ବୀରମହାରାଜପୁର ଉପଖଣ୍ଡରେ ଜଙ୍ଗଲି ହାତୀଙ୍କ ଉପଦ୍ରବ

ବୀରମହାରାଜପୁର/ ଉଲୁଣ୍ଡା : ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଏବେ ଜଙ୍ଗଲି ହାତୀ ଆସି ଉପଦ୍ରବ ଆରମ୍ଭ କଲେଣି । ଜଙ୍ଗଲି ହାତୀ ଦଳ ଆସି ପ୍ରଥମେ ଉଲୁଣ୍ଡା ବ୍ଲକ୍‌ ହିକୁଡି ଗ୍ରାମରେ ରହିଥିଲେ । ଏହି ହାତୀଦଳ ବୁଧବାର ରାତିରେ ଉଲୁଣ୍ଡା ବ୍ଲକ୍‌ ମହଦା ପଞ୍ଚାୟତ ଗୁମୁରଡୁଲା ଗ୍ରାମକୁ ଆସି ଅନେକ ଧାନ ଫସଲ ମାଡ଼ି ନଷ୍ଟ କରିଦେଇଛନ୍ତି । ସୂଚନା ଅନୁସାରେ, ଏହି ହାତୀ ଦଳରେ ଗୋଟିଏ ଦନ୍ତା ସହ ଚାରୋଟି ବଡ଼ ହାତୀ […]

Samaya Live Picture
Published On

ବୀରମହାରାଜପୁର/ ଉଲୁଣ୍ଡା : ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ଏବେ ଜଙ୍ଗଲି ହାତୀ ଆସି ଉପଦ୍ରବ ଆରମ୍ଭ କଲେଣି । ଜଙ୍ଗଲି ହାତୀ ଦଳ ଆସି ପ୍ରଥମେ ଉଲୁଣ୍ଡା ବ୍ଲକ୍‌ ହିକୁଡି ଗ୍ରାମରେ ରହିଥିଲେ । ଏହି ହାତୀଦଳ ବୁଧବାର ରାତିରେ ଉଲୁଣ୍ଡା ବ୍ଲକ୍‌ ମହଦା ପଞ୍ଚାୟତ ଗୁମୁରଡୁଲା ଗ୍ରାମକୁ ଆସି ଅନେକ ଧାନ ଫସଲ ମାଡ଼ି ନଷ୍ଟ କରିଦେଇଛନ୍ତି । ସୂଚନା ଅନୁସାରେ, ଏହି ହାତୀ ଦଳରେ ଗୋଟିଏ ଦନ୍ତା ସହ ଚାରୋଟି ବଡ଼ ହାତୀ ଓ ୨ଟି ଛୁଆ ହାତୀ ରହିଛନ୍ତି ।

ହାତୀ ଦଳ ଗୁମୁରଡୁଲା ଗ୍ରାମର ଶିବରାମ କର୍ମୀ, ଗୋବିନ୍ଦ ଚନ୍ଦ୍ର ମହାକୁଡ଼, ଗଣେଶ ମହାକୁଡ଼, ଭାଗବତ ନାଏକ, କୃଷ୍ଣଚନ୍ଦ୍ର ନାଏକ, ରାଜୁ ତରକି, ମହାଦେବ ନାଏକ, ଇନ୍ଦ୍ରଜିି ନାଏକ, ପ୍ରହଲ୍ଲାଦ ନାଏକ, ଭଗବାନ କଣ୍ଣଙ୍କ, ସାଉଁଟୁ କର୍ଣ୍ଣ, ଭାଗବତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ମଙ୍ଗୁଲୁ ସାହୁ, ହୃଷୀକେଶ ମେସୁଆ, ଧ୍ରୁବଚରଣ ମେସୁଆ, ନରେନ୍ଦ୍ର ମେସୁଆଙ୍କ ସମେତ ଅନେକ ଚାଷୀଙ୍କ ଧାନଖେତ ମାଡ଼ି ନଷ୍ଟ କରିଦେଇଛନ୍ତି । ଫଳରେ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ସେମାନେ ପ୍ରକାଶ କରିଛନ୍ତି । କିଛି ସମୟ ଗ୍ରାମରେ ବୁଲାବୁଲି କରିବା ପରେ ହାତୀପଲ ଭୁଦୋବର, ଦାଦରପାଲି, ଆପଟନୁଆଗଡ, କୁମାରକେଳି, ପଣ୍ଡିଆପାଲି, ଜାମପାଲି, ଜଗନ୍ନାଥପାଲି ଦେଇ ପଧାନପାଲି ଜଙ୍ଗଲକୁ ପଳାଇ ଥିବା ସୂଚନା ମିଳିଛି ।