ନୂପୁର ଶର୍ମାଙ୍କ ବିବାଦୀୟ ବୟାନର ପ୍ରଭାବ: ସମ୍ବଲପୁରରେ ୧୪୪ ଧାରା ଜାରି

ସମ୍ବଲପୁର : ଜୁନ୍‌ ୧୩: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦୀୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ସମ୍ବଲପୁରଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବିରୋଧ ପ୍ରଦର୍ଶନ ସମେତ ଜିଲାସ୍କୁଲ ଛକରୁ ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ ଦେଇ ଗୋଲବଜାର ଛକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା । ତେବେ ଏହା ଦ୍ୱାରା ସାମ୍ପ୍ରଦାୟିକ […]

Samaya Live Picture
Published On

ସମ୍ବଲପୁର : ଜୁନ୍‌ ୧୩: ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲ ଦେଇଥିବା ବିବାଦୀୟ ବୟାନ ପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ସମ୍ବଲପୁରଠାରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ରବିବାର ସନ୍ଧ୍ୟା ସମୟରେ ବିରୋଧ ପ୍ରଦର୍ଶନ ସମେତ ଜିଲାସ୍କୁଲ ଛକରୁ ଭିଏସଏସ ମାର୍ଗ, ଲକ୍ଷ୍ମୀ ଟକିଜ ଛକ ଦେଇ ଗୋଲବଜାର ଛକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା । ତେବେ ଏହା ଦ୍ୱାରା ସାମ୍ପ୍ରଦାୟିକ ସୌହାର୍ଦ୍ୟର ବାତାବାରଣ ସହରରେ ନଷ୍ଟ ହେବାର ଆଶଙ୍କା କରି ପ୍ରତିକାରତ୍ମକ ପଦକ୍ଷେପ ଅନୁଯାୟୀ ଜିଲା ପ୍ରଶାସନ ସମ୍ବଲପୁରର କିଛି ସମ୍ବେଦନଶୀଳ ସ୍ଥାନରେ ୧୪୪ ଧାରା ଲାଗୁ କରିଛି ।

ସମ୍ବଲପୁର ଜିଲ୍ଳା ସବ୍‌ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ୧୨ ତାରିଖରେ ଜାରି ଚିଠି ଅନୁଯାୟୀ, ଧନୁପାଲି ଓ ଟାଉନ ଥାନା ପକ୍ଷରୁ ସୂଚନାନୁଯାୟୀ ଜିଲାସ୍କୁଲ ଓ ଗୋଲବଜାର ଭାୟା ଭିଏସଏସ ମାଗ ଓ ଲକ୍ଷ୍ମୀ ଟକିଜ ଛକ ଦେଇ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ୮ଟା ମଧ୍ୟରେ ଆୟୋଜିତ ହେବାକୁ ଥିବା ରାଲି ଯୋଗୁଁ ସହରର ଶାନ୍ତି ଓ ଆଇନଶୃଙ୍ଖଳା ଭଙ୍ଗ ହେବା ସହିତ ସାମ୍ପ୍ରଦାୟିକ ସୌହାର୍ଦ୍ଦ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି । ଏଣୁ ସହରରେ ଶାନ୍ତି ବଜାୟ ରଖିବା ପାଇଁ ୧୨ ତାରିଖ (ରବିବାର) ଜିଲାସ୍କୁଲ ଛକ, ପଲଟନ ମସଜିଦର ବାହାର ଅଞ୍ଚଳ, କାଳିବାଡି, ଭୁତାପଡ଼ା ଛକ, ମୋତିଝରନ, ରାଜା ନଗର, ସୁନାପାଲି, ଲକ୍ଷ୍ମୀ ଟକିଜ ଛକ, ଗୋଲବଜାର, ନୟାପଡ଼ା, ପିରବାବା ଛକ, ଦଲାଇପଡ଼ା ଓ ମୋଦିପଡ଼ା ଅଞ୍ଚଳରେ ୟୁ/ଏସ ୧୪୪ ସିଆପିସି ଆଇନ ଅନୁଯାୟୀ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜିଲା ସବ ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟରୁ ଜାରି ଚିଠିରେ ଉଲ୍ଲେଖ୍ୟ ରହିଛି । ଏଥି ପାଇଁ ସହରର ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।