ଦରମା ପାଇନାହାଁନ୍ତି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କର୍ମଚାରୀ
କୋରାପୁଟ : ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ନର୍ସିଂ ଅଫିସର, ଲାବ୍ରୋଟାରୀ ଟେକ୍ନିସିଆନ ଓ ଫାର୍ମାସିଷ୍ଟ ମାନେ ୩ ମାସ ଦରମା ନପାଇ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ହସ୍ପିଟାଲ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ସୁମନ କୁମାର ସାହୁ, ସନ୍ତୋଷ କୁମାର ନାୟକ, ମାନସ କୁମାର ବାରିକ, ଶିଶିର କୁମାର ପ୍ରଧାନ, ଶେଖର ପ୍ରସାଦ […]
କୋରାପୁଟ : ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ନର୍ସିଂ ଅଫିସର, ଲାବ୍ରୋଟାରୀ ଟେକ୍ନିସିଆନ ଓ ଫାର୍ମାସିଷ୍ଟ ମାନେ ୩ ମାସ ଦରମା ନପାଇ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ହସ୍ପିଟାଲ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ସୁମନ କୁମାର ସାହୁ, ସନ୍ତୋଷ କୁମାର ନାୟକ, ମାନସ କୁମାର ବାରିକ, ଶିଶିର କୁମାର ପ୍ରଧାନ, ଶେଖର ପ୍ରସାଦ ନାୟକ ପ୍ରମୁଖଙ୍କ ସହ ଅନ୍ୟ ପାରା ମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ । ଅଧିକ୍ଷକ ଓ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇବା ସିବେ ଏ ପର୍ଯ୍ୟନ୍ତ ଦରମା ନମିଳିବାରୁ ପରିବାର ଚଲାଇବା ବହୁତ କଷ୍ଟ ହେଉଥିବା ନର୍ସିଂ ଅଫିସର କରୁଣାକର ମହନ୍ତ ସୂଚନା ଦେଇଛନ୍ତି । ଏପରିକି ପ୍ରତି ମାସରେ ସଠିକ ସମୟରେ ମଧ୍ୟ ଦରମା ଦିଆଯାଉ ନଥିବା ସେ ସୂଚନା ଦେଇଛନ୍ତି । ଘର ଭଡ଼ାରେ ରହିଛୁ, ପ୍ରତି ମାସର ୧ ତାରିଖରେ ଘର ମାଲିକ ଘର ଭଡା ମାଗୁଛନ୍ତି । ଏପରି ସ୍ଥଳେ ପରିବାର ଚଳାଇବା ବହୁତ କଷ୍ଟ ହେଉଥିବା ସେ ପ୍ରକାଶ କରିଛନ୍ତି । ଯଦି ଦରମା ନମିଳେ ତେବେ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ତୁରନ୍ତ ଦରମା ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି । ଟ୍ରେଜେରୀକୁ ବିଲ ପଠାଯାଇଛି ସରକାରଙ୍କ ଠାରୁ ଅର୍ଥ ଆସିଲା ପରେ ସେମାନେ ଦରମା ପାଇବେ ବୋଲି ହସପିଟାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପ୍ରକାଶ କରିଛନ୍ତି ।




