ଼ ପୋଲିସ ଯୋଜନା କରି ଧରିଛି । ତା’ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି ପୋଲିସ ।

ଅଭିଯୋଗ ଅନୁସାରେ, ବିକ୍ରମ ବେହେରା ନିଜକୁ ଆର୍‌ଟିଓ ଅଫିସର କହି ବରଗଡ଼ ଜାତୀୟ ରାଜପଥର ଟୋଲ୍‌ଗେଟ୍‌ ନିକଟରେ ଏକ ଟ୍ରକ୍‌କୁ ଅଟକାଇ ଡ୍ରାଇଭର ନିକଟରୁ ପ୍ରଥମେ ୫ ହଜାର ଟଙ୍କା ନେଇଥିଲା । ଏହାପରେ ଟ୍ରକ୍‌ ମାଲିକକୁ ଧମକ ଦେଇ ଆକଉଣ୍ଟକୁ ଟଙ୍କା ପଠାଇବା ପାଇଁ କହିଥିଲା । ଏହାସହ ଟ୍ରକ୍‌ ମାଲିକଙ୍କୁ ନିଜ ମୋବାଇଲ ନମ୍ବର ଦେଇଥିଲା ।
ତେବେ ସୌଭାଗ୍ୟବଶତଃ ସଂପୃକ୍ତ ଟ୍ରକ୍‌ ଡ୍ରାଇଭର ରାସ୍ତାରେ ଗଲା ବେଳେ ଜଣେ ପରିବହନ ଅଧିକାରୀଙ୍କୁ ଭେଟିଥିଲେ । ତାଙ୍କୁ ଏହି ଘଟଣା ସମ୍ପର୍କରେ ଜଣାଇଥିଲେ । ଏହା ପରେ ଯୋଜନା ମୁତାବକ ଟ୍ରକ୍‌ ଡ୍ରାଇଭର ଅଧିକ ଟଙ୍କା ଦେବାକୁ କହି ନକଲି ଆର୍‌ଟିଓ ଅଫିସର ବିକ୍ରମକୁ ଫୋନ୍‌ କରି ଏକ ସ୍ଥାନକୁ ଡାକିଥିଲେ । ବାକି ଟଙ୍କା ନେବାକୁ ବିକ୍ରମ ଆସିବାରୁ ଘଟଣା ସ୍ଥାନରେ ଲୁଚି ରହିଥିବା ପୋଲିସ ଓ ଆର୍‌ଟିଓ ଅଧିକାରୀ ତାକୁ କାବୁ କରିଥିଲେ । ବିକ୍ରମ ନିଜକୁ ଆରଟିଓ ଅଫିସର କହି ପୂର୍ବରୁ ବି ଅନେକ ଲୋକଙ୍କ ଠାରୁ ଟଙ୍କା ଲୁଟି ଥିବା ଜଣାପଡ଼ିଛି ।