ବଣାଇରେ ବିଦ୍ୟୁତ କାଟ ନେଇ ସାଧାରଣରେ ଅସନ୍ତୋଷ
ବଣାଇ : ବଣାଇ ସହରର ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ କମ୍ପାନୀ ବାରମ୍ବାର ବିଦ୍ୟୁତ କାଟ ଦ୍ୱାରା ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏବେ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପାରଦ ପ୍ରାୟ ୪୫ ଡିଗ୍ରୀରେ ପହଞ୍ଚିଲାଣି । ସବୁଆଡେ ଅସହ୍ୟ ଗରମ, ଗୁଳୁଗୁଳି , ସୂର୍ଯ୍ୟଙ୍କ କିରଣ ମଧ୍ୟ ସହି ହେଉ ନାହଁ । ଅନ୍ୟ ପଟେ ଜଙ୍ଗଲ,ଚାଷ ଜମିରେ ନିଆଁ ଲାଗିବା,ଛୋଟ ବଡ ସ୍ପା କାରଖାନାରୁ ନିର୍ଗତ ହେଉଥିବା କଳା ଧୂଆ […]
ବଣାଇ : ବଣାଇ ସହରର ତଥା ଆଖପାଖ ଅଞ୍ଚଳରେ ବିଦ୍ୟୁତ ବଣ୍ଟନ କମ୍ପାନୀ ବାରମ୍ବାର ବିଦ୍ୟୁତ କାଟ ଦ୍ୱାରା ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏବେ ଗ୍ରୀଷ୍ମ ପ୍ରବାହ ଦ୍ୱାରା ପାରଦ ପ୍ରାୟ ୪୫ ଡିଗ୍ରୀରେ ପହଞ୍ଚିଲାଣି । ସବୁଆଡେ ଅସହ୍ୟ ଗରମ, ଗୁଳୁଗୁଳି , ସୂର୍ଯ୍ୟଙ୍କ କିରଣ ମଧ୍ୟ ସହି ହେଉ ନାହଁ ।
ଅନ୍ୟ ପଟେ ଜଙ୍ଗଲ,ଚାଷ ଜମିରେ ନିଆଁ ଲାଗିବା,ଛୋଟ ବଡ ସ୍ପା କାରଖାନାରୁ ନିର୍ଗତ ହେଉଥିବା କଳା ଧୂଆ ଦ୍ୱାରା ପରିବେଶ ଅବସ୍ଥା ଅସହ୍ୟ ହୋଇ ବସିଲାଣି । ଏପରି ପରିସ୍ଥିତିକୁ ରାଜ୍ୟ ସରକାର ଉପଲବ୍ଧି କରି ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ କାଟ ହେବ ନାହିଁ ବୋଲି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଗତ କେଇଦିନ ତଳେ ଘୋଷଣା କରିଥିଲେ । କିନ୍ତୁ ବଣାଇରେ ତାଙ୍କ ନିର୍ଦ୍ଦେଶନାମା ଆଦୋðð କାର୍ଯ୍ୟକାରୀ ହେଉ ନାହିଁ । ସବୁଦିନ ରାତି ୧୧ଟାରେ ,ସକାଳ ୬ଟାରେ ଓ ଦିନ ବେଳା ମଧ୍ୟ ବିଦ୍ୟୁତ କାଟ ହେଉଛି । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ଘଟଣାକୁ ଆଖି ଆଗରେ ରଖି ବଣାଇ ସହରର ସମେତ ଆଖପାଖ ଅଞ୍ଚଳକୁ ଅନବରତ ବିଦ୍ୟୁତ ସରବରାହ ଯୋଗାଇଦେବାକୁ ଯୁବ ସମାଜସେବୀ ସିପୁନ ମହାରଣା ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବୀ ଜଣାଇଛନ୍ତିି ।




